ଓଡିଶା

odisha

ETV Bharat / state

ଆଜିଠୁ ଝାରସୁଗୁଡାରୁ ବାରଣାସୀକୁ ଉଡିଲା ବିମାନ - ଝାରସୁଗୁଡାରୁ ବାରଣାସୀକୁ ଉଡିଲା ବିମାନ

ଆଜିଠୁ(ଶୁକ୍ରବାର)ଝାରସୁଗୁଡ଼ାରୁ ବାରଣାସୀକୁ ଆରମ୍ଭ ହୋଇଛି ବିମାନ ସେବା ।

jharsuguda
ବାରଣାସୀକୁ ବିମାନ ସେବା ଆରମ୍ଭ

By

Published : Jan 31, 2020, 3:12 PM IST

ଝାରସୁଗୁଡା: ପଶ୍ଚିମ ଓଡିଶା ପାଇଁ ଖୁସି ଖବର । ଆଜିଠୁ(ଶୁକ୍ରବାର)ଝାରସୁଗୁଡ଼ାରୁ ବାରଣାସୀକୁ ଆରମ୍ଭ ହୋଇଛି ବିମାନ ସେବା । ଭାୟା ଭୁବନେଶ୍ବର ଦେଇ ବାରଣାସୀକୁ ଉଡିଲା ଏଲାଏନ୍ସ ଏୟାର ବିମାନ । ଝାରସୁଗୁଡ଼ାରୁ ୧୦ଟାରେ ଛାଡ଼ିଥିବା ବିମାନ ଶୁକ୍ରବାର ୧୧.୧୫ ରେ ଭୁବନେଶ୍ବରରେ ପହଞ୍ଚିବ ଓ ୧୨.୧୫ରେ ଭୁବନେଶ୍ବର ଛାଡ଼ି ଅପରାହ୍ନ ୨ଟାରେ ବାରଣାସୀରେ ପହଞ୍ଚିବ।

ବାରଣାସୀକୁ ବିମାନ ସେବା ଆରମ୍ଭ

ସେଠାରୁ ପୁଣି ବିମାନ ୨.୩୦ରେ ବାରଣାସୀରୁ ଛାଡ଼ି ୪.୨୦ରେ ଭୁବନେଶ୍ବରରେ ପହଞ୍ଚିବ । ୪.୪୫ରେ ଭୁବନେଶ୍ବର ଛାଡ଼ି ସନ୍ଧ୍ୟା ୫.୫୦ରେ ଝାରସୁଗୁଡ଼ାରେ ପହଞ୍ଚିବ । ଏନେଇ ସୂଚନା ଦେଇଛନ୍ତି ବିମାନ ବନ୍ଦର ନିର୍ଦ୍ଦେଶକ ସୁଦେଶ କୁମାର ଚୌହାନ।

ପଶ୍ଚିମ ଓଡ଼ିଶାର ଜନ ସାଧାରଣ ପୂର୍ବରୁ ବାରାଣସୀକୁ ଯିବା ପାଇଁ ନୂଆଦିଲ୍ଲୀ ଉପରେ ନିର୍ଭରଶୀଳ ଥିବାବେଳେ ଏବେ ମାତ୍ର ତିନି ଘଣ୍ଟା କୋଡିଏ ମିନିଟ ମଧ୍ୟରେ ପହଞ୍ଚି ପାରିବେ । ରାଜ୍ୟର ଦ୍ବିତୀୟ ବିମାନ ବନ୍ଦର ଭାବେ ଝାରସୁଗୁଡା କାର୍ଯ୍ୟକ୍ଷମ ହେବା ପରେ ସ୍ଥାନୀୟଲୋକ ବେଶ ଲାଭବାନ ହେଉଛନ୍ତି । ଝାରସୁଗୁଡା ବିମାନ ବନ୍ଦରରେ ଯାତ୍ରୀଙ୍କ ଅଭିବୃଦ୍ଧିରେ ଆଗକୁ ଦେଶର ପ୍ରମୁଖ ସହରକୁ ଯୋଡ଼ି ହେବା ପରେ ପର୍ଯ୍ୟଟନକ୍ଷେତ୍ର ପାଇଁ ଅନେକ ସୁଯୋଗ ସୃଷ୍ଟି କରିପାରୁଛି ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details