ଝାରସୁଗୁଡା:ପୌରାଞ୍ଚଳରେ ଦିନକୁ ଦିନ ବଢିବାରେ ଲାଗିଛି ବିସ୍ଥାପିତଙ୍କ ସମସ୍ୟା । ସରକାରୀ ଯୋଜନାର ବିକାଶ କାର୍ଯ୍ୟ ଆଗେଇ ଚାଲିଥିବା ବେଳେ ବିସ୍ଥାପିତଙ୍କୁ ଥଇଥାନ କରିବା ଏବେ ପ୍ରଶାସନ ପାଇଁ ଏକ ବଡ ଚ୍ୟାଲେଞ୍ଜ । ଅନ୍ୟପଟେ ବିସ୍ଥାପିତଙ୍କ ଥଇଥାନ କରିବା ପାଇଁ ପ୍ରଶାସନର ପଦକ୍ଷେପ ଆଗରେ ସୃଷ୍ଟି ହୋଇଛି ବିରୋଧ ।
ସୂଚନା ଅନୁଯାୟୀ, ଝାରସୁଗୁଡା ର ଚୌକିପଡା ROB ନିର୍ମାଣ ପାଇଁ ବାସଚ୍ୟୁତ ହୋଇଥିଲେ ବସ୍ତି ବାସିନ୍ଦା । ତେବେ ସେମାନଙ୍କୁ ଥଇଥାନ ପାଇଁ ବୁରୋମାଲ ଗୌନ୍ତିଆପଡ଼ା ଠାରେ ପୁନର୍ବାର ଥଇଥାନ ପାଇଁ ପ୍ଳଟିଙ୍ଗ କାର୍ଯ୍ୟକୁ ସ୍ଥାନୀୟ ଲୋକଙ୍କ ବିରୋଧ । ଟାଉନ ୟୁନିଟ ନଂ-୫ ବୁରୋମାଲ ଗୌନ୍ତିଆପଡାରେ ଥିବା ଗୋଚର ଜମି ପ୍ଲଟ ନଂ-୫୭୨୬ ଏବଂ ୪୪୩୨ରେ ଝାରସୁଗୁଡ଼ା ମ୍ୟୁନିସିପାଲିଟି ଦ୍ବାରା ଗୃହ ନିର୍ମାଣ କାମ ବନ୍ଦ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି । ଯଦିଓ ପ୍ରଶାସନ ତାଙ୍କର ନିଷ୍ପତ୍ତି ନ ବଦଳାନ୍ତି ତେବେ ଆଗାମୀ ଦିନରେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ବସ୍ତି ବାସିନ୍ଦା । ଏନେଇ ଆଜି ପୌର ପରିଷଦ କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।