ଓଡିଶା

odisha

ETV Bharat / state

ଝାରସୁଗୁଡାରୁ ଜବତ ହେଲା 6 ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା

ଝାରସୁଗୁରଡା ପୋଲିସର ନିର୍ବାଚନ ଫ୍ଲାଇଁ ସ୍କ୍ୱାର୍ଡ ବଡମାଲ ଥାନା ସମ୍ମୁଖରେ ଯାଞ୍ଚ ବେଳେ ପାଖାପାଖି 6 ଲକ୍ଷ ଟଙ୍କା ଜବତ କରିଛି । ନିର୍ବାଚନ ପୂର୍ବରୁ ଏତେ ପରିମାଣ ଟଙ୍କା ଜବତ ହେବା ନେଇ ଘଟଣାର ଯାଞ୍ଚ କରୁଛି ପୋଲିସ ।

By

Published : Mar 30, 2019, 1:42 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା

ଝାରସୁଗୁଡା: ପୋଲିସର ନିର୍ବାଚନ ଫ୍ଲାଇଁସ୍କ୍ୱାର୍ଡ ବଡମାଲ ଥାନା ସମ୍ମୁଖରେ ଯାଞ୍ଚ ବେଳେ ପାଖାପାଖି 6 ଲକ୍ଷଟଙ୍କା ଜବତ କରିଛି । 2ଟି ପୃଥକ ପୃଥକ ଗାଡିରୁ ଜବତ ହୋଇଥିବା ବେଳେ ଗୋଟିଏ ଗାଡିରୁ 4 ଲକ୍ଷ 49 ହଜାର 500ଟଙ୍କା ଓ ଅନ୍ୟ ଏକ ଗାଡିରୁ 1 ଲକ୍ଷ 50ହଜାର ଜବତ ହୋଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା

ସୂଚନାନୁଯାୟୀ, OD 14H 7106 HYUNDAI ଆଇ10 ଗାଡିରେ ଇଫତିଆର ଅହମ୍ମଦ ନାମକ ବ୍ୟକ୍ତି ଅତାବିରାରୁ ରାଜଗାଙ୍ଗପୁର ଯାଉଥିବା ବେଳେ ପୋଲିସ ହାବୁଡରେ ପଡିଥିଲେ । ସେହିପରି CG 07 BR 9317 HYUNDAI ଆଇ 20 ଗାଡିରେ ଇମ୍ରାନ ଇକବାଲ ଭିଲାଇରୁ ଓପିଜିସିକୁ ଯିବା ସମୟରେ ଟଙ୍କା ଜବତ କରାଯାଇଛି । ପ୍ରାଥମିକ ତଦନ୍ତରୁ ଜଣାପଡିଛି ଇଫତିଆର ଅହମ୍ମଦ ଜଣେ ମଦ ବ୍ୟବସାୟୀ ହୋଇଥିବା ବେଳେ ଇମ୍ରାନ ଇକବାଲ ଜଣେ ଠିକାଦାର ।

ସେପଟେ, ଏହି ଦୁଇ ବ୍ୟକ୍ତିଙ୍କ ନିକଟରୁ ଏତେ ପରିମାଣର ଟଙ୍କା କେଉଁଠୁ ଆସିଲା ତାକୁ ନେଇ ବଡମାଲ ଥାନାରେ ପଚରାଉଚରା କରୁଛି ପୋଲିସ ।

ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ ଝାରସୁଗୁଡା ଜିଲ୍ଲା ନିର୍ବାଚନ ଅଧିକାରୀ ପକ୍ଷରୁ ବେଆଇନ ଟଙ୍କା ରୋକ ଲଗାଇବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ଝାରସୁଗୁଡା ପୌରପାଳିକାର ନିର୍ବାହୀ ଅଧିକାରୀ ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବାବେଳେ ବଡମାଲ ଥାନା ଅଧିକାରୀ ଅମିତାଭ ପଣ୍ଡା ନେତୃତ୍ୱରେ ନିର୍ବାଚନ ଫ୍ଲାଇଁସ୍କ୍ୱାର୍ଡ ଟଙ୍କା ଜବତ କରାଯାଇଛି । ଏନେଇ ଏକ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ କରାଯାଉଥିବା କହିଛନ୍ତି ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ଅଧିକାରୀ ରାମଚନ୍ଦ୍ର ପ୍ରଧାନ ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details