ଓଡିଶା

odisha

ETV Bharat / state

ପୋଲିସ ଗାଡିରେ ଗଞ୍ଜେଇ ଚାଲାଣ ମାମଲା, ବହିଷ୍କୃତ ଦୁଇ କନେଷ୍ଟବଳ

ଝାରସୁଗୁଡାର ଡ଼ିଏସଆରପି ଡ୍ରାଇଭର ପୂର୍ଣ୍ଣଚନ୍ଦ୍ର ପାତ୍ର ଏବଂ କନେଷ୍ଟବଳ ଆଶ୍ରିତ କୁମାର ପ୍ରଧାନଙ୍କୁ ଚାକିରୀରୁ ବହିଷ୍କୃତ କଲେ ଜିଆରପି ଏସପି ତ୍ରିନାଥ ପଟେଲ।

Ganja smuggling in government vehicle case, two constables suspended by GRP SP
ସରକାରୀ ଗାଡିରେ ଗଞ୍ଜେଇ ଚାଲାଣ ମାମଲା, ଚାକିରୀରୁ ବହିଷ୍କୃତ ଦୁଇ କନେଷ୍ଟବଳ

By

Published : Sep 6, 2020, 10:00 PM IST

ଝାରସୁଗୁଡା: ପୋଲିସ ଗାଡ଼ିରେ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଦୁଇ ଜଣ କନେଷ୍ଟବଳ ବହିଷ୍କୃତ । ଝାରସୁଗୁଡାର ଡ଼ିଏସଆରପି ଡ୍ରାଇଭର ପୂର୍ଣ୍ଣଚନ୍ଦ୍ର ପାତ୍ର ଏବଂ କନେଷ୍ଟବଳ ଆଶ୍ରିତ କୁମାର ପ୍ରଧାନଙ୍କୁ ଚାକିରୀରୁ ବହିଷ୍କୃତ କଲେ ଜିଆରପି ଏସପି ତ୍ରିନାଥ ପଟେଲ।

ସୂଚନା ଅନୁଯାୟୀ, ଗତ ଅଗଷ୍ଟ 29ରେ ଜିଆରପି କନେଷ୍ଟେବଳ ପୂର୍ଣ୍ଣଚନ୍ଦ୍ର ପାତ୍ର ପୋଲିସ ଗାଡ଼ିରେ ଗଞ୍ଜେଇ ନେଇ ସମ୍ବଲପୁରରୁ ଝାରସୁଗୁଡା ଫେରୁଥିବା ବେଳେ ରେଙ୍ଗାଲି ପୋଲିସ ହାତରେ ଧରାପଡିଥିଲେ।

ସରକାରୀ ଗାଡିରେ ଗଞ୍ଜେଇ ଚାଲାଣ ମାମଲା, ଚାକିରୀରୁ ବହିଷ୍କୃତ ଦୁଇ କନେଷ୍ଟବଳ

ତାଙ୍କ ଠାରୁ ୨୧ କେଜି ଗଞ୍ଜେଇ ଜବତ କରିବା ସହ ରେଙ୍ଗାଲି ପୋଲିସ ସରକାରୀ ଗାଡି OD 05 AP 2744 କୁ ଜବତ କରିଥିଲା । ଏଥିସହିତ ତାଙ୍କ ନାଁରେ ଏନଡିପିଏସ ଆକ୍ଟରେ ମାମଲା ରୁଜୁ ହେବା ସହ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା ।

ଏଭଳି ଚୋରା ଚାଲାଣର ସେ କେବେଠାରୁ ଏବଂ ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି ତାହାର ଅଧିକ ତଦନ୍ତ କରୁଛି ଜିଆରପି ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details