ଝାରସୁଗୁଡ଼ା: ରବିବାର ଝାରସୁଗୁଡ଼ା ସହରର ବେହେରାମାଲ ସ୍ଥିତ ବିଜେପି କାର୍ଯ୍ୟାଳୟରେ ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସ୍ଵାସ୍ଥ୍ୟମନ୍ତ୍ରୀଙ୍କ ରୋଷେୟା ଆତ୍ମହତ୍ୟା ଘଟଣାକୁ କେନ୍ଦ୍ର କରି ଟାଉନ ଥାନା ସମ୍ମୁଖରେ ବିଜେପି ଏକ ଶାନ୍ତିପୂର୍ଣ୍ଣ ଧାରଣ ପ୍ରଦର୍ଶନ କରିବାର ଥିଲା । ଏନେଇ ବିଜେପି ପକ୍ଷରୁ ଗତକାଲି ଝାରସୁଗୁଡା ଟାଉନ ଥାନାରେ ଏକ ଲିଖିତ ଚିଠି ମଧ୍ୟ ପ୍ରଦାନ କରାଯାଇଥିଲା ।
ଶାନ୍ତିପୂର୍ଣ୍ଣ ଧାରଣାକୁ ବିଜେଡି ଭଣ୍ଡୁର କରିଥିବା ଅଭିଯୋଗ ଆଣିଲା BJP
ଝାରସୁଗୁଡ଼ା ସହରର ବେହେରାମାଲ ସ୍ଥିତ ବିଜେପି କାର୍ଯ୍ୟାଳୟରେ ବିଜେପିର ସାମ୍ବାଦିକ ସମ୍ମିଳନୀ । ସ୍ଵାସ୍ଥ୍ୟମନ୍ତ୍ରୀଙ୍କ ରୋଷେୟା ଆତ୍ମହତ୍ୟା ଘଟଣାକୁ କେନ୍ଦ୍ର କରି ଆଜି ହେବାକୁ ଥିବା ବିଜେପି ଶାନ୍ତିପୂର୍ଣ୍ଣ ଧାରଣକୁ ବିଜେଡି ଭଣ୍ଡୁର କରିଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ
ବିଜେଡି ପୋଲିସ ସହ ମିଶି ଶାନ୍ତିପୂର୍ଣ୍ଣ ଧାରଣାକୁ ଭଣ୍ଡୁର କରିଥିବା ଅଭିଯୋଗ କରିଛି ବିଜେପି
ହେଲେ ଆଜି ଶାନ୍ତିପୂର୍ଣ୍ଣ ଧାରଣା ଦେବା ଆଗରୁ ପୋଲିସ ଝଣ୍ଡାଛକ ଠାରୁ ଧର୍ମଶାଳା ଛକ ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ କରିଥିବା ଅଭିଯୋଗ ହୋଇଛି । ବିଜେଡି ଏହି ଶାନ୍ତିପୂର୍ଣ୍ଣ ଧାରଣାକୁ ଭଣ୍ଡୁର କରିବା ପାଇଁ ପୋଲିସ ସହିତ ମିଶି ଏଭଳି କାର୍ଯ୍ୟ କରିଛି ବୋଲି ଆଜି ଅନୁଷ୍ଠିତ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ବିଜେପି ଅଭିଯୋଗ କରିଛି ।
ଝାରସୁଗୁଡ଼ାରୁ ଗୁରୁଚରଣ ବାଘ, ଇଟିଭି ଭାରତ