ଓଡିଶା

odisha

By

Published : Feb 17, 2020, 7:45 PM IST

ETV Bharat / state

ବଢିଲା ଅନୁପଙ୍କ ଅଡୁଆ, ଜେରା ପାଇଁ ଛତିଶଗଡ଼ ଯିବେ ପରିବାର

ଅଡୁଆ ଖିଅ ଭିତରକୁ ଟାଣି ହୋଇଯାଉଛନ୍ତି ଅନୁପ ସାଏ। ଡବଲ ମର୍ଡର ମିଷ୍ଟ୍ରିର ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ବ୍ରଜରାଜନଗରକୁ ଛତିଶଗଡ଼ ରାୟଗଡ ପୋଲିସର ଦୁଇଟି ଟିମ ଆସି ବିଭିନ୍ନ ଦିଗରେ ତଦନ୍ତ ଆରମ୍ଭ କରିଛନ୍ତି। ଅଧିକ ଖବର ପଢନ୍ତୁ...

chattishgarh-police
ଛତିଶଗଡ଼ ପୋଲିସ ବ୍ରଜରାଜନଗର ଆସି ବୟାନ ରେକର୍ଡ ପାଇଁ ନୋଟିସ

ଝାରସୁଗୁଡା: ଧୀରେ ଧୀରେ ଖୋଲୁଛି 4 ବର୍ଷ ତଳର ଫାଇଲ। ଆଉ ଏବେ ଅଡୁଆରେ ଫଶିଛନ୍ତି 3 ଥରର ବିଧାୟକ ଥିବା ଅନୁପ ସାଏ। ଜଣେ ମଣିଷ ଏତେ ବି ନୃଶଂସ ହୋଇପାରେ ଏହି ଘଟଣା ଶୁଣିବା ପରେ ବିଶ୍ବାସ ହେଉଛି। ତେବେ ଛତିଶଗଡ଼ରେ ମା ଝିଅ ଡବଲ ମର୍ଡର ଘଟଣାରେ ନୂଆ ଟ୍ଵିଷ୍ଟ।

ବଢିଲା ଅନୁପଙ୍କ ଅଡୁଆ, ଜେରା ପାଇଁ ଛତିଶଗଡ଼ ଯିବେ ପରିବାର

ଅନୁପ ସାଏ ଓ ତାଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋଙ୍କୁ ଗିରଫ କରାଯାଇଛି। ତେବେ ଏହି ମର୍ଡର ମିଷ୍ଟ୍ରିରେ ଅନୁପ ସାଏଙ୍କ ସମ୍ପର୍କୀୟ ଜଡିତ ଥିବା ସହ ଦୁଇଟି ଗାଡି ବ୍ୟବହାର ହୋଇଥିବା ସନ୍ଦେହ କରାଯାଉଛି। ଏହାସହ ଅନୁପଙ୍କ ଡ୍ରାଇଭରଙ୍କୁ ଜେରା ପରେ ଖୁଲାସା ହେବା ସହ ବିଭିନ୍ନ ଦିଗରେ ତଦନ୍ତ ଆରମ୍ଭ ହୋଇଛି।

ଆଜି ଝାରସୁଗୁଡା ବ୍ରଜରାଜନଗରକୁ ଛତିଶଗଡ଼ ରାୟଗଡ ପୋଲିସର ଦୁଇଟି ଟିମ ଆସି ବିଭିନ୍ନ ଦିଗରେ ତଦନ୍ତ ଆରମ୍ଭ କରିଛନ୍ତି। ଏପରିକି ଆଜି ଗୋଟିଏ ଟିମ ଡବଲ ମର୍ଡର ଘଟଣା ସମ୍ପର୍କରେ ଅଧିକ ଜାଣିବା ଓ ବୟାନ ରେକର୍ଡ କରିବା ପାଇଁ ମର୍ଡର ହୋଇଥିବା ମହିଳାଙ୍କ ପରିବାର ଲୋକଙ୍କୁ ଆଜି ଚିଠି ଦେଇଛନ୍ତି। ଏପରିକି ଅନୁପ ସାଏଙ୍କ ପରିବାର ସଦସ୍ୟଙ୍କୁ ଚିଠି ଦେବା ସହିତ ମର୍ଡର ଘଟଣାରେ ବ୍ୟବହୃତ ହୋଇଥିବା ଦୁଇଟି ଗାଡି ଆଣିବା ପାଇଁ ନୋଟିସ କରିଛନ୍ତି ।

ଝାରସୁଗୁଡାରୁ ରବି ନାରାୟଣ ସାହୁ,ଇଟିଭି ଭାରତ

ABOUT THE AUTHOR

...view details