ଓଡିଶା

odisha

ETV Bharat / state

ଚାଇଲ୍ଡ ଲାଇନ ସହ ବନ୍ଧୁତା କାର୍ଯ୍ୟକ୍ରମ ଉଦଯାପିତ

ଝାରସୁଗୁଡା ଜିଲ୍ଲା ଚାଇଲ୍ଡ ଲାଇନ ପକ୍ଷରୁ ୧୪ ରୁ ୨୦ ତାରିଖ ଯାଏ ସପ୍ତାହ ବ୍ୟାପି ଚାଲିଥିବା ଚାଇଲ୍ଡ ଲାଇନ ସହ ବନ୍ଧୁତା କାର୍ଯ୍ୟକ୍ରମ ଉଦଯାପିତ ହୋଇଛି । ଅଧିକ ପଢନ୍ତୁ...

ଚାଇଲ୍ଡ ଲାଇନ ସହ ବନ୍ଧୁତା କାର୍ଯ୍ୟକ୍ରମ ଉଦଯାପିତ
ଚାଇଲ୍ଡ ଲାଇନ ସହ ବନ୍ଧୁତା କାର୍ଯ୍ୟକ୍ରମ ଉଦଯାପିତ

By

Published : Nov 20, 2020, 4:53 PM IST

ଝାରସୁଗୁଡ଼ା: ଚାଇଲ୍ଡ ଲାଇନ ପକ୍ଷରୁ ୧୪ ରୁ ୨୦ ତାରିଖ ଯାଏ ସପ୍ତାହ ବ୍ୟାପି ଚାଲିଥିବା ଚାଇଲ୍ଡ ଲାଇନ ସହ ବନ୍ଧୁତା କାର୍ଯ୍ୟକ୍ରମ ଉଦଯାପିତ ହୋଇଛି । ଚାଇଲ୍ଡ ଲାଇନ ପକ୍ଷରୁ କିଶୋରୀ ବାଳିକାଙ୍କ ପାଇଁ ବିଭିନ୍ନ ସ୍ଥାନରେ ତାଲିମ ଶିବିର ଅନୁଷ୍ଠିତ କରାଯିବା ସହ ଚିତ୍ରଙ୍କନ ପ୍ରତିଯୋଗିତା କରାଯାଇଥିଲା । ଚାଇଲ୍ଡ ଲାଇନ ସହ ବନ୍ଧୁତା କାର୍ଯ୍ୟକ୍ରମ ଜିଲ୍ଲାର ବିଭିନ୍ନ ଅନୁଷ୍ଠାନକୁ ଯାଇ ଚାଇଲ୍ଡ ଲାଇନ କେନ୍ଦ୍ର ସଂଯୋଜକ ଆଶିଷ କୁମାର ପଣ୍ଡା ଶିଶୁ ସୁରକ୍ଷା, ବାଲ୍ୟ ବିବାହ ନିଷେଧ ଆଇନ ଏବଂ ପକସୋ ଆଇନ ବିଷୟରେ ଅବଗତ କରାଇଥିଲେ।

ଚାଇଲ୍ଡ ଲାଇନ ସହ ବନ୍ଧୁତା କାର୍ଯ୍ୟକ୍ରମ ଉଦଯାପିତ

ଏହାସହ ନିଜର ଆଖପାଖ ଅଞ୍ଚଳକୁ ବାଲ୍ୟ ବିବାହ ମୁକ୍ତ କରିବା ପାଇଁ ସେ ପ୍ରୋତ୍ସାହିତ କରିଥିଲେ । ଗତ ଦୁଇଦିନ ଧରି ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ସଚେତନତା ରଥ ପରିକ୍ରମା କରି ଚାଇଲ୍ଡ ଲାଇନ ସହ ବନ୍ଧୁତା ବିଷୟରରେ ଅବଗତ କରାଇଥିଲେ । ଆଜି ଶେଷ ଦିନରେ ଝାରସୁଗୁଡ଼ା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟଳୟରେ ଚାଇଲ୍ଡ ଲାଇନ ସହ ବନ୍ଧୁତା କାର୍ଯ୍ୟକ୍ରମ ଉଦଯାପିତ କରାଯାଇଛି ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details