ଝାରସୁଗୁଡା: ବେଦାନ୍ତ ଆଲୁମିନିୟମ କାରଖାନାର 2 ନମ୍ବର ପ୍ଲାଣ୍ଟରେ ଅଗ୍ନିକାଣ୍ଡ । ଏଥିରେ 7 ଜଣ ଆହତ ହୋଇଥିବା ଜଣାପଡ଼ିଛି । ଆହତଙ୍କୁ ଚିକିତ୍ସା ପାଇଁ ପ୍ରଥମେ ବେଦାନ୍ତ ପରିସରରେ ଥିବା ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରେ ସେମାନଙ୍କୁ ଆପୋଲୋ କ୍ଲିନିକରେ ଭର୍ତ୍ତି କରାଯାଇଥିବା ସୂଚନା ରହିଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।
ତେବେ ଘଟଣାସମ୍ପର୍କରେ ବେଦାନ୍ତର ଜଣେ ବରିଷ୍ଠ ଅଧିକାରୀ ସଞ୍ଜୀବ ପଟ୍ଟନାୟକ କହିଛନ୍ତି, ଗ୍ରୀନ ଅନୋଡ ପ୍ଲାଣ୍ଟରେ ନିଆଁ ଲାଗିଥିଲା । ଏହାକୁ ଆୟତ୍ତ କରିବାକୁ ପାଖାପାଖି ଅଧଘଣ୍ଟା ସମୟ ଲାଗିଥିଲା । ଏହି ଅଗ୍ନିକାଣ୍ଡରେ ପ୍ଲାଣ୍ଟର ଜଣେ କର୍ମଚାରୀଙ୍କ ହାତ ପାପୁଲି ପୋଡି ହୋଇଛି । ଅନ୍ୟମାନେ ବାହାରୁଥିବା ଧୂଆଁରୁ ଶ୍ବାସଜନିତ ଅସୁସ୍ଥତା ଅନୁଭବ କରିଥିଲେ । ଚିକିତ୍ସା ପରେ ସମସ୍ତେ ସୁସ୍ଥ ଅଛନ୍ତି ।