ଝାରସୁଗୁଡା:ଶିଶୁ ଯତ୍ନ କେନ୍ଦ୍ରରେ କୋରୋନା । ଝାରସୁଗୁଡା ଜିଲ୍ଲା ବେଲପାହାଡ଼ ପୌରାଞ୍ଚଳ ସ୍ଥିତ ଠକ୍କର ବାବା ଅନାଥ ସେବା ସଦନରେ 11 ଜଣ ଅନ୍ତେବାସୀ କୋରୋନାରେ ସଂକ୍ରମିତ ହୋଇଛନ୍ତି ।
ଶିଶୁ ଯତ୍ନ କେନ୍ଦ୍ରରେ କୋରୋନା; 11 ଅନ୍ତେବାସୀ ସଂକ୍ରମିତ - ଶିଶୁ ଯତ୍ନ କେନ୍ଦ୍ର
ଝାରସୁଗୁଡା ଜିଲ୍ଲା ବେଲପାହାଡ଼ ପୌରାଞ୍ଚଳ ସ୍ଥିତ ଠକ୍କର ବାବା ଅନାଥ ସେବା ସଦନରେ 11 ଜଣ ଅନ୍ତେବାସୀ କୋରୋନାରେ ସଂକ୍ରମିତ ହୋଇଛନ୍ତି । ଅଧିକ ପଢନ୍ତୁ...
ଶିଶୁ ଯତ୍ନ କେନ୍ଦ୍ରରେ କୋରୋନା
ପ୍ରଥମେ କିଛି ଅନ୍ତେବାସୀଙ୍କ ସ୍ବାସ୍ଥ୍ୟ ଖରାପ ହୋଇଥିଲା । ଏହାପରେ ସେଠାରେ ରହୁଥିବା ଅନ୍ତେବାସୀଙ୍କ ସମେତ ୪୭ ଜଣଙ୍କ ଶନିବାର ନମୁନା ସଂଗ୍ରହ କରାଯାଇଥିଲା । ପରୀକ୍ଷା ପରେ ସେଥି ମଧ୍ୟରୁ 11ଜଣ ସଂକ୍ରମିତ ହୋଇଥିବା ସୂଚନା ଦେଇଛନ୍ତି ସମ୍ପାଦକ ନିରାକାର କିଷାନ । 11ଜଣ ସଂକ୍ରମିତ ଦେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସଂକ୍ରମିତଙ୍କୁ ସଙ୍ଗରୋଧ ରଖି ଆବଶ୍ୟକ ଔଷଧ ପ୍ରଦାନ କରାଯାଇଛି ।
ଝାରସୁଗୁଡାରୁ ରବିନାରାୟଣ ସାହୁ, ଇଟିଭି ଭାରତ