ଝାରସୁଗୁଡା: ବ୍ରଜରାଜନଗରରେ ଘରେ ନିଆଁ ଲାଗି ୪ ଜଣ ଗୁରୁତର ଘଟଣାର ପର୍ଦ୍ଦାଫାସ କଲା ପୋଲିସ । ସମ୍ପତ୍ତି ଲୋଭରେ ନିଜ ମା, ଭାଇ,ଭଉଣୀ ଓ ଭାଣିଜୀକୁ ପୋଡି ମାରିବାର ଉଦ୍ୟମ କରି ପୋଲିସ ହାତରେ ଧରାପିଡ଼ିଛି ପୁଅ । ଘଟଣାରେ ସାମିଲ ମୁଖ୍ୟ ଅଭିଯୁକ୍ତ ରବିନ୍ଦ୍ର ସିଂହଙ୍କ ସହ ତାର ଅନ୍ୟ ଜଣେ ସହଯୋଗୀ ବ୍ଲେସନ୍ ତାଣ୍ଡି ଓ ଜଣେ ନାବାଳକକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ସଂପର୍କରେ ଏକ ସାମ୍ବାଦିକ ସମ୍ମିଳନୀରେ ସୁଚନା ଦେଇଛନ୍ତି ଝାରସୁଗୁଡା ଏସପି ବିକାଶ ଚନ୍ଦ୍ର ଦାସ ।
ଗତ ଅକ୍ଟୋବର ମାସ ୧୬ ତାରିଖରେ ବ୍ରଜରାଜନଗରରେ ଗୋଟିଏ ଦମ୍ପତ୍ତିଙ୍କୁ ନିଆଁରେ ପୋଡି ମାରିଥିଲେ ପୁତୁରା ଝିଆରୀ । ଘଟଣା ଏଭଳି ଘଟାଇଥିଲେ ପୋଲିସକୁ ଦୁର୍ଘଟଣାର ରୂପ ଦେବାକୁ ଚେଷ୍ଟା କରିଥିଲେ ଅଭିଯୁକ୍ତ । ଠିକ୍ ୩ ମାସ ପରେ ସମାନ ଧରଣର ଘଟଣା ଘଟାଇ ପୁଅ ଜେଲ ଗଲା ସତ କିନ୍ତୁ ମା, ଭାଇ, ଭଉଣୀ ଓ ଭାଣିଜୀ ଏବେବି ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ।
ବ୍ରଜରାଜନଗର ସହରାଞ୍ଚଳର ହରିଓମ ବିହାରରେ ଗୋଟିଏ ଘରେ ଶୋଇଥିବା ବେଳେ ଜଣେ ୭ ବର୍ଷର ନାବାଳିକା ସହ ଦୁଇ ଜଣ ମହିଳା ଓ ଅନ୍ୟ ଜଣେ ଯୁବକ ପୋଡି ଗୁରୁତର ଆହତ ହୋଇ ରାଉରକେଲା ଆଇଜିଏଚ୍ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସନ୍ଦେହ ବଢାଉଥିଲା ବନ୍ଦ କୋଠରୀ ଭିତରର ଅଗ୍ନିକାଣ୍ଡ । ନିଆଁ କେଉଁଠୁ ଆସିଲା ଜଣାପଡୁ ନଥିଲା । କିନ୍ତୁ ବେଡରୁମ୍ ଭିତରେ ୩ଟି ପ୍ଲାଷ୍ଟିକ ଜାରରେ ପେଟ୍ରୋଲ ରଖା ଯାଇଥିବା ଦେଖିବାକୁ ମିଳିବା ପରେ ସନ୍ଦେହ ଦୃଢ଼ୀଭୂତ ହୋଇଥିଲା । ତଦନ୍ତ ପାଇଁ ସ୍ଥାନୀୟ ପୋଲିସ ସାଇଣ୍ଟିଫିକ ଟିମ ସହ ସନ୍ଧାନୀ କୁକୁରର ସହାୟତା ନେଇଥିଲା । ପୋଲିସ ତୁରନ୍ତ ସେହି ଘରେ ଥିବା ଜଣେ ବ୍ୟକ୍ତିକୁ ଉଠାଇ ନେଇଥିଲା ।