ଓଡିଶା

odisha

ETV Bharat / state

ଝାରସୁଗୁଡାରୁ ବେଙ୍ଗାଲୁରୁକୁ ଉଡିଲା ପ୍ରଥମ ଇଣ୍ଡିଗୋ ବିମାନ

ଝାରସୁଗୁଡାରୁ ବେଙ୍ଗାଲୁରୁକୁ ଉଡିଲା ପ୍ରଥମ ଇଣ୍ଡିଗୋ ବିମାନ । ପ୍ରଥମ ଦିନରେ ଆସିଲେ ୧୭୯ ଯାତ୍ରୀ । ଅଧିକ ପଢନ୍ତୁ

ଝାରସୁଗୁଡାରୁ ବେଙ୍ଗାଲୁରୁକୁ ଇଣ୍ଡିଗୋ ବିମାନ ସେବା ଆରମ୍ଭ
ଝାରସୁଗୁଡାରୁ ବେଙ୍ଗାଲୁରୁକୁ ଇଣ୍ଡିଗୋ ବିମାନ ସେବା ଆରମ୍ଭ

By ETV Bharat Odisha Team

Published : Nov 16, 2023, 10:47 AM IST

Updated : Nov 16, 2023, 3:47 PM IST

ଝାରସୁଗୁଡାରୁ ବେଙ୍ଗାଲୁରୁକୁ ଉଡିଲା ପ୍ରଥମ ଇଣ୍ଡିଗୋ ବିମାନ

ଝାରସୁଗୁଡା: ଝାରସୁଗୁଡାରୁ ବେଙ୍ଗାଲୁରୁକୁ ଉଡିଲା ପ୍ରଥମ ଇଣ୍ଡିଗୋ ବିମାନ । ଇଣ୍ଡିଗୋ ଏୟାରଲାଇନ୍ସ ପକ୍ଷରୁ ବେଙ୍ଗାଲୁରୁରୁ ଝାରସୁଗୁଡା ବିମାନ ସେବା ଆରମ୍ଭ ହୋଇଛି । ବୁଧବାରଠାରୁ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ବେଙ୍ଗାଲୁରୁକୁ ସିଧାସଳଖ ଇଣ୍ଡିଗୋ ବିମାନ ଚଳାଚଳ ଆରମ୍ଭ କରିଛି । ଇଣ୍ଡିଗୋ ବିମାନ ସକାଳ ୧୦ଟା ୧୫ରେ ବେଙ୍ଗାଲୁରୁରୁ ବାହାରି ଝାରସୁଗୁଡ଼ାରେ ୧୨ଟା ୯ରେ ପହଞ୍ଚିଥିଲା । ସେହିପରି ଦିନ ୧ଟାରେ ପୁଣି ଝାରସୁଗୁଡାରୁ ବେଙ୍ଗାଲୁରୁ ଅଭିମୁଖେ ଉଡ଼ାଣ ଭରିଥିଲା । ପ୍ରଥମ ଦିନରେ ବେଙ୍ଗାଲୁରୁରୁ ୧୭୯ ଯାତ୍ରୀ ଆସିଥିବା ବେଳେ ୧୬୯ ଜଣ ଯାତ୍ରୀ ଝାରସୁଗୁଡାରୁ ବେଙ୍ଗାଲୁରୁ ଯାଇଥିଲେ । ଏନେଇ ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର ନିର୍ଦ୍ଦେଶକ ସନ୍ଦିପ ତିୱାରୀ ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଗ୍ରାହକ ସନ୍ତୁଷ୍ଟ ସର୍ଭେ: ୯ମ ସ୍ଥାନରେ ଝାରସୁଗୁଡ଼ା ବିମାନ ବନ୍ଦର

ଝାରସୁଗୁଡ଼ାରୁ ଆଇଟି ହବ୍ ବେଙ୍ଗାଲୁରୁକୁ ବିମାନ ସେବା ଆରମ୍ଭ ନେଇ ଝାରସୁଗୁଡ଼ାବାସୀ ତଥା ଯାତ୍ରୀମାନେ ଖୁସି ପ୍ରକାଶ କରିଛନ୍ତି l ଉଚ୍ଚଶିକ୍ଷା, ନିଯୁକ୍ତି, ସ୍ବାସ୍ଥ୍ୟସେବା କ୍ଷେତ୍ରକୁ ଏହି ବିମାନ ସେବା ଆହୁରି ସୁଦୃଢ଼ କରିବ ବୋଲି କହିଛନ୍ତି ଜିଲ୍ଲାବାସୀ l ପୂର୍ବରୁ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ସ୍ପାଇସଜେଟ ଦିଲ୍ଲୀ, କୋଲକାତାକୁ ବିମାନ ଚଳାଚଳ କରୁଥିବା ବେଳେ ଏଲାଏନ୍ସ ଏୟାର ଭୁବନେଶ୍ବରକୁ ବିମାନ ସେବା ପ୍ରଦାନ କରୁଛି । ଉପଭୋକ୍ତା ବିମାନ ସେବାର କେମିତି ଲାଭ ଉଠାଇ ପାରିବେ ତାକୁ ଦୃଷ୍ଟିରେ ରଖି ଇଣ୍ଡିଗୋ ଏୟାରଲାଇନ୍ସ ପକ୍ଷରୁ ଆହୁରି ଦୁଇଟି ସ୍ଲଟ ପାଇଁ ଆବେଦନ କରାଯାଇଥିବା ସୂଚନା ଦେଇଛନ୍ତି ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରର ନିର୍ଦ୍ଦେଶକ ।

ଏହା ମଧ୍ୟ ପଢନ୍ତୁ: ଆଉ ପାଦେ ଆଗେଇଲା ବୀର ସୁରେନ୍ଦ୍ର ସାଏ ଏୟାରପୋର୍ଟ, ଝାରସୁଗୁଡ଼ାରୁ କୋଲକତା ଉଡ଼ିଲା ଇଣ୍ଡିଗୋ ବିମାନ

ପ୍ରକାଶ ଥାଉକି, ଝାରସୁଗୁଡ଼ା ବିମାନ ବନ୍ଦରରୁ ଇଣ୍ଡିଗୋ ଏୟାରଲାଇନ୍ସ ଉଡାଣ ପାଇଁ ଦୀର୍ଘ ଦିନରୁ ଦାବି ହୋଇଆସୁଥିଲା । ଶେଷରେ ଚଳିତ ମାସ ନଭେମ୍ବର ୫ରେ ଝାରସୁଗୁଡ଼ାରୁ କୋଲକାତାକୁ ଇଣ୍ଡିଗୋ ବିମାନ ଚଳାଚଳ ଆରମ୍ଭ ହୋଇଥିଲା । ବରଗଡ଼ ସାଂସଦ ସୁରେଶ ପୂଜାରୀ ଏହାର ଶୁଭାରମ୍ଭ କରିଥିଲେ । ପ୍ରତି ଦିନ ସନ୍ଧ୍ୟା ୫ଟା ୫୦ ମିନିଟରେ କୋଲକାତାରୁ ଇଣ୍ଡିଗୋର ବିମାନ ଉଡ଼ାଣ ଭରି ୭ଟା ୨୫ରେ ଝାରସୁଗୁଡ଼ାରେ ଅବତରଣ କରିବ । ସେହିପରି ଝାରସୁଗୁଡ଼ା ବିମାନ ବନ୍ଦରରୁ ୭ଟା ୫୫ରେ ଉଡ଼ାଣ ଭରି ରାତି ୯ଟା ୨୦ରେ କୋଲକାତାରେ ପହଞ୍ଚିବ ।

ଇଟିଭି ଭାରତ, ଝାରସୁଗୁଡା

Last Updated : Nov 16, 2023, 3:47 PM IST

ABOUT THE AUTHOR

...view details