ଓଡିଶା

odisha

ETV Bharat / state

ପୋଲିସ ଗାଡିରେ ପ୍ରସବ କଲେ ଗର୍ଭବତୀ, ଆଇଆଇସିଙ୍କୁ ଛୁଟୁଛି ପ୍ରଶଂସାର ସୁଅ

ଶ୍ରମିକ ଟ୍ରେନରେ ଆସୁଥିବା ଗର୍ଭବତୀଙ୍କୁ ଝାରସୁଗୁଡା ଥାନା ଆଇଆଇସି ସାବିତ୍ରୀ ବଳ ପୋଲିସ ପିସିଆର ଗାଡିରେ ଚିକିତ୍ସାଳୟକୁ ନେଉଥିବା ବେଳେ ବାଟରେ ଶିଶୁକନ୍ୟାକୁ ଜନ୍ମଦେଇଛନ୍ତି ଗର୍ଭବତୀ । ଉଭୟ ମା' ଓ ଶିଶୁ ସୁସ୍ଥ ଥିବା ଜଣାପଡିଛି ।

ପୋଲିସ ଗାଡିରେ ଶିଶୁକନ୍ୟା ଜନ୍ମ, ଆଇଆଇସି ସାବିତ୍ରୀଙ୍କ କାର୍ଯ୍ୟକୁ ପ୍ରଶଂସା
ପୋଲିସ ଗାଡିରେ ଶିଶୁକନ୍ୟା ଜନ୍ମ, ଆଇଆଇସି ସାବିତ୍ରୀଙ୍କ କାର୍ଯ୍ୟକୁ ପ୍ରଶଂସା

By

Published : May 24, 2020, 7:46 PM IST

ଝାରସୁଗୁଡା: ହାଇଦ୍ରାବାଦରୁ ଶ୍ରମିକ ମାନଙ୍କୁ ଶ୍ରମିକ ଏକ୍ସପ୍ରେସର ସ୍ବତନ୍ତ୍ର ଟ୍ରେନ ଯୋଗେ ବିହାର ଅଭିମୁଖେ ଯାଉଥିବା ବେଳେ ବାଟରେ ପ୍ରସବ ଯନ୍ତ୍ରଣା ଅନୁଭବ କଲେ ଗର୍ଭବତୀ । ମହିଳାଙ୍କ କଷ୍ଟ ସୂଚନା ଜାଣିବା ପରେ ଝାରସୁଗୁଡା ରେଳଷ୍ଟେସନରେ ଝାରସୁଗୁଡା ପୋଲିସ ଓ ପ୍ରଶାସନର ଅଧିକାରୀ ଅଟକାଇଲେ ଟ୍ରେନ । ପୂର୍ବ ସୂଚନା ପାଇ ପ୍ରସ୍ତୁତ ଥିଲା ପୋଲିସ । କିନ୍ତୁ ଆମ୍ବୁଲାନ୍ସ ପହଞ୍ଚିବା ବିଳମ୍ବ ହେବାରୁ ଝାରସୁଗୁଡା ଥାନା ଆଇଆଇସି ସାବିତ୍ରୀ ବଳ ପୋଲିସ ପିସିଆର ଗାଡିରେ ମହିଳାଙ୍କୁ ଜିଲ୍ଲାମୁଖ୍ୟ ଚିକିତ୍ସାଳୟକୁ ନେଉଥିବା ବେଳେ ବାଟରେ ଶିଶୁକନ୍ୟା ଜନ୍ମଦେଲେ ଗର୍ଭବତୀ ।

ପୋଲିସ ଗାଡିରେ ଶିଶୁକନ୍ୟା ଜନ୍ମ, ଆଇଆଇସି ସାବିତ୍ରୀଙ୍କ କାର୍ଯ୍ୟକୁ ପ୍ରଶଂସା

ତେବେ ପୋଲିସ ଉଭୟ ମା' ଓ ଶିଶୁଙ୍କୁ ନେଇ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ଉଭୟ ମା' ଓ ଶିଶୁ ସୁସ୍ଥ ଥିବା ଜଣାପଡିଛି । ଝାରସୁଗୁଡା ପୋଲିସ ଓ ଆଇଆଇସି ସାବିତ୍ରୀ ବଳଙ୍କ କାମକୁ ପ୍ରଶଂସା କରିଛନ୍ତି ପୋଲିସ ମୁଖ୍ୟ ନିର୍ଦ୍ଦେଶକ ।

ଫଟୋ ସୌଜନ୍ୟ: ଟ୍ବିଟର@DGPOdisha

ଝାରସୁଗୁଡାରୁ ରବି ନାରାୟଣ, ଇଟିଭି ଭାରତ

ABOUT THE AUTHOR

...view details