ଝାରସୁଗୁଡା: ବାଜି ସାରିଛି ନିର୍ବାଚନୀ ବିଗୁଲ । ଏହା ସହିତ ଆରମ୍ଭ ହୋଇଯାଇଛି ସମସ୍ତ ପ୍ରସ୍ତୁତି । ଇତି ମଧ୍ୟରେ ସମସ୍ତ ରାଜନୈତିକ ଦଳ ଲୋକସଭା ଏବଂ ବିଧାନସଭା ପାଇଁ ନିଜ ନିଜ ପ୍ରାର୍ଥୀ ତାଲିକା ଘୋଷଣା କରୁଛନ୍ତି । ଏହି ପରିପେକ୍ଷୀରେ ଶନିବାର କଂଗ୍ରେସ ପ୍ରକାଶ କରିଛି ତାର ଦ୍ଵିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ଏହି ତାଲିକାରେ ବଲାଙ୍ଗୀର ଓ କୋରାପୁଟ ପାଇଁ 2ଟି ଲୋକସଭା ଆସନ ଏବଂ 54ଟି ବିଧାନସଭା ପାଇଁ ପ୍ରାର୍ଥୀଙ୍କ ନାମ ରହିଛି । ତେବେ ଝାରସୁଗୁଡ଼ା ବିଧାନସଭା ନିର୍ବାଚନ ଲାଗି କଂଗ୍ରେସ ମହେନ୍ଦ୍ର ନାଏକଙ୍କୁ ପ୍ରାର୍ଥୀ କରିଛି । ଯାହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଜିଲ୍ଲା କଂଗ୍ରେସ କର୍ମୀ ।
ପ୍ରାର୍ଥୀ ତାଲିକାକୁ ନେଇ କଂଗ୍ରେସରେ କନ୍ଦଳ, ଅଫିସରେ ତାଲା ଝୁଲାଇଲେ କର୍ମୀ
ଝାରସୁଗୁଡ଼ା ବିଧାନସଭା ନିର୍ବାଚନ ଲାଗି କଂଗ୍ରେସ ମହେନ୍ଦ୍ର ନାଏକଙ୍କୁ ପ୍ରାର୍ଥୀ କରିଛି । ଯାହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଜିଲ୍ଲା କଂଗ୍ରେସ କର୍ମୀ । ଏହାକୁ ବିରୋଧ କରିଛନ୍ତି ଝାରସୁଗୁଡ଼ା ଜିଲ୍ଲାର କଂଗ୍ରେସ କର୍ମୀ । କଂଗ୍ରେସ କାର୍ଯ୍ୟାଳୟରେ ତାଲା ଝୁଲାଇବା ସହ ଅଫିସ ସମ୍ମୁଖରେ ଧାରଣା ଦେଇଛନ୍ତି ଏହି କର୍ମୀ ।
ଫଟୋ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା
ତେବେ ଏହାକୁ ବିରୋଧ କରିଛନ୍ତି ଝାରସୁଗୁଡ଼ା ଜିଲ୍ଲାର କଂଗ୍ରେସ କର୍ମୀ । କଂଗ୍ରେସ କାର୍ଯ୍ୟାଳୟରେ ତାଲା ଝୁଲାଇବା ସହ ଅଫିସ ସମ୍ମୁଖରେ ଧାରଣା ଦେଇଛନ୍ତି ଏହି କର୍ମୀ । ଜିଲ୍ଲାରେ କଂଗ୍ରେସର ଅନେକ ଆଶାୟୀ ପ୍ରାର୍ଥୀ ଥିବାବେଳେ କଂଗ୍ରେସ ବାହାର ଅଞ୍ଚଳର ପ୍ରାର୍ଥୀକୁ ଟିକେଟ୍ ଦେବା ନେଇ ସେମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଏହା ସହିତ ନିର୍ବାଚନ ଲାଗି ଆଗାମୀ ଦିନରେ ମହେନ୍ଦ୍ର ନାଏକଙ୍କୁ କୌଣସି ପ୍ରକାର ସହଯୋଗ କରିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି ।
ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ