ଓଡିଶା

odisha

ETV Bharat / state

ବ୍ରଜରାଜନଗର ନିର୍ବାଚନମଣ୍ଡଳୀ: 254 ବୁଥରେ ସାନିମତଦାନ ଜାରି

ଭିଭିପାଟ ମେସିନରେ ତ୍ରୁଟି ଦେଖାଯିବା ଫଳରେ ଝାରସଗୁଗୁଡା ଜିଲ୍ଲାର ବ୍ରଜରାଜନଗର ନିର୍ବାଚନମଣ୍ଡଳୀର 254 ନମ୍ବର ବୁଥରେ ଏପ୍ରିଲ 25 ତାରିଖ ଗୁରୁବାର ସାନି ମତଦାନ ଅନୁଷ୍ଠିତ ହୋଇଯାଇଛି।

By

Published : Apr 25, 2019, 1:07 PM IST

Updated : Apr 25, 2019, 3:46 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା

ଝାରସୁଗୁଡା: ଜିଲ୍ଲାର ବ୍ରଜରାଜନଗର ଓ ଝାରସୁଗୁଡ଼ା ବିଧାନସଭା ଆସନରେ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଯାଇଛି ନିର୍ବାଚନ । ଚଳିତ ମାସ 18 ତାରିଖ ଦ୍ବିତାୟ ପର୍ଯ୍ୟାୟ ମତଦାନରେ ଏହି ଅଞ୍ଚଳରେ ହୋଇଥିଲା ଭୋଟଗ୍ରହଣ । ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀର ଲଖନପୁର ବ୍ଳକର 254 ନମ୍ବର ବୁଥରେ ଭିଭିପାଟ ମେସିନରେ ତ୍ରୁଟି ଦେଇଥିଲା ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା

ଯେଉଁଥିପାଇଁ ଏହି ବୁଥରେ ସାନି ମତଦାନ କରିବା ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏପ୍ରିଲ 25 ତାରିଖରେ ସାନି ଭୋଟ ଗ୍ରହଣ କରିବାକୁ ନିଷ୍ପତ୍ତି ହୋଇଥିଲା ଗୁରବାର ଏଠାରେ ପୁଣିଥରେ ଭୋଟଗ୍ରହଣ କରାଯାଇଛି । ସକାଳ 7ଟାରୁ ଆରମ୍ଭ ହୋଇଯାଇଛି ମତଦାନ। ଯାହା ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ଚାଲିବ।

ଏଠାକାର ଚାରମାଲ ନୋଡାଲ ୟୁପି ସ୍କୁଲରେ ଥିବା 254 ନମ୍ବର ବୁଥରେ ମତଦାନ କରାଯାଉଛି । ଗତ 18 ତାରିଖରେ ଏଠାରେ ହୋଇଥିବା ମତଦାନରେ 1183 ଭୋଟରଙ୍କ ମଧ୍ୟରୁ 944 ଜଣ ଭୋଟର ସେମାନଙ୍କ ମତଦାନ ସାବ୍ୟସ୍ତ କରିଥିଲେ। ମାତ୍ର ସେହିଦିନ ଭିଭିପାଟ ମେସିନରେ ତ୍ରୁଟି ଦେଖାଯିବା ଫଳରେ ସାନି ମତଦାନ କରାଯାଉଛି।

ଏଥି ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି। ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ଆବଶ୍ୟକୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସକାଳ 10ଟା ସୁଦ୍ଧା 304 ଜଣ ମତଦାନ କରିଛନ୍ତି। ଏହି ନିର୍ବାଚନମଣ୍ଡଳୀରୁ ପ୍ରତିଦ୍ୱନ୍ଦିତା କରୁଥିବା ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡା ଏବଂ ବିଜେଡି ପ୍ରାର୍ଥୀ କିଶୋର ମହାନ୍ତି ସାନି ମତଦାନ ପାଇଁ ନିଆଯାଇଥିବା ପଦକ୍ଷେପକୁ ପ୍ରଶଂସା କରିଛନ୍ତି।

ଝାରସୁଗୁଡାରୁ ରବିନାରାୟଣ ସାହୁ, ଇଟିଭି ଭାରତ

Last Updated : Apr 25, 2019, 3:46 PM IST

ABOUT THE AUTHOR

...view details