ଓଡିଶା

odisha

ETV Bharat / state

Jharsuguda By poll Results: ଦୀପାଳିଙ୍କ ବୃହତ ବିଜୟ, ଭାଙ୍ଗିଲେ ବାପାଙ୍କ ରେକର୍ଡ - ଦୀପାଳିଙ୍କ ବିଜୟ

ଶେଷ ହୋଇଛି ଝାରସୁଗୁଡା ବିଧାନସଭା ଉପନିର୍ବାଚନର ଭୋଟ ଗଣତି । ବାପାଙ୍କ ରେକର୍ଡ କାଟି ନୂଆ ରେକର୍ଡ ସ୍ଥାପନ କରିଛନ୍ତି ବିଜେଡି ପ୍ରାର୍ଥୀନୀ ଦୀପାଳି ଦାସ । ୨୦୧୯ ସାଧାରଣ ନିର୍ବାଚନରେ ଦିବଂଗତ ବିଧାୟକ ନବ ଦାସଙ୍କୁ ମିଳିଥିଲା ୯୮ ହଜାର ୬୨୦ ଭୋଟ । ଅର୍ଥାତ ମୋଟ ଭୋଟ ପ୍ରତିଶତରୁ ନବଙ୍କୁ ମିଳିଥିଲା ୫୫.୯୭ ପ୍ରତିଶତ ଭୋଟ । ଦୀପାଳିଙ୍କୁ ମିଳିଛି ଏକ ଲକ୍ଷ ୭ ହଜାରରୁ ଅଧିକ ଭୋଟ । ଅଧିକ ପଢନ୍ତୁ

Etv Bharat
Etv Bharat

By

Published : May 13, 2023, 12:34 PM IST

ଝାରସୁଗୁଡା: ଜିତିଲେ ଦୀପାଳି ଦାସ । କାମ ଦେଲା ବିଜେଡି ଷ୍ଟ୍ରାଟେଜୀ । ଝାରସୁଗୁଡା ପାଇଲା ନୂଆ ବିଧାୟକ । ନବୀନଙ୍କ ନୀତି ଆଗରେ ବିରୋଧୀଙ୍କ ସବୁ ରଣନୀତି ପୁଣି ଥରେ ଫେଲ । କାମ ଦେଲା ନି ବିଜେପି ଯୋଜନା । ନିଜ ଭୋଟ ବ୍ୟାଙ୍କ ବଞ୍ଚାଇ ପାରିଲା ନାହିଁ କଂଗ୍ରେସ । ଝାରସୁଗୁଡା ଉପନିର୍ବାଚନକୁ ନେଇ ଯାହା ଆଶଙ୍କା କରାଯାଉଥିଲା ତାହା ହେଲା । 48 ହଜାରୁ ଅଧିକ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି ବିଜେଡି ପ୍ରାର୍ଥୀନି ଦୀପାଳି ଦାସ । ଦୀପାଳୀଙ୍କୁ ଏକ ଲକ୍ଷ 7 ହଜାର 3 ଖଣ୍ଡ ଭୋଟ ମିଳିଥିବା ବେଳେ, ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କୁ ୫୮ ହଜାର ୩୮୪ ଭୋଟ ଓ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେଙ୍କୁ ମିଳିଛି ୪ ହଜାର ୪୭୩ ଶହ ଭୋଟ ।

ଏହାବି ପଢନ୍ତୁ- Karnataka Election Results: ବଜରଙ୍ଗବଲୀ ଶରଣରେ ପ୍ରିୟଙ୍କା, ଜୋଶରେ କଂଗ୍ରେସ

ଶେଷ ହୋଇଛି ଝାରସୁଗୁଡା ବିଧାନସଭା ଉପନିର୍ବାଚନର ଭୋଟ ଗଣତି । ବାପାଙ୍କ ରେକର୍ଡ କାଟି ନୂଆ ରେକର୍ଡ ସ୍ଥାପନ କରିଛନ୍ତି ବିଜେଡି ପ୍ରାର୍ଥୀନୀ ଦୀପାଳି ଦାସ । ୨୦୧୯ ସାଧାରଣ ନିର୍ବାଚନରେ ଦିବଂଗତ ବିଧାୟକ ନବ ଦାସଙ୍କୁ ମିଳିଥିଲା ୯୮ ହଜାର ୬୨୦ ଭୋଟ । ଅର୍ଥାତ ମୋଟ ଭୋଟ ପ୍ରତିଶତରୁ ନବଙ୍କୁ ମିଳିଥିଲା ୫୫.୯୭ ପ୍ରତିଶତ ଭୋଟ । ଦୀପାଳିଙ୍କୁ ମିଳିଛି ଏକ ଲକ୍ଷ ୭ ହଜାରରୁ ଅଧିକ ଭୋଟ । ଦୀପାଳି ଦାସ ୪୮ ହଜାର ୬୧୯ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି ।

ଦୀପାଳି ଦାସ ନିଜ ପ୍ରତିଦ୍ବନ୍ଦୀ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କୁ ବଡ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି । ଦୀପାଳିଙ୍କୁ ଏକ ଲକ୍ଷ ୭ ହଜାର ଭୋଟ ମିଳିଥିବା ବେଳେ, ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କୁ ୫୮ ହଜାର ୩୮୪ ଭୋଟ ମିଳିଛି । କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେଙ୍କୁ ୪ ହଜାର ୪୭୩ ଭୋଟ ମିଳିଛି ।

ଝାରସୁଗୁଡା ଉପନିର୍ବାଚନରେ ମୋଟ ୧୯ ରାଉଣ୍ଡ ଗଣତି ହୋଇଥିଲା। ପ୍ରଥମ ରାଉଣ୍ଡରୁ ହିଁ ଦୀପାଳି ଦାସ ଆଗରେ ରହିଥିଲେ। ପ୍ରତି ରାଉଣ୍ଡରେ ଦୀପାଳି ଦାସ ନିଜ ପ୍ରତିଦ୍ବନ୍ଦିଙ୍କୁ ପଛରେ ପକାଇ ଦେଇଥିଲେ । ଭୋଟ ବ୍ୟବଧାନ ସଂଖ୍ୟା ବଢି ଚାଲିଥିଲା। ଆଉ ଶେଷରେ ଦୀପାଳିଙ୍କର ହିଁ ବିଜୟ ହୋଇଥିଲା ।

ଏହାବି ପଢନ୍ତୁ- Karnataka Election; ଆଗାମୀ ୫ ବର୍ଷ କ'ଣ ରହିବ ଏହି ବରିଷ୍ଠ ନେତାଙ୍କ ଭାଗ୍ୟ ? କେଇ ଘଣ୍ଟା ପରେ ଫୈସଲା

ସୂଚନାଯୋଗ୍ଯଯେ ଗତ ଜାନୁୟାରୀ ୨୯ ରେ ପୂ୍ର୍ବତନ ବିଧାୟକ ନବ ଦାସଙ୍କ ହତ୍ୟା ହୋଇଥିଲା । ଏହା ପରେ ଝାରସୁଗୁଡା ଉପନିର୍ବାଚନ ହୋଇଥିଲା । ବିଜେଡି ନବ ଦାସଙ୍କ ଝିଅ ଦୀପାଳି ଦାସଙ୍କୁ ଟିକେଟ ଦେଇଥିଲା । ବିଜେପି ଟଙ୍କଧର ତ୍ରିପାଠୀଙ୍କୁ ଓ କଂଗ୍ରେସ ତରୁଣ ପାଣ୍ଡେଙ୍କୁ ପ୍ରାର୍ଥୀ କରିଥିଲା ।

ଇଟିଭି ଭାରତ, ଝାରସୁଗୁଡା

ABOUT THE AUTHOR

...view details