ଓଡିଶା

odisha

ETV Bharat / state

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଝିଅ ଦୀପାଳି ଦାସଙ୍କ ନାଁରେ ଜିଲ୍ଲା ପ୍ରଶାସନର ଏତଲା

ପୁଣି ଅଡୁଆରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ । ଝିଅ ଦୀପାଳି ଦାସଙ୍କ ପାଇଁ ପୁଣିଥରେ ଅଡ଼ୁଆ। ପ୍ରଥମେ ଜିଲ୍ଲା କଂଗ୍ରେସ ପକ୍ଷରୁ ଏତଲା ଦିଆଯିବାର ପରେ ରବିବାର ଜିଲ୍ଲା ପ୍ରଶାସନ ପକ୍ଷରୁ ଝାରସୁଗୁଡା ଥାନାରେ ଦିଆଯାଇଛି ଏତଲା। ଅଧିକ ପଢନ୍ତୁ...

By

Published : Jun 28, 2020, 10:56 PM IST

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଝିଅ ଦୀପାଳି ଦାସଙ୍କ ନାଁରେ ଏତଲା ଦେଲା ଜିଲ୍ଲା ପ୍ରଶାସନ
ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଝିଅ ଦୀପାଳି ଦାସଙ୍କ ନାଁରେ ଏତଲା ଦେଲା ଜିଲ୍ଲା ପ୍ରଶାସନ

ଝାରସୁଗୁଡା: ପୁଣି ଅଡୁଆରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ । ଝିଅ ଦୀପାଳି ଦାସଙ୍କ ପାଇଁ ପୁଣିଥରେ ଅଡ଼ୁଆ। ଗତବର୍ଷ ହୀରାକୁଦ ନଦୀବନ୍ଧର ନିଷିଦ୍ଧାଞ୍ଚଳରେ ଅଭିନେତ୍ରୀ ସାଙ୍ଗକୁ ଆଣି ଅଡ଼ୁଆରେ ଥିଲା ବେଳେ ଏଥର କୋରୋନା କଟକଣାକୁ ଫୁ କରି ସରକାରୀ କାର୍ଯ୍ୟାଳୟ ପରିସରରେ ଶତାଧିକ ଲୋକଙ୍କୁ ଏକତ୍ରିତ କରିବାରେ ଫସିଛନ୍ତି । ପ୍ରଥମେ ଜିଲ୍ଲା କଂଗ୍ରେସ ପକ୍ଷରୁ ଏତଲା ଦିଆଯିବାର ପରେ ରବିବାର ଜିଲ୍ଲା ପ୍ରଶାସନ ପକ୍ଷରୁ ଝାରସୁଗୁଡା ଥାନାରେ ଦିଆଯାଇଛି ଏତଲା।

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଝିଅ ଦୀପାଳି ଦାସଙ୍କ ନାଁରେ ଏତଲା ଦେଲା ଜିଲ୍ଲା ପ୍ରଶାସନ

ସ୍ବାସ୍ଥ୍ୟ ମନ୍ତ୍ରୀ ନବଦାସଙ୍କ ଝିଅ ଦୀପାଳି ଦାସ ଓ ଅନ୍ୟ ମାନଙ୍କ ନାଁରେ ଏତଲା ଦେଲା ପ୍ରଶାସନ । ଝାରସୁଗୁଡା ଥାନାରେ ଏତଲା ଦେଲେ ଝାରସୁଗୁଡା ପୌର ପରିଷଦ ଅଧିକାରୀ ତଥା କୋଭିଡ଼ 19 ମାଜିଷ୍ଟ୍ରେଟ ରାମଚନ୍ଦ୍ର ପ୍ରଧାନ । ଗତ 22 ତାରିଖ କୋଭିଡ଼ କଟକଣା ଉଲ୍ଲଂଘନ କରି ଡିଆରଡିଏ କନଫରେନ୍ସ ହଲରେ ନରସିଂହ ବିଷ୍ଣୁପ୍ରିୟା ସେବା ଟ୍ରଷ୍ଟର ସଭା କରିଥିଲେ । ଏହି ଘଟଣାକୁ ନେଇ ଝାରସୁଗୁଡାରେ ରାଜନୈତିକ ବୟାନ ବାଜି ଆରମ୍ଭ ହୋଇଥିଲା ବେଳେ ଆଜି ଝାରସୁଗୁଡା ଥାନାରେ ଦୀପାଳିଙ୍କ ସମର୍ଥନରେ କିଛି ସାମାଜିକ ସଂଗଠନ ଆଗକୁ ଆସି କୋଭିଡ ଯୋଦ୍ଧାଙ୍କୁ ସମ୍ମାନିତ କରାଯାଉ ଥିବା ବେଳେ ସେମାନଙ୍କୁ ନିରୁତ୍ସାହିତ କରିବାକୁ ଉଦ୍ୟମ କରୁଥିବା କଂଗ୍ରେସ ନେତାଙ୍କୁ ଗିରଫ ଜରିବାକୁ ଏକ କାଉଣ୍ଟର ଏତଲା ଦେଇଛନ୍ତି।

ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଝିଅ ଦୀପାଳି ଦାସଙ୍କ ନାଁରେ ଗତ 26 ତାରିଖରେ ଝାରସୁଗୁଡା ଥାନାରେ ଏତଲା ଦେଇଥିଲା ଜିଲ୍ଲା କଂଗ୍ରେସ କମିଟି। ଗତ 22 ତାରିଖରେ କୋଭିଡ ନିୟମ ଭାଙ୍ଗି ଡିଆରଡିଏ ସଭାଗୃହରେ ଏକ ଘରୋଇ ଟ୍ରଷ୍ଟର କାର୍ଯ୍ୟକ୍ରମ କରି କୋରୋନା ଯୋଦ୍ଧାଙ୍କୁ ସମ୍ମାନିତ କରିବାକୁ ହୋଇଥିଲା କାର୍ଯ୍ୟକ୍ରମ। ଏଥିରେ 100ରୁ ଉର୍ଦ୍ଧ୍ବ ଲୋକଙ୍କ ସମାଗମ ହୋଇଥିଲା। 68ଟି ସଂସ୍ଥାର କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସରକାରୀ କାର୍ଯ୍ୟାଳୟ ପରିସରରେ ଏଭଳି ଭିଡ କିପରି ଜମିଲା ପ୍ରଶ୍ନ ଉଠାଇ କଂଗ୍ରେସ ନେତା ଝାରସୁଗୁଡା ଥାନାରେ ଏତଲା ଦେଇଥିଲା ।

ଝାରସୁଗୁଡାରୁ ରବିନାରାୟଣ ସାହୁ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details