ଝାରସୁଗୁଡା: ମହାନଦୀ ପାର ହେଉଥିବା ବେଳେ ପାଣିରେ ବୁଡ଼ି ଗୋଟିଏ ହାତୀ ଛୁଆର ମୃତ୍ୟୁ ହୋଇଛି । ଘଟଣାଟି ହେଉଛି ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ ବାଦିମାଲ ପଞ୍ଚାୟତ କୁସମେଲର । ସୂଚନା ଅନୁଯାୟୀ ଗୁରୁବାର ଏକ ହାତୀପଲ ବରଗଡ଼ ଜିଲ୍ଲା ବାରପାହାଡ଼ ଜଙ୍ଗଲରୁ ଆସି ମହାନଦୀ ପାରି ହେଉଥିବା ବେଳେ ଏହି ଛୋଟ ହାତୀଟି ପାଣିରେ ବୁଡ଼ି ଯାଇଥିବା ସନ୍ଦେହ କରାଯାଉଛି ।
ମହାନଦୀରେ ବୁଡି ହାତୀ ଶାବକ ମୃତ - ହାତୀ ଶାବକ
ମହାନଦୀ ପାର ହେଉଥିବା ବେଳେ ପାଣିରେ ବୁଡ଼ି ଗୋଟିଏ ହାତୀ ଛୁଆର ମୃତ୍ୟୁ ହୋଇଛି । ଘଟଣାଟି ହେଉଛି ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ ବାଦିମାଲ ପଞ୍ଚାୟତ କୁସମେଲର ।
ଭଫଟୋ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା
ଗତ କିଛି ବର୍ଷ ହେବ ହାତୀପଲ ବରଗଡ଼ ଜିଲ୍ଲା ଡେବ୍ରିଗଡ଼ ଓ ବାରପାହାଡ଼ ଜଙ୍ଗଲରୁ ମହାନଦୀ ପାର ହୋଇ ଝାରସୁଗୁଡାସ୍ଥିତ ହୀରାକୁଦ ଜଳଭଣ୍ଡାର ଅଞ୍ଚଳକୁ ଆସନ୍ତି । ତେବେ ଖବର ପାଇ ସ୍ଥାନୀୟ ବନ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ସମୀକ୍ଷା କରିବା ସହ ତଦନ୍ତ ଜାରି ରଖିଛନ୍ତି ।
ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ