ଝାରସୁଗୁଡା: ଜିଲ୍ଲାରେ କୋରୋନା ପଜିଟିଭ ଚିହ୍ନଟ । ଜଣେ ବର୍ଷକର ଶିଶୁ କନ୍ୟା ଓ ଅନ୍ୟ ଜଣେ 40 ବର୍ଷୀୟ ବ୍ୟକ୍ତି କୋରୋନା ପଜିଟିଭ ଥିବା ଜଣାପଡିଛି । ଝାରସୁଗୁଡା ମଙ୍ଗଳ ବଜାର ଅଞ୍ଚଳରେ ଶୁକ୍ରବାର ଜଣେ 5 ବର୍ଷର ଶିଶୁ କୋରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା। ସେହି ପରିବାରର ଅନ୍ୟ ଜଣେ 1 ବର୍ଷର ଶିଶୁ କନ୍ୟା ଓ ବ୍ରଜରାଜନଗର ହିଲଟପ ଅଞ୍ଚଳର ଅନ୍ୟ ଜଣେ ମହାରାଷ୍ଟ୍ର ଫେରନ୍ତାଙ୍କ ଠାରେ କୋରୋନା ରହିଥିବା ଜିଲ୍ଲାପାଳ ସରୋଜ ସାମଲ ଟ୍ୱିଟ ମାଧ୍ୟମରେ ସୂଚନା ଦେଇଛନ୍ତି।
ଝାରସୁଗୁଡାରେ ଆଉ 2 କୋରୋନା ପଜିଟିଭ, କିଛି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା
ଶୁକ୍ରବାର ଝାରସୁଗୁଡାର ଜଣେ 5 ବର୍ଷର ଝିଅ କୋରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ, ଶନିବାର ଉକ୍ତ ପରିବାରର ଆଉ ଜଣେ 1 ବର୍ଷ ଶିଶୁ କନ୍ୟା ଓ ଜଣେ ମହାରାଷ୍ଟ୍ର ଫେରନ୍ତା କୋରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଅଧିକ ପଢନ୍ତୁ...
ଝାରସୁଗୁଡାରେ ଆଉ 2 କୋରୋନା ପଜିଟିଭ, କିଛି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା
ବ୍ରଜରାଜନଗର ହିଲଟପ ଅଞ୍ଚଳ ଓ ମଙ୍ଗଳ ବଜାରର କିଛି ସିମିତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲେ ଜିଲ୍ଲାପାଳ। ସମସ୍ତ ଚିହ୍ନଟ କ୍ବାରେଣ୍ଟାଇନରେ ଥିଲେ ଓ ସେମାନେ ଲକ୍ଷଣ ବିହୀନ ଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ ଶିବ ଟପ୍ପୋ ।
ଝାରସୁଗୁଡାରୁ ରବିନାରାୟଣ ସାହୁ, ଇଟିଭି ଭାରତ