ଓଡିଶା

odisha

ଅନୁପ ସାଏ ଗିରଫ ମାମଲା; ପ୍ରତିକ୍ରିୟା ରଖିଲେ ମୃତ ମହିଳାଙ୍କ ପୂର୍ବତନ ସ୍ବାମୀ

By

Published : Feb 14, 2020, 8:30 PM IST

ବ୍ରଜରାଜନଗରର ପୂର୍ବତନ ବିଧାୟକ ଛତିଶଗଡ ପୋଲିସ ଦ୍ବାରା ଗିରଫ ମାମଲା । ପ୍ରତିକ୍ରିୟା ରଖିଲେ ମୃତ ମହିଳାଙ୍କ ପୂର୍ବତନ ସ୍ବାମୀ ସୁନୀଲ ଶ୍ରୀବାସ୍ତବ । କଣ କହୁଛନ୍ତି ସେ ପଢନ୍ତୁ ସଂପୂର୍ଣ୍ଣ ଖବର...

ସାଏ ଗିରଫ ମାମଲା
ସାଏ ଗିରଫ ମାମଲା

ଝାରସୁଗୁଡା: ପ୍ରଥମେ ସାକ୍ଷାତ । ସାକ୍ଷାତରୁ ଆରମ୍ଭ ହୁଏ ପ୍ରେମ । ଧୀରେ ଧୀରେ ଅବୈଧ ସଂପର୍କ ସ୍ଥାପନ । ପୁଣି ସ୍ବାମୀ ସ୍ତ୍ରୀ ହୋଇ ରହିବାର ମିଛ ପ୍ରତିଜ୍ଞା । ଆଉ ଏହି ଅବୈଧ ସଂପର୍କର କରୁଣ ପରିଣତି ଶେଷରେ ମା ଓ ଝିଅର ହୋଇଛି ହତ୍ୟା । ଆଉ ହତ୍ୟାକାଣ୍ଡ ରଚନା କରିଥିଲେ ଖୋଦ ପୂର୍ବତନ ବ୍ରଜରାଜ ନଗରର ବିଧାୟକ ଅନୁପ ସାଏ । ଗୁରୁବାର ଛତିଶଗଡର ରାୟଗଡ ପୋଲିସ ଅନୁପଙ୍କୁ ଉଠାଇ ନେବାପରେ ଆଜି ଏସପି ସନ୍ତୋଷ ସିଂହ ଏହି ସୂଚନା ଦେଇଛନ୍ତି ।

ପ୍ରତିକ୍ରିୟା ରଖିଲେ ମୃତ ମହିଳାଙ୍କ ପୂର୍ବତନ ସ୍ବାମୀ

ଆଉ ଏହି ଘଟଣାର ପର୍ଦ୍ଦାଫାସ ହେବାପରେ ମୃତା ମହିଳାଙ୍କ ପୂର୍ବତନ ସ୍ବାମୀ ସୁନୀଲ ଶ୍ରୀବାସ୍ତବ ଏନେଇ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ତାଙ୍କର 2001ରେ ବିବାହ ହୋଇଥିଲା । ଘରୋଇ କଳହ ଯୋଗୁଁ 2004ରେ ସେମାନେ ଅଲଗା ରହୁଥିଲେ । 2011ରେ ତାଙ୍କର ଛାଡପତ୍ର ହୋଇଥିଲା । ମୃତ ମହିଳା ଓ ନାବାଳିକା ତାଙ୍କର ପତ୍ନୀ ଓ ଝିଅ ଥିଲେ । ଏହି ହତ୍ୟାକଣ୍ଡ ମୁଁ 2017ରେ ଜାଣିଲି । ସେ ଅନୁପ ସାଏଙ୍କ ସହ ରହୁଥିବା ମୁଁ ଶୁଣିଛି । ସେ କହିଛନ୍ତି ମୋତେ ପୋଲିସ ଯାହା ପଚାରିଲା ମୁଁ କହିଛି । ଏହାସହ ସେ ଦାବି କରିଛନ୍ତି ମୋର ନିର୍ଦ୍ଦୋଶ ଝିଅକୁ ହତ୍ୟା କରିଛି ତାକୁ କଡା ଦଣ୍ଡ ମିଳୁ ।

ଏହି ଘଟଣାରେ ଝାରସୁଗୁଡା ବିଧାୟକ ତଥା ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଆଇନ ତା ବାଟରେ ଯିବ । ସେପଟେ ଅଭିଯୁକ୍ତ ତଥା ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏଙ୍କ ଜାମିନ ଖାରଜ କରିଛନ୍ତି ରାୟଗଡ କୋର୍ଟ । ଜାମିନ ଖାରଜ ପରେ ତାଙ୍କୁ ଜେଲ ପଠାଇ ଦେଇଛି ପୋଲିସ ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details