ଝାରସୁଗୁଡା: ଉପନିର୍ବାଚନକୁ ନେଇ ବ୍ରଜରାଜନଗରରେ ରାଜନୈତିକ ଉଷ୍ମତା ସରଗରମ ରହିଛି । ଖାସ କରି ତାରିଖ ଘୋଷଣା ହେବା ପରେ ଏବେ ଝାରସୁଗୁଡା ଜିଲ୍ଲାରେ ତିନି ପ୍ରମୁଖ ରାଜନୈତିକ ଦଳ ଭିତରେ ଦେଖିବାକୁ ମିଳିଛି ଉଷ୍ମତା । ତେବେ ତିନି ପ୍ରମୁଖ ଦଳରୁ କିଏ ହେବ ପ୍ରାର୍ଥୀ ତାକୁ ନେଇ ଏବେ ଚାଲିଛି ଅଙ୍କକଷା ।
Brajarajnagar By Election: ଝାରସୁଗୁଡା ବିଜେଡିର ପ୍ରସ୍ତୁତି ଆରମ୍ଭ
ଉପନିର୍ବାଚନକୁ ନେଇ ବ୍ରଜରାଜନଗରରେ ରାଜନୈତିକ ଉଷ୍ମତା ସରଗରମ ରହିଛି । ଉପନିର୍ବାଚନ ନେଇ ବୁଧବାର ଝାରସୁଗୁଡା ସହର ସ୍ଥିତ ଏକ ଘରୋଇ ହୋଟେଲରେ ବିଜେଡିର ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଛି । ଅଧିକ ପଢନ୍ତୁ
ଏପଟେ ଆଜି(ବୁଧବାର) ଝାରସୁଗୁଡା ସହର ସ୍ଥିତ ଏକ ଘରୋଇ ହୋଟେଲରେ ବିଜେଡିର ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା କଟକ ମେୟର ସୁବାସ ସିଂ, ସ୍ଵାସ୍ଥ୍ୟମନ୍ତ୍ରୀ ନବ ଦାସ, ପ୍ରଣବ ପ୍ରକାଶ ଦାସ ଓ ମନ୍ତ୍ରୀ ସୁଶାନ୍ତ ସିଂ ପ୍ରମୁଖ ଯୋଗ ଦେଇ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀର ସମସ୍ତ କର୍ମୀ, ନବ ନିର୍ବାଚିତ ପୌର କାଉନସିଲର, ପୌରାଧ୍ୟକ୍ଷା, ଜିଲ୍ଲା ପରିଷଦଙ୍କ ସମେତ ବହୁ ବରିଷ୍ଠ ବିଜେଡି ନେତା ଯୋଗ ଦେଇ ଆଗମୀ ଉପନିର୍ବାଚନରେ ବିଜେଡିର ପ୍ରାର୍ଥୀକୁ କେମିତି ଜିତାଇବେ ସେନେଇ ରଣନୀତି ପ୍ରସ୍ତୁତ କରାଯାଇଛି ବୋଲି ସୁବାସ ସିଂ କହିଛନ୍ତି ।
ଝାରସୁଗୁଡାରୁ ଗୁରୁଚରଣ ବାଘ, ଇଟିଭି ଭାରତ