ଓଡିଶା

odisha

ETV Bharat / state

ଝାରସୁଗୁଡାରେ ଆଉ 34 ନୂଆ କୋରୋନା ପଜିଟିଭ ଚିହ୍ନଟ, ରଘୁନାଥପାଲି ପଞ୍ଚାୟତ ସଟଡାଉନ - ଝାରସୁଗୁଡାରେ ଆଉ 34ଟି ନୂଆ କୋରୋନା ପଜିଟିଭ ଚିହ୍ନଟ

ଜିଲ୍ଲାରେ କୋରୋନା ସଂକ୍ରମଣ ବୃଦ୍ଧି ପାଉଛି । ପୁଣି 34ଟି ନୂଆ ପଜିଟିଭ ଚିହ୍ନଟ ପରେ ସମସ୍ତଙ୍କୁ କୋଭିଡ କେୟାରରେ ଭର୍ତ୍ତି କରାଯାଇଛି । ଅଧିକ ପଢନ୍ତୁ...

ଝାରସୁଗୁଡାରେ ଆଉ 34ଟି ନୂଆ କୋରୋନା ପଜିଟିଭ ଚିହ୍ନଟ
ଝାରସୁଗୁଡାରେ ଆଉ 34ଟି ନୂଆ କୋରୋନା ପଜିଟିଭ ଚିହ୍ନଟ

By

Published : Jul 22, 2020, 12:09 PM IST

ଝାରସୁଗୁଡା: ଜିଲ୍ଲାରେ ଆଜି (ବୁଧବାର) 34ଟି ନୂଆ କୋରୋନା ପଜିଟିଭ ଚିହ୍ନଟ । ଯାହା ଜିଲ୍ଲା ପ୍ରଶାସନର ନିଦ ହଜାଇ ଦେଇଛି । କାରଣ ରଘୁନାଥପାଲି କଣ୍ଟେନମେଣ୍ଟ ଜୋନରୁ ବାହାରିଛନ୍ତି 23 ସଂକ୍ରମିତ । ରଘୁନାଥପାଲି ଅଞ୍ଚଳର ଜଣେ ବ୍ୟକ୍ତି ଗତ ସପ୍ତାହରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ । ତାଙ୍କର ସ୍ୱାବ ନମୁନା ନେଗେଟିଭ ଥିଲେ ମଧ୍ୟ ତାଙ୍କ ପରିବାର ଓ ସମ୍ପର୍କୀୟଙ୍କ ସ୍ୱାବ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା। ସ୍ୱାବ ରିପୋର୍ଟରେ 2 ଦିନ ପୂର୍ବେ କ୍ବାରେଣ୍ଟାଇନରେ ରହିଥିବା ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି ।

ଝାରସୁଗୁଡାରେ ଆଉ 34ଟି ନୂଆ କୋରୋନା ପଜିଟିଭ ଚିହ୍ନଟ,

ବୁଧବାର ପୁଣି ସେହି ଅଞ୍ଚଳର 23 ଜଣଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ସମସ୍ତଙ୍କୁ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ରଘୁନାଥପାଲି ଅଞ୍ଚଳକୁ ସିଲ କରାଯାଇ ପ୍ରଶାସନ ପକ୍ଷରୁ ସାନିଟାଇଜ କରାଯାଉଛି। ଅପରପକ୍ଷରେ ଲଇକେରା କଣ୍ଟେନମେଣ୍ଟ ଅଞ୍ଚଳରୁ 2 ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ସରପଞ୍ଚ ଜିଲ୍ଲାପାଳଙ୍କ କ୍ଷମତା ପ୍ରୟୋଗ କରିଛନ୍ତି । ଝାରସୁଗୁଡା ଜିଲ୍ଲା ଲଇକେରା ପଞ୍ଚାୟତରେ ବୁଧବାର ଦୁଇଟି କୋରୋନା ପଜିଟିଭ ଚିହ୍ନଟ ହେବା ପରେ ସରପଞ୍ଚ 3 ଦିନ ପାଇଁ ଲଇକେରାକୁ ସଟଡାଉନ ଘୋଷଣା କରିଛନ୍ତି ।

ଝାରସୁଗୁଡାରେ ଆଉ 34ଟି ନୂଆ କୋରୋନା ପଜିଟିଭ ଚିହ୍ନଟ,

ଆଜି ଠାରୁ 24 ତାରିଖ ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ ସହ କେନ୍ଦ୍ରୀୟ ଓ ରାଜ୍ୟ ସରକାରଙ୍କ କାର୍ଯ୍ୟାଳୟ ଖୋଲା ରହିବ। ଏଭଳି ଘୋଷଣା କରିଛନ୍ତି ସରପଞ୍ଚ ସୁଶୀଲ କିଷାନ। ବର୍ତ୍ତମାନ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା 260ରେ ପହଞ୍ଚି ଥିବାବେଳେ 182 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ରଘୁନାଥପାଲି ପଞ୍ଚାୟତକୁ 7 ଦିନ ପାଇଁ ସଟଡାଉନ ଘୋଷଣା କରିଥିବା ନେଇ ଝାରସୁଗୁଡା ଜିଲ୍ଲାପାଳ ସରୋଜ ସାମଲ ଟ୍ୱିଟ କରି ସୂଚନା ଦେଇଛନ୍ତି।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details