ଓଡିଶା

odisha

ETV Bharat / state

ଅସାମାଜିକ ଯୁବକଙ୍କ ଉନ୍ମତକାଣ୍ଡ, କାର୍ଯ୍ୟାନୁଷ୍ଠାନ ଦାବିରେ ପ୍ରଦିବାଦ - ଗୁଣ୍ଡାରାଜ

ଝାରସୁଗୁଡା ବନ୍ଧବାହାଲରେ ଗୁଣ୍ଡାରାଜ ଚଳାଇଛନ୍ତି କିଛି ଅସାମାଜିକ ବ୍ୟକ୍ତି । ବିନା କୌଣସି କାରଣରେ ସାଧାରଣ ଲୋକଙ୍କୁ ଆକ୍ରମଣ କରୁଥିବାବେଳେ ଅଞ୍ଚଳରୁ ଏହି ଯୁବକଙ୍କୁ ହଟାଇବାକୁ ଦାବି ହୋଇଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା

By

Published : Aug 17, 2019, 5:14 PM IST

ଝାରସୁଗୁଡା: ଅସାମାଜିକ ଯୁବକଙ୍କ ଉନ୍ମତ୍ତକାଣ୍ଡ ନେଇ ବନ୍ଧବାହାଲରେ ଉତ୍ତେଜନା । ବାରମ୍ବାର ଏହି ଅସାମାଜିକମାନେ ସାଧାରଣ ଲୋକଙ୍କୁ ଅତର୍କିତ ଆକ୍ରମଣ କରୁଥିବାରୁ ଅଞ୍ଚଳରୁ ସେମାନଙ୍କୁ ବାହାର କରିବାକୁ ଦାବି ହୋଇଛି । ଏଥିସହ ଶୁକ୍ରବାର ବନ୍ଧବାହାଲ ଫାଣ୍ଡି ସମ୍ମୁଖରେ ଘେରାଉ କରିବା ସହ 3 ଘଣ୍ଟା ଧରି ରାସ୍ତା ଅବରୋଧ କରିଥିଲେ ସ୍ଥାନୀୟ ଲୋକେ ।

ଭିଡ଼ିଓ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା

ସୂଚନାଯୋଗ୍ୟ, ବନ୍ଧବାହାଲ ସମଲେଇ ମନ୍ଦିର-ସରଣ୍ଡୋମାଲ ରାସ୍ତା ନିକଟରେ ରହୁଥିବା କିଛି ଅସାମାଜିକ ବ୍ୟକ୍ତି ଛର୍ଲା ଗାଁର 2ଜଣ ଯୁବକଙ୍କୁ ଅତର୍କିତ ଆକ୍ରମଣ କରିବା ସହ ମାରପିଟ କରିଥିଲେ । ଯେଉଁଥିରେ ଜଣେ ଯୁବକଙ୍କ ଗୋଡ ଭାଙ୍ଗି ଯାଇଥିବାବେଳେ ଗୁରୁତର ଅବସ୍ଥାରେ ଯୁବକ ଜଣକ ବୁର୍ଲାରେ ଚିକିତ୍ସିତ ହେଉଛନ୍ତି ।

ତେବେ ପୂର୍ବରୁ ଫଟା ଗାଁର କିଛି ଯୁବକ କାମ ସାରି ଫେରୁଥିବାବେଳେ ସେମାନଙ୍କ ଉପରକୁ ମଧ୍ୟ ମରଣାନ୍ତକ ଆକ୍ରମଣ କରାଯାଇଥିଲା । ତେବେ ଅତର୍କିତ ଭାବେ ଆକ୍ରମଣ କରୁଥିବା ଅସାମାଜିକ ବ୍ୟକ୍ତି ବିଭିନ୍ନ ଅନୈତିକ କାର୍ଯ୍ୟକଳାପରେ ଲିପ୍ତ ରହୁଥିବାବେଳେ ଅନେକ ଥର ଜେଲ ଯାଇ ବେଲରେ ଆସି ପୁଣି ଏଭଳି କାଣ୍ଡ ବାରମ୍ବାର ଘଟାଉଛନ୍ତି । ସେପଟେ 3ଶହରୁ ଊର୍ଦ୍ଧ୍ବ ଅସାମାଜିକ ଯୁବକଙ୍କୁ ପୋଲିସ ଧରିବା ସହ ବନ୍ଧବାହାଲ ଫାଣ୍ଡିରେ ଅଟକ ରଖିଛି ।

ପ୍ରକାଶ ଯେ, ଗତ ଫେବୃଆରୀରେ ମଧ୍ୟ ଛର୍ଲା ଗାଁର ଶିବ ମନ୍ଦିରର ଭିନ୍ନକ୍ଷମ ପୂଜକଙ୍କୁ ମଧ୍ୟ ମାରପିଟ କରିଥିଲେ । ଏଥିରେ ଅତିଷ୍ଠ ହୋଇ ଶୁକ୍ରବାର ସ୍ଥାନୀୟଲୋକେ ବନ୍ଧବାହାଲ ଅଞ୍ଚଳରେ ଥିବା ମାଂସ ଦୋକାନକୁ ଭାଙ୍ଗିବା ସହ ପୋଡାଜଳା କରିଥିଲେ ।

ସେପଟେ, ଖବର ପାଇ ଘଟଣାସ୍ଥଳରେ ପ୍ରଶାସନ ପକ୍ଷରୁ ଉପ-ଜିଲ୍ଲାପାଳ, ଲଖନପୁର ତହସିଲଦାର ସହ ଅତିରିକ୍ତ ଏସପି, ବ୍ରଜରାଜନଗର ଏସଡିପିଓ ପହଞ୍ଚ ସ୍ଥାନୀୟ ଲୋକଙ୍କୁ ବୁଝାସୁଝା କରି ଆଇନ ଅନୁଯାୟୀ ପଦକ୍ଷେପ ଗ୍ରହଣ କରିବେ ବୋଲି କହିଛନ୍ତି ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details