ଓଡିଶା

odisha

ETV Bharat / state

ବେଦାନ୍ତ ଅଗ୍ନିକାଣ୍ଡ ଘଟଣା: ଗ୍ରୀନ ଆନୋଡ଼ ପ୍ଲାଣ୍ଟ ଅପେରେସନ ବନ୍ଦ - investigation

ଦେଶର ଅନ୍ୟତମ ପ୍ରମୁଖ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଲିମିଟେଡର ଝାରସୁଗୁଡାଠାରେ ଥିବା ଏକ କାରଖାନାର ଜିଏପି ପ୍ଳାଣ୍ଟରେ ଅଗ୍ନିକାଣ୍ଡ ଘଟିଥିଲା । କାରଖାନାରେ ଗ୍ରୀନ ଆନୋଡ଼ ପ୍ଲାଣ୍ଟ ଅପେରେସନ ବନ୍ଦ କରିବାକୁ  ନିର୍ଦ୍ଦେଶ ଦେଲେ ଝାରସୁଗୁଡ଼ା ଫ୍ୟାକ୍ଟ୍ରି ଆଣ୍ଡ ବଏଲର ବିଭାଗ ସହକାରୀ ନିର୍ଦ୍ଦେଶକ ।

ଫଟୋ ସୌଜନ୍ୟ:ପ୍ରତିନିଧି, ଝାରସୁଗୁଡା

By

Published : Jul 8, 2019, 5:10 PM IST

ଝାରସୁଗୁଡା: ଝାରସୁଗୁଡା ବେଦାନ୍ତ ଆଲୁମିନିୟମ କାରଖାନାରେ ଅଗ୍ନିକାଣ୍ଡକୁ ନେଇ କାର୍ଯ୍ୟାନୁଷ୍ଠାନ । କାରଖାନାରେ ଗ୍ରୀନ ଆନୋଡ଼ ପ୍ଲାଣ୍ଟ ଅପେରେସନ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଲେ ଝାରସୁଗୁଡ଼ା ଫ୍ୟାକ୍ଟ୍ରି ଆଣ୍ଡ ବଏଲର ବିଭାଗ ସହକାରୀ ନିର୍ଦ୍ଦେଶକ ।

ଭିଡିଓ ସୌଜନ୍ୟ:ପ୍ରତିନିଧି, ଝାରସୁଗୁଡା


ଏଥିସହ ସମଗ୍ର ବେଦାନ୍ତ କମ୍ପାନୀରେ ଅଗ୍ନି ସୁରକ୍ଷା ଯାଞ୍ଚ କରିବା ସହ ରିପୋର୍ଟ ଆସିଲା ପରେ ସମୀକ୍ଷା ହେବ । ଏହାପରେ ପରବର୍ତ୍ତୀ ଆଦେଶ ଯାଏଁ ଅପରେସନ ବନ୍ଦ ରହିବ ବୋଲି ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

ଗୋଟିଏ ପଟେ କମ୍ପାନୀ କର୍ତ୍ତୃପକ୍ଷ ଘଟଣାକୁ ଚାପି ଦେବା ପାଇଁ ଉଦ୍ୟମ କରୁଥିବା ଅଭିଯୋଗ ହେଉଥିବା ବେଳେ ଭବିଷ୍ୟତରେ ଯେପରି ଘଟଣାର ପୁନରାବୃତ୍ତି ନହେବ ସେଥିପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସ୍ବାସ୍ଥ୍ୟ ମନ୍ତ୍ରୀ ତଥା ଝାରସୁଗୁଡା ବିଧାୟକ ନବ କିଶୋର ଦାସ କହିଥିଲେ ।

ପ୍ରକାଶ ଥାଉକି, ଶନିବାର ଦେଶର ଅନ୍ୟତମ ପ୍ରମୁଖ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଲିମିଟେଡର ଝାରସୁଗୁଡାଠାରେ ଥିବା ଏକ କାରଖାନାର ଜିଏପି ପ୍ଳାଣ୍ଟରେ ଅଗ୍ନିକାଣ୍ଡ ଘଟିଥିଲା । ଯେଉଁଥିରେ ସାତ ଜଣ ଶ୍ରମିକ ଆହତ ହୋଇଥିଲେ । ଏହି ଘଟଣା ପରେ କମ୍ପାନୀ ସୁରକ୍ଷାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details