ଝାରସୁଗୁଡ଼ା:ଅନ୍ୟ ଜେଲକୁ ଯିବ ମନ୍ତ୍ରୀ ନବଦାସଙ୍କ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସ । ସୁରକ୍ଷା ଦୃଷ୍ଟିରୁ ଗୋପାଳକୁ ଅନ୍ୟ ଜେଲକୁ ନିଆଯାଉଛି । ଗୋପାଳକୁ ଝାରସୁଗୁଡ଼ା ଜେଲରୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ କୋର୍ଟଙ୍କ ଅନୁମତି ମିଳିଛି । ସୁରକ୍ଷା ଦୃଷ୍ଟିରୁ ଅନ୍ୟ ଜେଲ୍କୁ ସ୍ଥାନାନ୍ତର ପାଇଁ ଜେଲ୍ ବିଭାଗ ଅପିଲ କରିଥିଲା । ତେବେ କଡ଼ା ସୁରକ୍ଷା ବଳରେ ଗୋପାଳ ଦାସ ଚୌଦ୍ୱାର ଜେଲକୁ ସ୍ଥାନାନ୍ତରିତ ହେଉଛି । ଅଭିଯୁକ୍ତ ଗୋପାଳ ଆଜି ପୁଣି ଥରେ ଝାରସୁଗୁଡ଼ା ଜେଏମଏଫସି କୋର୍ଟରେ ହାଜର ହୋଇଥିବାବେଳେ ୧୬୪ ଧାରରେ ବୟାନ ରେକର୍ଡ ହୋଇଛି । କୋର୍ଟରେ ୧୬୪ ଧାରାରେ ବୟାନ ରେକର୍ଡ ନେଇ ଗୋପାଳ ଓକିଲ ସୂଚନା ଦେଇଛନ୍ତି ।
ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ମୁଖ୍ୟ ଅଭିଯୁକ୍ତ ଗୋପାଳକୁ ଆଜି ପୁଣି କୋର୍ଟରେ ହାଜର କରିଛି । ଝାରସୁଗୁଡ଼ା ଜେଏମଏଫସି କୋର୍ଟରେ ଗୋପାଳକୁ ହାଜର କରାଯାଇଛି । ପୂର୍ବରୁ ଦୁଇଥର ରିମାଣ୍ଡ ଏବଂ ପରେ ପୁଣି ୫ଦିନ ରିମାଣ୍ଡରେ ଗୋପାଳକୁ ରଖିଥିଲା କ୍ରାଇମବ୍ରାଞ୍ଚ । ଗତକାଲି(ମଙ୍ଗଳବାର) ତୃତୀୟ ପର୍ଯ୍ୟାୟର ରିମାଣ୍ଡ ଅବଧି ଶେଷ ହୋଇଥିବା ବେଳେ ୧୬୪ ବୟାନ ରେକର୍ଡ ପାଇଁ ଆବେଦନ କରାଯାଇଥିଲା । ତେବେ ଗୋପାଳର ଆଜି ବୟାନ ରେକର୍ଡ ପାଇଁ ଜେଏମଏଫସି କୋର୍ଟରେ ହାଜର କ୍ରାଇମବ୍ରାଞ୍ଚ କରିଛି । ଗତକାଲି ବିଚାର ବିଭାଗୀୟ ହାଜତକୁ ନେଲା ପରେ ଝାରସୁଗୁଡ଼ା ଉପ-କାରାଗାରରେ ରଖାଯାଇଥିଲା । ଆଜି ପୁଣି କଡ଼ାସୁରକ୍ଷାରେ ଉପ-କାରାଗାରରୁ ଆଣି ହାଜର କରାଯାଇଛି ।