ଓଡିଶା

odisha

ETV Bharat / state

ପୋଖରୀରେ ବୁଡି ଯୁବକ ମୃତ

ଗାଧୋଇବା ବେଳେ ପୋଖରୀରେ ବୁଡି ପ୍ରାଣ ହରାଇଲେ ଯୁବକ ।

By

Published : Jun 15, 2019, 2:59 PM IST

ଫଟୋ ସୌଜନ୍ୟ: ପ୍ରତିନିଧି,ଝାରସୁଗୁଡା

ଝାରସୁଗୁଡା: ପୋଖରୀରେ ଗାଧୋଉ ଥିବାବେଳେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି । ଯୁବକ ଜଣକ ହେଲେ ଝାଡଖଣ୍ଡର ମହମ୍ମଦ ରସିଦ । ସେ ବେଲପାହାଡ଼ ଥାନା ଅନ୍ତର୍ଗତ କଦେଲପିଟା ପୋଖରୀରେ ବୁଡି ପ୍ରାଣ ହରାଇଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି,ଝାରସୁଗୁଡା

ତେବେ ରସିଦ ବେଲପାହାଡ଼ରେ ଥିବା ତାଙ୍କ ଭଉଣୀ-ଭିଣୋଇଙ୍କ ଘରକୁ ବୁଲିବାକୁ ଆସିଥିଲେ । ଆଜି(ଶନିବାର) ସକାଳୁ ଗାଧୋଇବା ବେଳେ ପୋଖରୀରେ ବୁଡି ଯାଇଥିବାରୁ ତାଙ୍କର ମୃତ୍ୟୁ ଘଟିଛି । ସ୍ଥାନୀୟ ଲୋକେ ପୋଖରୀରୁ ତାଙ୍କ ମୃତଦେହ ଉଦ୍ଧାର କରିଥିଲେ ।

ଖବର ପାଇ ବେଲପାହାଡ଼ ପୋଲିସ ପହଞ୍ଚି ଏକ ଅପମୃତୁ ମାମଲା ରୁଜୁ କରି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି ।

ଝାରସୁଗୁଡ଼ାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details