ଓଡିଶା

odisha

ETV Bharat / state

‘ବିଜେଡିକୁ ଭୋଟ ଦିଅ, ବିନା ମରୁଡ଼ିରେ ବି ଟଙ୍କା ମିଳିବ’

ଅଡୁ଼ଆରେ ନବ ଦାସ। ସାଧାରଣ ସଭାରେ ଲୋକଙ୍କୁ ପ୍ରତିଶୃତି ଦେଇ ଫସିଲେ। ସୋସିଆଲ ମିଡିଆରେ ଭିଡିଓ ହେଲା ଭାଇରାଲ। ଉଠିଲା ନିର୍ବାଚନୀ ଆଚରଣ ବିଧି ଉଲ୍ଲଙ୍ଘନ ପ୍ରସଙ୍ଗ।

By

Published : Apr 5, 2019, 9:17 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା

ଝାରସୁଗୁଡ଼ା: ନିର୍ବାଚନୀ ଆଚରଣ ବିଧି ଭୁଲିଗଲେ ବିଜେଡି ନେତା ନବ ଦାସ। ସାଧାରଣ ସଭାରେ ଲୋକଙ୍କୁ ଦେଖାଇଲେ ଲୋଭ। ବିଜେଡିକୁ ଭୋଟ ଦେଇ ଜିତାଇଲେ ନାନାଦି ପ୍ରକାରର ବ୍ୟବସ୍ଥା କରିବାକୁ ଦେଲେ ପ୍ରତିଶୃତି। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା

ସୂଚନାଯୋଗ୍ୟ, ବିଜେଡିର ଷ୍ଟାର ପ୍ରଚାରକ ଥିବା ନବ ଦାସ କୁଚିଣ୍ଡା ନିର୍ବାଚନ ମଣ୍ଡଳୀରେ ଏକ ସଭାକୁ ସମ୍ବୋଧନ କରୁଥିଲେ। ଦଳୀୟ ପ୍ରାର୍ଥୀଙ୍କୁ ଭୋଟ ଦେଇ ଜିତାଇବାକୁ ସେ ଉପସ୍ଥିତ ଲୋକଙ୍କୁ ନିବେଦନ କରିଥିଲେ। ତେବେ ଏହି ଅବସରରେ ସେ ଏପରି କିଛି କହିଦେଇଥିଲେ ଯାହାକୁ ଆଦର୍ଶ ଆଚରଣ ବିଧିର ଉଲ୍ଲଙ୍ଘନ ବୋଲି ବିଚାର କରାଯାଉଛି। ନବ କହିଥିଲେ କି, ବିଜେଡି ପ୍ରାର୍ଥୀ ଜିତିଲେ ପ୍ରତି ପଞ୍ଚାୟତରେ ଏସଏଚଜି ଗୁଡ଼ିକୁ ଦୁଇଟି ଲେଖାଏଁ ଘର ପ୍ରଦାନ କରାଯିବ। ବିନା ମରୁଡ଼ିରେ ବି ଚାଷୀଙ୍କୁ କିଭଳି ଟଙ୍କା ମିଳିବ ସେ ବ୍ୟବସ୍ଥା ମୁଁ କରିବି।

ତେବେ ଏନେଇ ନବ ସଫେଇ ଦେଇଛନ୍ତି। ଭିଡିଓଟିକୁ ଭିନ୍ନ ଦୃଷ୍ଟିରେ ଦେଖାଯାଉଥିବା ସେ କହିଛନ୍ତି। ‘ଲୋକେ ଆମ ନିକଟରେ ଦାବି କରୁଛନ୍ତି । ଆମେ କଣ ମନା କରିବୁ, ନାଁ ସେସବୁ ପୂରଣ କରିବୁନି ବୋଲି। ତା ଛଡ଼ା ଏସଏଚଜିର ମହିଳାମାନଙ୍କୁ ଘରଟିଏ ନିତ୍ୟାନ୍ତ ଦରକାର। ମରୁଡ଼ି ରିପୋର୍ଟ ଠିକରେ ଦିଆଯାଉନି। ଚାଷୀକୁ ଉପଯୁକ୍ତ କ୍ଷତିପୂରଣ ମିଳୁନି। ତେଣୁ ଲୋକ ପ୍ରତିନିଧି ଭାବେ ଆମେ ଜିତିଲେ, ଏସବୁ କରିବା ପ୍ରଥମ କର୍ତ୍ତବ୍ୟ। ମୁଁ କିଛି ଭୁଲ କହିନାହିଁ କିମ୍ବା ଏହାଦ୍ବାରା ନିର୍ବାଚନୀ ଆଚରଣ ବିଧି କୌଣସି ପ୍ରକାରେ ଉଲ୍ଲଙ୍ଘନ ହୋଇନାହିଁ’ ବୋଲି କହିଛନ୍ତି ନବ ଦାସ।

ଝାରସୁଗୁଡ଼ାରୁ ରବିନାରାୟଣ ସାହୁ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details