ଓଡିଶା

odisha

ETV Bharat / state

ବିମାନ ବାତିଲ ନେଇ ଝାରସୁଗୁଡା ବିମାନବନ୍ଦରରେ ଯାତ୍ରୀ ଅସନ୍ତୋଷ - cancellation of flight At Jharsuguda Airport

ବିମାନ ବାତିଲ ନେଇ ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ଯାତ୍ରୀ ଅସନ୍ତୋଷ ଦେଖାଦେଇଛି। ବାରମ୍ବାର ବିମାନ ବାତିଲ ହେଉଥିବାରୁ ଝାରସୁଗୁଡା ବିମାନ ବନ୍ଦର ଛବି ଖରାପ ହେଉଛି। ଅଧିକ ଖବର ପଢନ୍ତୁ...

ବିମାନ ବାତିଲ ନେଇ ଝାରସୁଗୁଡା ବିମାନବନ୍ଦରରେ ଯାତ୍ରୀ ଅସନ୍ତୋଷ

By

Published : Nov 4, 2019, 5:15 PM IST

ଝାରସୁଗୁଡା:ବିମାନ ବାତିଲ ନେଇ ତାତିଲେ ଲୋକେ। ଯାହାକୁ ନେଇ ଯାତ୍ରୀ ଅସନ୍ତୋଷ ପ୍ରକାଶ କରି ହଟ୍ଟଗୋଳ କରିଛନ୍ତି। ଗତକାଲି ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ପ୍ରାୟ 6 ଘଣ୍ଟା ବିଳମ୍ବରେ ସ୍ପାଇସଜେଟ ହାଇଦ୍ରାବାଦ-ଝାରସୁଗୁଡା ବିମାନ ବନ୍ଦରରେ ଅବତରଣ କରିଥିଲା।

ସ୍ପାଇସଜେଟ ବିମାନ କୋଲକାତାକୁ ଯିବା ପାଇଁ ରାତି 8 ଟା 40 ମିନିଟରେ ଛାଡିବା କଥା। ହେଲେ ଝାରସୁଗୁଡା ବିମାନବନ୍ଦରରେ ରାତି 3 ଟାରେ ପହଞ୍ଚିଥିଲା । DGCAର ନିୟମ ଅନୁସାରେ ବିମାନର ପାଇଲଟ ନିର୍ଦ୍ଧାରିତ ଯାତ୍ରା ସମୟ ଶେଷ ହୋଇଯାଇଥିବାରୁ କୋଲକାତା ବିମାନ ବାତିଲ ପାଇଁ ସ୍ପାଇସଜେଟ କର୍ତ୍ତୃପକ୍ଷ ବାଧ୍ୟ ହୋଇଥିଲେ। ଫଳରେ ଯାତ୍ରୀଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା।

ବିମାନ ବାତିଲ ନେଇ ଝାରସୁଗୁଡା ବିମାନବନ୍ଦରରେ ଯାତ୍ରୀ ଅସନ୍ତୋଷ

ବିମାନ ବାତିଲ ନେଇ ଯାତ୍ରୀ ସ୍ପାଇସଜେଟ୍‌ ଅଧିକାରୀଙ୍କ ସହ ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ବାରମ୍ବାର ହାଇଦ୍ରାବାଦରୁ ଝାରସୁଗୁଡା ଓ ଝାରସୁଗୁଡାରୁ କୋଲକାତା ସ୍ପାଇସଜେଟ୍‌ର ବିମାନ୍‌ ବିଳମ୍ବିତ ଏବଂ ବାତିଲ ହୋଇଥିବାରୁ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

ଏଠାରୁ ବିମାନସେବା ଆରମ୍ଭ ହେବା ଦିନରୁ ଯାତ୍ରୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇ ଚାଲିଛି। ମାତ୍ର ବାରମ୍ବାର ବିମାନ ବାତିଲ ହେଉଥିବାରୁ ଝାରସୁଗୁଡା ବିମାନ ବନ୍ଦର ଛବି ଖରାପ ହେଉଛି। ଏନେଇ ସ୍ପାଇସଜେଟ କର୍ତ୍ତୃପକ୍ଷ ପଦକ୍ଷେପ ନେବା ପାଇଁ କୁହାଯାଇଥିବା ବିମାନ ବନ୍ଦର ନିର୍ଦେଶକ ସୁଦେଶ କୁମାର ଚୌହାନ କହିଛନ୍ତି।


ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details