ଓଡିଶା

odisha

ETV Bharat / state

Jharsuguda Bypoll: ବିଜେଡି ନେତା କହିଲେ ନବୀନଙ୍କ ସୁଶାସନ ପୁଣି ସଫଳ - ଝାରସୁଗୁଡ଼ା ଉପନିର୍ବାଚନ

ଝାରସୁଗୁଡ଼ା ଉପନିର୍ବାଚନରେ ବିଜେଡିର ବାଜିମାତ । କଂଗ୍ରେସ ନିଜର ଦୋଷ ସ୍ୱୀକାର କରିଥିବା ବେଳେ ବିଜେଡି ନେତା କହିଲେ ନବୀନଙ୍କ ସୁଶାସନ ପୁଣି ସଫଳ ହେଲା । ଅଧିକ ପଢନ୍ତୁ

jharsuguda by election
jharsuguda by election

By

Published : May 13, 2023, 6:54 PM IST

Updated : May 13, 2023, 9:02 PM IST

Jharsuguda Bypoll

ବଲାଙ୍ଗୀର :ଝାରସୁଗୁଡା ଉପନିର୍ବାଚନରେ ବିଜେଡିର ବାଜିମାତ। ସ୍ବର୍ଗତ ମନ୍ତ୍ରୀ ନବଦାସଙ୍କ ଝିଅ ଦୀପାଳି ଦାସ ହାରାହାରି 50 ହଜାର ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ଏହାକୁ ନେଇ କଂଗ୍ରେସ ନେତା ନରସିଂହ ମିଶ୍ର ଓ ବିଜେଡି ଯୁବ ନେତା କଳିକେଶ ନାରାୟଣ ସିଂହ ଦେଓ ନିଜର ପ୍ରତିକ୍ରିୟା ରଖିଛନ୍ତି ।

ତେବେ ଝାରସୁଗୁଡା ବିଧାନସଭା ଉପ ନିର୍ବାଚନରେ ତିନି ପ୍ରମୁଖ ଦଳ ନିର୍ବାଚନରେ ଜିତିବା ପାଇଁ ସବୁ ସ୍ଥରରେ ପ୍ରଚେଷ୍ଟା କରିଥିଲେ। ହେଲେ ବିଜେଡି ସବୁ ଠୁ ଆଗରେ ରହି ଭୋଟରଙ୍କ ପସନ୍ଦ ହୋଇଛି। ପୁଣି ଏଠି ବିଜେଡି ପ୍ରାର୍ଥିନୀ ଦୀପାଳି ଦାସ 50 ହଜାର ବ୍ୟବଧାନରେ ବିଜୟୀ ହୋଇଛନ୍ତି। ତେବେ ଏହାକୁ ନେଇ ବିଜେଡି ଯୁବ ନେତା ତଥା ବଲାଙ୍ଗୀର ପୂର୍ବତନ ସାଂସଦ ଓ ହାଉସିଂ ବୋର୍ଡ ଅଧକ୍ଷ୍ୟ କଳିକେଶ ନାରାୟଣ ସିଂହ ଦେଓ ନିଜର ପ୍ରତିକ୍ରିୟା ଦେଇଛନ୍ତି। ସ୍ବର୍ଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ ପୁଣି ଲୋକଙ୍କ ଆସ୍ଥା ଭାଜନ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭାବମୂର୍ତ୍ତି, ତାଙ୍କର ସାଶାସନ ଓ ତାଙ୍କର ଲୋକପ୍ରିୟତା ଦଳକୁ ସେଠି ବିଜୟୀ କରିଥିବାର ସେ କହିଛନ୍ତି। ସେହିପରି ନବୀନ ପଟ୍ଟନାୟକଙ୍କ ଉପରେ ଲୋକଙ୍କ ବିଶ୍ବାସ ଅଛି ଓ ଆଗକୁ ଓଡ଼ିଶାରେ ପୁଣି ବିଜେଡି ବିଜୟୀ ହେବ ବୋଲି ସେ କହିଛନ୍ତି।

ସେହିପରି ଦିନେ ଝାରସୁଗୁଡା କଂଗ୍ରେସ ଦଳର ଗଡ ବୋଲି କୁହାଯାଉଥିଲା। ହେଲେ ସେଠି କଂଗ୍ରେସର ଶୋଚନୀୟ ପରାଜୟ କଂଗ୍ରେସ ଦଳ ପାଇଁ ଚିନ୍ତାର ବିଷୟ ହୋଇଛି। ଯାହାକୁ ନେଇ କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି। ଝାରସୁଗୁଡା ପରାଜୟ କଂଗ୍ରେସ ପ୍ରତି ଅତି ନୈରାଶ୍ୟ ଜନକ ବୋଲି ସେ କହିଛନ୍ତି। ତେବେ କେବଳ ନୈରାଶ୍ୟ ଜନକ ନୁହେଁ ଏହାଠାରୁ ମଧ୍ୟ ତାହା ଅଧିକ ଯାହାର କୌଣସି ଶବ୍ଦ ତାଙ୍କ ପାଖରେ ନାହିଁ ବୋଲି ସେ କହିଛନ୍ତି। ତେବେ ଦିନେ କଂଗ୍ରେସର ଗଡ଼ ଥିବା ଝାରସୁଗୁଡା ଏବଂ ତିନି ତିନି ଥର ବିଧାୟକ ଥିବା ଲୋକଙ୍କ ପୁଅ ଛିଡା ହୋଇ ଏଭଳି ଫଳାଫଳ ଆଣିବା ଚିନ୍ତାର ବିଷୟ । ତେଣୁ ଗାଲୁଆମୀ ନ କରି ଶତ ମାନିବାକୁ ପଡିବ ଯେ କଂଗ୍ରେସ ଦୁର୍ବଳ ହୋଇଛି ବୋଲି ସେ କହିଛନ୍ତି । ଏହାର ମୁଖ୍ୟ କାରଣ କଂଗ୍ରେସର ନେତୃ ବୃନ୍ଦ ସବୁ ପରାଜୟ ଉପରେ ଆତ୍ମଚିନ୍ତନ କରୁ ନାହାନ୍ତି। ତେଣୁ ଆଗାମୀ ଦିନରେ ଆତ୍ମଚିନ୍ତନ ସହ ଭବିଷ୍ୟତ କାର୍ଯ୍ୟ ପନ୍ଥା ପ୍ରସ୍ତୁତ କରିବାକୁ ହେବ ବୋଲି ସେ କହିଛନ୍ତି।

ଇଟିଭି ଭାରତ, ବଲାଙ୍ଗୀର

Last Updated : May 13, 2023, 9:02 PM IST

ABOUT THE AUTHOR

...view details