ଝାରସୁଗୁଡ଼ା: ଜିଲ୍ଲାରେ ଆରମ୍ଭ ହେଲା କୋରୋନା ଚିହ୍ନଟ ପାଇଁ ସ୍ବାବ ଟେଷ୍ଟ । ଗତ କିଛିଦିନରେ ଝାରସୁଗୁଡ଼ାରେ ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି । ଜିଲ୍ଲାରେ ବଢ଼ୁଥିବା କୋରୋନା ସଂକ୍ରମିତଙ୍କ ସଂଖ୍ୟାକୁ ଆଖି ଆଗରେ ରଖି ଗତକାଲି ଠାରୁ ଝାରସୁଗୁଡ଼ା ମଙ୍ଗଳବଜାର ସ୍ଥିତ କୋଭିଡ ହସ୍ପିଟାଲ ପରିସରରେ କୋରୋନା ରୋଗୀଙ୍କ ସ୍ବାବ ନମୁନାର ପରୀକ୍ଷଣର ଆରମ୍ଭ କରାଯାଇଛି ।
ଝାରସୁଗୁଡ଼ା ଜିଲ୍ଳା ସ୍ବାସ୍ଥ୍ୟ ବିଭାଗ ଓ ପ୍ରଶାସନର ମିଳିତ ଉଦ୍ୟମରେ ପ୍ରଥମ କରି ଜିଲ୍ଲାରେ TruNat ଯନ୍ତ୍ର ସାହାଯ୍ୟରେ କୋରୋନା ରୋଗୀଙ୍କ ଠାରୁ ସଂଗୃହୀତ ସ୍ବାବ ନମୁନା ପରୀକ୍ଷଣ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ଦୁଇଜଣ ରୋଗୀଙ୍କ ସ୍ବାବ ନମୁନା ସଂଗ୍ରହ କରାଯାଇ ପରୀକ୍ଷଣ କରାଯାଇଛି ଓ ଏଥିରୁ ନେଗେଟିଭ ବାହାରି ଥିବା ଜଣାପଡିଛି । ଏହାର ପରୀକ୍ଷଣ ସଫଳତାର ସହ ହୋଇଥିବାରୁ ଆଗାମୀ ଦିନରେ ଜିଲ୍ଲାର ସମସ୍ତ ରୋଗୀଙ୍କ ସ୍ବାବ ନମୁନା ଏଠାରେ ପରୀକ୍ଷଣ କରାଯିବ ବୋଲି ଜଣାପଡିଛି । ଝାରସୁଗୁଡାରେ ସ୍ବାବ ସଂଗ୍ରହ ଆରମ୍ଭ ହୋଇଥିବାରୁ ଅଳ୍ପ କିଛି ସମୟ ମଧ୍ୟରେ ରିପୋର୍ଟ ମିଳିପାରିବ । ଆଗାମୀ କିଛିଦିନ ମଧ୍ୟରେ ନମୁନା ପରୀକ୍ଷଣର ଅଧିକ ସଂଖ୍ୟା ବଢ଼ାଇବାର ଯୋଜନା ରହିଛି ।