ଓଡିଶା

odisha

ETV Bharat / state

ଝାରସୁଗୁଡାରୁ କୋଲକାତାକୁ ଉଡିଲା ଏଲାଇନ୍ସ ଏୟାର - ସିଧା ଉଡାଣ ଭରିଲା ଏଲାୟନ୍ସ ଏୟାର

ଘଟିଲା ବହୁ ଦିନର ପ୍ରତୀକ୍ଷା । ଏବେ ସିଧାସଳଖ ଝାରସୁଗୁଡାରୁ ଉଡି ହେବ କୋଲକାତା । ବିମାନ ସେବା ଦେବାରେ ଆଉ ପାଦେ ଆଗେଇଛି ଝାରସୁଗୁଡାର ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର । ଅଧିକ ଖବର ପଢନ୍ତୁ...

ଝାରସୁଗୁଡାରୁ କୋଲକାତାକୁ ସିଧା ଉଡାଣ ଭରିଲା ଏଲାୟନ୍ସ ଏୟାର
ଝାରସୁଗୁଡାରୁ କୋଲକାତାକୁ ସିଧା ଉଡାଣ ଭରିଲା ଏଲାୟନ୍ସ ଏୟାର

By

Published : Jan 27, 2020, 11:17 PM IST

ଝାରସୁଗୁଡା: ଘଟିଲା ବହୁ ଦିନର ପ୍ରତୀକ୍ଷା । ଏବେ ସିଧାସଳଖ ଝାରସୁଗୁଡାରୁ ଉଡି ହେବ କୋଲକାତା । ବିମାନ ସେବା ଦେବାରେ ଆଉ ପାଦେ ଆଗେଇଛି ଝାରସୁଗୁଡାର ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର । ତେବେ ଏଭଳି ସେବା ପାଇବା ପରେ ବି ଯାତ୍ରୀ ମାନେ ବି ଖୁସ୍।

ଝାରସୁଗୁଡାରୁ କୋଲକାତାକୁ ସିଧା ଉଡାଣ ଭରିଲା ଏଲାୟନ୍ସ ଏୟାର

ସ୍ବପ୍ନ ହେଲା ସତ । ଝାରସୁଗୁଡାରୁ କୋଲକାତାକୁ ଉଡିଲା ସିଧାସଳଖ ବିମାନ । ଉଡାନ-3 ଯୋଜନାରେ ସୋମବାରଠାରୁ ଝାରସୁଗୁଡାରୁ କୋଲକାତାକୁ ବିମାନ ସେବା ଯୋଗାଇଛି ଏଲାଇନ୍ସ ଏୟାର । କୋଲକାତାରୁ ଦିନ ୧୦:୫୦ ରୁ ଛାଡିଥିବା ବିମାନ ଝାରସୁଗୁଡାରେ ପହଞ୍ଚିଥିଲା ଅପରାହ୍ନ ୧୨:୨୫ ରେ। ପୁଣି ଝାରସୁଗୁଡାରୁ ୧୨:୫୦ ରେ କୋଲକାତା ଅଭିମୁଖେ ଉଡିଥିଲା ବିମାନ । ଏଲାଇନ୍ସ ଏୟାର ପକ୍ଷରୁ ଏହି ସେବା ପ୍ରାଥମିକ ପର୍ଯ୍ୟାୟରେ ୨୭ ଜାନୁଆରୀ ରୁ ୩୦ ଜାନୁଆରୀ ପର୍ଯ୍ୟନ୍ତ ସମାନ ସମୟରେ ଯିବା ଆସିବା କରିବ । ଆଉ ୩୧ ଜାନୁଆରୀ ରୁ ସମୟରେ ପରିବର୍ତ୍ତନ କରାଯିବା ନେଇ ସୂଚନା ରହିଛି।

ତେବେ କୋଲକାତା ରୁ ସକାଳ 5 ଟା 50ମିନିଟ ରେ ବାହାରି ଝାରସୁଗୁଡାରେ 7 ଟା 20 ମିନିଟରେ ପହଞ୍ଚିବ। ଝାରସୁଗୁଡ଼ାରୁ 7 ଟା 45 ମିନିଟ ବାହାରି ରାୟପୁରରେ ସକାଳ 8 ଟା 50 ମିନିଟରେ ପହଞ୍ଚବ । ରାୟପୁର ରୁ ସକାଳ 9 ଟା 15 ମିନିଟ ବାହାରି ସକାଳ 10 ତା 20 ମିନିଟରେ ପହଞ୍ଚିବ । ସେହିପରି ଝାରସୁଗୁଡା ରୁ 10ଟା 45 ମିନିଟ ରେ ବାହାରି 11 ଟା 50 ମିନିଟରେ ପହଞ୍ଚିବ । ଭୁବନେଶ୍ବରରୁ ଦିନ 12 ଟା 15 ମିନିଟ ରେ ବାହାରି ବାରଣାସୀ କୁ ଦିନ 2 ଟା 5 ମିନିଟରେ ପହଞ୍ଚିବ ।

ତେବେ ଏଲାୟନ୍ସ ଏୟାର ପକ୍ଷରୁ ଏହି ସେବା ଯୋଗାଇ ଦିଆଯାଉଥିବାରୁ ଯାତ୍ରୀ ମାନେ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ନେଇ ଆଶାବାଦୀ ଥିବା ସହ ଖୁସି ବ୍ୟକ୍ତ କରିଛନ୍ତି ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details