ଝାରସୁଗୁଡା:ଜିଲ୍ଲାରେ ଶିଶୁ ଶ୍ରମିକ ନିରାକରଣ ପାଇଁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏକ ସଚେତନତା ରଥ ଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରୁ ବାହାରି ଝାରସୁଗୁଡ଼ା, ବେଲପାହାଡ଼ ଓ ବ୍ରଜରାଜନଗର ପୌରାଞ୍ଚଳ ପରିକ୍ରମା କରିଥିଲା । ଜିଲ୍ଲାପାଳ ସରୋଜ କୁମାର ସାମଲ ପତାକା ଦେଖାଇ ଏହି ସଚେତନତା ରଥର ଶୁଭାରମ୍ଭ କରିଥିଲେ ।
ଏ ଅବସରରେ ଏକ ସଭା ଜିଲ୍ଲା ଖଣିଜ ପାଣ୍ଠି ପ୍ରତିଷ୍ଠାନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା । ଶିଶୁ ଶ୍ରମିକ ନିରାକରଣ ଏକ ସାମାଜିକ ଦାୟିତ୍ବ । ସମସ୍ତଙ୍କ ମିଳିତ ପ୍ରୟାସ ହିଁ ଏହାକୁ ପ୍ରଥାର ବିଲୋପ କରିବାରେ ସହାୟକ ହେବ ବୋଲି ଜିଲ୍ଲାପାଳ କହିଥିଲେ । ଜିଲ୍ଲାସ୍ତରୀୟ ଟାସ୍କଫୋର୍ସ ଜରିଆରେ ଶିଶୁ ଶ୍ରମିକ ନିରାକରଣ ପାଇଁ ପଦକ୍ଷେପ ନେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ବିପଦ ସଙ୍କୁଳ କାର୍ଯ୍ୟରେ ଶିଶୁ ଶ୍ରମିକମାନଙ୍କୁ ନିୟୋଜିତ କରିବା ଧର୍ତ୍ତବ୍ୟ ଅପରାଧ ।