ଓଡିଶା

odisha

ETV Bharat / state

68 ଟନ ଚୋରା କୋଇଲା ଜବତ, 7 ଗିରଫ

ଶନିବାର ବିଳମ୍ବିତ ରାତିରେ ଚଢାଉ କରି ବିଭିନ୍ନ ଛକରେ ଗାଡି ଯାଞ୍ଚ କରିଥିଲା ଝାରସୁଗୁଡା ପୋଲିସ । ପ୍ରତ୍ୟେକ ଗାଡ଼ିରେ 17 ଟନ ଲେଖାଏଁ କୋଇଲା ଥିବାବେଳେ ମୋଟ 68 ଟନ ଚୋରା କୋଇଲା ସହ ସମସ୍ତ ଗାଡିକୁ ଜବତ କରାଯାଇଛି। ଅଧିକ ପଢନ୍ତୁ...

By

Published : Feb 2, 2020, 10:33 PM IST

କୋଇଲା ଖଣିରୁ ଚୋରା କୋଇଲା ଚାଲାଣ କରି 7 ଜଣ ଗିରଫ
କୋଇଲା ଖଣିରୁ ଚୋରା କୋଇଲା ଚାଲାଣ କରି 7 ଜଣ ଗିରଫ

ଝାରସୁଗୁଡା: MCLର ଲଖନପୁର କୋଇଲା ଖଣିରୁ ଚୋରା କୋଇଲା ଚାଲାଣ କରୁଥିବା ଅଭିଯୋଗରେ 7 ଜଣଙ୍କୁ ଗିରଫ କରିଛି ବ୍ରଜରାଜନଗର ପୋଲିସ । ୬୮ ମେଟ୍ରିକ ଟନ କୋଇଲା ସହ ଚାରୋଟି ଟିପର ଏବଂ ଗୋଟିଏ ପେ ଲୋଡର ଜବତ କରାଯାଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଝାରସୁଗୁଡା ଏସପି ଅଶ୍ବିନୀ କୁମାର ମହାନ୍ତି।

କୋଇଲା ଖଣିରୁ ଚୋରା କୋଇଲା ଚାଲାଣ କରି 7 ଜଣ ଗିରଫ

ଲଖନପୁର ଅଞ୍ଚଳରେ ଥିବା ଖଣି ଅଞ୍ଚଳ ପ୍ରଭାବିତ ବ୍ୟକ୍ତି ବିଶେଷଙ୍କୁ PAP ମାଧ୍ୟମରେ ରୋଜଗାର ଯୋଗାଇ ଦିଆଯାଉଥିବା ଏସପି କହିଛନ୍ତି। ମାତ୍ର ଏହି PAP ନାମରେ କୋଇଲା ପରିବହନ କାମ କରୁଥିବା ଲୋକେ ହିଁ ଏହି ଚୋରା କୋଇଲା କାରବାର କରୁଥିଲେ। ଲଖନପୁର ଖଣି ଅଞ୍ଚଳରୁ ହାଇଓ୍ବାରେ ଶହ ଶହ ଟନ କୋଇଲା ଚୋରା ଚାଲାଣ କରି ବାହାରେ ବିକ୍ରି କରୁଥିଲେ ।

ପୋଲିସ ଗୁପ୍ତ ସୂଚନା ପାଇ ଏକ ଟିମ ଗଠନ କରିଥଲା। ଏହି ଟିମ ଗତ 1 ତାରିଖ ବିଳମ୍ବିତ ରାତିରେ ହଠାତ ଚଢାଉ କରି ବିଭିନ୍ନ ଛକରେ ଗାଡି ଯାଞ୍ଚ କରିଥିଲା। ପୋଲିସ ଟିମକୁ ଦେଖି ଚୋରା କୋଇଲା ବୋଝେଇ ହାଇଓ୍ବା ଗୁଡିକ ଖଣି ଅଞ୍ଚଳରୁ ବାହାରି ରଂପେଲା ପୋଲ ଦେଇ ସମ୍ବଲପୁର ଓ ବରଗଡ ପଳାଇ ଯିବାକୁ ଉଦ୍ୟମ କରୁଥିବାବେଳେ ସମସ୍ତ ଗାଡିକୁ ପୋଲିସ ଜବତ କରିଥିଲା। ପ୍ରତ୍ୟେକ ଗାଡ଼ିରେ 17 ଟନ ଲେଖାଏଁ କୋଇଲା ଥିବାବେଳେ ମୋଟ 68 ଟନ ଚୋରା କୋଇଲା ସହ ସମସ୍ତ ଗାଡିକୁ ଜବତ କରାଯାଇଛି ।

ଏଥିରେ ସମ୍ପୃକ୍ତ ପିଏପି ମ୍ୟାନେଜର, ଲୋଡ଼ର ଅପରେଟର, ହାଇଓ୍ବା ଡ୍ରାଇଭର ସମେତ ମୋଟ 7 ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ଝାରସୁଗୁଡା ଏସପି ଅଶ୍ବିନୀ କୁମାର ମହାନ୍ତି କହିଛନ୍ତି।

ଝାରସୁଗୁଡାରୁ ରବିନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details