ଓଡିଶା

odisha

ETV Bharat / state

ଧାନମଣ୍ଡି ସମସ୍ୟା ନେଇ ପଶ୍ଚିମ ଓଡିଶାରେ ବିଜେପି କଲା ଚକାଜାମ

ଝାରସୁଗୁଡା ସମେତ ସାରା ପଶ୍ଟିମ ଓଡିଶାରେ ଧାନମଣ୍ଡି ସମସ୍ୟାକୁ ନେଇ 10ଟାରୁ 1ଟା ବିଜେପି ଚକାଜାମ କରିଛି । ଅଧିକ ପଢନ୍ତୁ...

By

Published : Feb 13, 2021, 1:33 PM IST

BJP's Chakka jam in western Odisha against rice procurement problems
ଧାନମଣ୍ଡି ସମସ୍ୟା ନେଇ ପଶ୍ଚିମ ଓଡିଶାରେ ବିଜେପିର 10ଟାରୁ 1ଟା ଚକାଜାମ

ଝାରସୁଗୁଡା: ମଣ୍ଡିରେ ଅଚଳାବସ୍ଥାର ପ୍ରତିବାଦ କରି ସହରର ସକାଳ ୧୦ଟା ରୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ବିଜେପି ଶନିବାର ଚକାଜାମ୍‌ ଆନ୍ଦୋଳନ କରିଛି । ବିଜେପି ସଂଗଠନର ଡାକରାରେ ଜିଲ୍ଲା ସମେତ ସାରା ପଶ୍ଟିମ ଓଡିଶାରେ 3 ଘଣ୍ଟିଆ ଚକାଜାମର ପ୍ରଭାବ ଦେଖିବାକୁ ମିଳିଛି ।

ଧାନମଣ୍ଡି ସମସ୍ୟା ନେଇ ପଶ୍ଚିମ ଓଡିଶାରେ ବିଜେପିର 10ଟାରୁ 1ଟା ଚକାଜାମ

ଏହି ଆନ୍ଦୋଳନ ଝାରସୁଗୁଡା-ବେଲପାହଡ 49 ନମ୍ବର ଜାତୀୟ ରାଜପଥ ଓ ସମ୍ବଲପୁର-ରାଉଲକେଲା ବିଜୁ ଏକ୍ସପ୍ରେସ ୱେର ପ୍ରସନ୍ନ ପଣ୍ଡା ଛକ ସହିତ ଛତିଶଗଡ ସୀମାନ୍ତବର୍ତ୍ତୀ ପଞ୍ଚଗାଁଠାରେ 3 ଘଣ୍ଟିଆ ଚକାଜାମ କରାଯାଇଛି । ଚକାଜାମ୍ ଦ୍ୱାରା 49 ନମ୍ବର ଜାତୀୟ ରାଜପଥ ଓ ବିଜୁ ଏକ୍ସପ୍ରେସ ୱେରେ ଶହ ଶହ ଯାନବାହନ ଅଟକି ରହିଥିବା ଦେଖିବାକୁ ମିଳିଛି । ଏହି ଚକାଜାମ ଆନ୍ଦୋଳନରେ ବିଶୃଙ୍ଖଳା ପରିସ୍ଥିତି ନ ଉପୁଜିବା ପାଇଁ ପୋଲିସ ପ୍ରଶାସନ ସଜାଗ ରହିଛନ୍ତି ।

ପଶ୍ଚିମ ଓଡିଶାରେ ଯେତେ ପରିମାଣରେ ଧାନ କିଣିବା କଥା ସେତିକି ପରିମାଣରେ କିଣା ଯାଇନାହିଁ ବୋଲି ଆନ୍ଦୋଳନକାରୀମାନେ ଅଭିଯୋଗ କରିଛନ୍ତି । ତେବେ ସରକାର ଜିଲ୍ଲାରେ କେବଳ 59 ପ୍ରତିଶତ ଧାନ କିଣିଛନ୍ତି । ଅବଶିଷ୍ଟାଂଶ ଧାନ ସରକାର ନ କିଣିବାକୁ ସ୍ଥିର କରିଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି । ତେବେ ତୁରନ୍ତ ଅବଶିଷ୍ଟାଂଶ ଧାନ ସରକାର କିଣନ୍ତୁ ବୋଲି ଆନ୍ଦୋଳନକାରୀମାନେ ଦାବି କରିଛନ୍ତି । ସେପଟେ ଆନ୍ଦୋଳନ ଯୋଗୁଁ ଶହ ଶହ ଯାନବାହନ ଅଟକି ରହିଥିବାରୁ ସତର୍କତା ଅବଲମ୍ବନ କରି ଟ୍ରାଫିକ ନିୟନ୍ତ୍ରଣ ପାଇଁ ବିଭିନ୍ନ ଛକ ସ୍ଥାନମାନଙ୍କରେ ପୋଲିସ ଫୋର୍ସ ଯୋଗାଇ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।

ଝାରସୁଗୁଡ଼ାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details