ଓଡିଶା

odisha

ETV Bharat / state

Panchayat Poll: ଜିଲ୍ଲା ପରିଷଦ ନିର୍ବାଚନ ପାଇଁ ନାମାଙ୍କନ ଭରିଲେ କଂଗ୍ରେସ ପ୍ରାର୍ଥୀ

ଝାରସୁଗୁଡା ଜିଲ୍ଲାର ୫ଟି ବ୍ଲକର ସମସ୍ତ ୯ଟି ଯାକ ଆସନ ପାଇଁ ବୁଧବାର କଂଗ୍ରେସ ପକ୍ଷରୁ ପ୍ରୀର୍ଥୀ ଦିଆଯାଇଛି । କଂଗ୍ରେସ କର୍ମୀଙ୍କ ଗହଣରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି କଂଗ୍ରେସ ପ୍ରାର୍ଥୀମାନେ ନିଜର ନାମାଙ୍କନ ଦାଖଲ କରିଛନ୍ତି । ଅଧିକ ପଢନ୍ତୁ

By

Published : Jan 19, 2022, 10:08 PM IST

Odisha Panchayat Poll: ଜିଲ୍ଲା ପରିଷଦ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କଲା ଝାରସୁଗୁଡା କଂଗ୍ରେସ
Odisha Panchayat Poll: ଜିଲ୍ଲା ପରିଷଦ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କଲା ଝାରସୁଗୁଡା କଂଗ୍ରେସ

ଝାରସୁଗୁଡା :ଜିଲ୍ଲାର ୫ଟି ବ୍ଲକର ସମସ୍ତ ୯ଟି ଯାକ ଆସନ ପାଇଁ ଆଜି(ବୁଧବାର) କଂଗ୍ରେସ ପକ୍ଷରୁ ପ୍ରୀର୍ଥୀ ଦିଆଯାଇଛି । କଂଗ୍ରେସ କର୍ମୀଙ୍କ ଗହଣରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି କଂଗ୍ରେସ ପ୍ରାର୍ଥୀମାନେ ନିଜର ନାମାଙ୍କନ ଦାଖଲ କରିଛନ୍ତି । । ଜିଲ୍ଲାରେ ପ୍ରଦୂଷଣ, ବେକାରୀ ସମସ୍ୟା, ରାସ୍ତାଘାଟ ଓ ସ୍ୱାସ୍ଥ୍ୟ ସମସ୍ୟାକୁ ମୁଦ୍ଧା କରି କଂଗ୍ରେସ ମଇଦାନକୁ ଓହ୍ଲାଇବେ ବୋଲି ପ୍ରକାଶ କରିଛି ।

Odisha Panchayat Poll: ଜିଲ୍ଲା ପରିଷଦ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କଲା ଝାରସୁଗୁଡା କଂଗ୍ରେସ

କଂଗ୍ରେସ ପକ୍ଷରୁ ଲଖନପୁର ବ୍ଲକର ଜୋନ୧ରୁ ଅଶୋକ ସାହୁ ପ୍ରାର୍ଥୀ ହୋଇ ଥିବାବେଳେ ଜୋନ୨ରୁ ବେଣୁଧର ଭୋଇ, ଜୋନ-୩ ସୁମିତ୍ରା ସହିସଙ୍କୁ ପ୍ରାର୍ଥୀ କରାଯାଇଛି । ସେହିପରି ଝାରସୁଗୁଡା ବ୍ଲକ ଜୋନ୧ରୁ ସୁଜାତା ପାଟଜୋଶୀ, ଜୋନ-୨ରୁ ଜଗଦିଶ ପାତ୍ର ପ୍ରାର୍ଥୀ ହୋଇଛନ୍ତି । ଲଇକେରା ବ୍ଲକ ଜୋନ ୧ରୁ ତପସ୍ୱିନୀ ମୁଣ୍ଡା, ଜୋନ୨ରୁ ସନ୍ତୋଷିନୀ କିସାନଙ୍କୁ ପ୍ରାର୍ଥୀ କରାଯାଇଥିବାବେଳେ କୋଲାବିରା ବ୍ଲକରୁ ଶ୍ରୀକର ସାହୁ ଓ କିର୍ମିରା ବ୍ଲକରୁ ପ୍ରମିଲା ଚିଲ ପ୍ରାର୍ଥୀ ହୋଇଛନ୍ତି ।

ଜିଲ୍ଲାରେ ପୂର୍ବରୁ ଅନୁଷ୍ଠିତ ହୋଇଥିବା ସମସ୍ତ ଜିଲ୍ଲାପରିଷଦ ନିର୍ବାଚନରେ କଂଗ୍ରେସ ସଂଖ୍ୟା ଗରିଷ୍ଠତା ହାସଲ କରି ଅଧ୍ୟକ୍ଷ ଆସନ ହାତେଇ ଥିବା ବେଳେ ଗତ ୨୦୧୭ ନିର୍ବାଚନରେ ମଧ୍ୟ ୯ଟି ଆସନରୁ ୮ଟି ଆସନ ହାସଲ କରି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ନିଜ ଅକ୍ତିଆରକୁ ନେବାକୁ ସକ୍ଷମ ହୋଇଥିଲା । ଚଳିତ ନିର୍ବାଚନରେ ମଧ୍ୟ କଂଗ୍ରେସ ପକ୍ଷରୁ ଇତିହାସର ପୁନଃରାବୃତି କରାଯାଇ ବିପୁଳ ସଂଖ୍ୟା ଗରିଷ୍ଠାତା ହାସଲ କରାଯିବ ବୋଲି କୁହାଯାଇଛି ।

ଅନ୍ୟପଟେ ବିଜେଡି ଏବଂ ବିଜେପି ପକ୍ଷରୁ ପ୍ରାର୍ଥୀପତ୍ର ଏଯାଏଁ ଦାଖଲ କରାଯାଇ ନାହିଁ । ଆସନ୍ତା ଦୁଇ ଦିନ ମଧ୍ୟରେ ଉଭୟ ଦଳ ପକ୍ଷରୁ ପ୍ରାର୍ଥୀପତ୍ର ଦାଖଲ କରାଯିବ ବୋଲି ସୂଚନା ଦିଆଯାଇଛି । ତେବେ ନିର୍ବାଚନରେ କାହାର ଜିତାପଟ ହେଉଛି ତାହା ଉପରେ ସମସ୍ତଙ୍କ ନଜର ରହିଛି ।



ଝାରସୁଗୁଡ଼ାରୁ ଗୁରୁଚରଣ ବାଘ, ଇଟିଭି ଭାରତ

ABOUT THE AUTHOR

...view details