ଓଡିଶା

odisha

ETV Bharat / state

ରେଳ ଧାରଣାରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ରେଳ ଲାଇନରୁ ଯୁବକଙ୍କ ମୃତଦେହ ଉଦ୍ଧାର।ମୃତ ଯୁବକ ଜଣକ ହେଲେ ସ୍ଥାନୀୟ ଟିକରସାହି ଗାଁର ବିଶ୍ବଭୂଷଣ ବେହେରା ଓରଫ୍ ଚନ୍ଦନ। ତେବେ ବିଶ୍ବଭୂଷଣକୁ କେହି ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ଅଧିକ ଖବର ପଢନ୍ତୁ...

ରେଳ ଧାରଣାରୁ ଯୁବକଙ୍କ ମୃତଦେହ ଉଦ୍ଧାର,ହତ୍ୟା ସନ୍ଦେହ

By

Published : Nov 22, 2019, 12:06 PM IST

ଯାଜପୁର: ରେଳଧାରଣାରୁ ଯୁବକଙ୍କ ମୃତଦେହ ଉଦ୍ଧାର। ମୃତ ଯୁବକ ଜଣକ ହେଲେ ସ୍ଥାନୀୟ ଟିକରସାହି ଗାଁର ବିଶ୍ବଭୂଷଣ ବେହେରା ଓରଫ୍ ଚନ୍ଦନ।ତେବେ ଘଟଣାଟି ଯାଜପୁର ଧର୍ମଶାଳା ଥାନା ହରିଦାସପୁର ଷ୍ଟେସନ ପାଖରୁ ଉଦ୍ଧାର କରାଯାଇଛି। ତେବେ ବିଶ୍ବଭୂଷଣକୁ କେହି ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ।

ରେଳ ଧାରଣାରୁ ଯୁବକଙ୍କ ମୃତଦେହ ଉଦ୍ଧାର,ହତ୍ୟା ସନ୍ଦେହ

ସୂଚନା ଅନୁସାରେ, ଗତକାଲି ଏକ ଲୁନାରେ ମୃତ ଯୁବକ ଜଣକ ଅଷ୍ଟମୀ ଭାର ନେଇ ଆରୁହା ନିକଟ ପାଟଣା ଗାଁକୁ ଭଉଣୀ ଘରକୁ ଯାଇଥିଲେ। ସେଠାରୁ ନିଶାସକ୍ତ ଅବସ୍ଥାରେ ହାଟ ପାଖ ଫୁଟପାଥରେ ଅଣ୍ଡାଚପ୍ ଖାଇବା ସହ ଅଣ୍ଡାର ଦାମକୁ ନେଇ ଦୋକାନୀ ସହ ଯୁବକ ଜଣକ ଝଗଡା କରିଥିଲେ ।

ଏହାପରେ ସ୍ଥାନୀୟ ଅଞ୍ଚଳର ଏକ ବାଇକ ସହ ଯୁବକ ଜଣକ ଧକ୍କା ଦେଇଥିଲେ। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳର କିଛି ଯୁବକ ଚନ୍ଦନକୁ ଅଟକ ରଖି କ୍ଷତିପୂରଣ ଦାବୀ କରିଥିଲେ। ହେଲ ରାତି ପ୍ରାୟ ସାଢେ 9ଟା ବେଳେ ସେଠାରେ ପରିବାର ଲୋକ ନପଞ୍ଚିବାରୁ ସମସ୍ତେ ଘରକୁ ଫେରି ଆସିଥିଲେ।

ତେବେ ଘର ଲୋକେ ଆଜି ସକାଳେ ହରିଦାସପୁର ଷ୍ଟେସନ ପାଖ ବାଟିଜଙ୍ଗା ଠାରେ ରେଳ ଲାଇନ୍ କଡରୁ ଏକ ମୃତଦେହ ପଡିଥିବା ଖବର ପାଇଥିଲେ। ଏହା ବିଶ୍ବଭୂଷଣର ଶବ ବୋଲି ଚିହ୍ନଟ କରି ପରିବାର ଲୋକେ ମୃତଦେହକୁ ଧର୍ମଶାଳା ଡାକ୍ତରଖାନାକୁ ଆଣିଛନ୍ତି । ଏ ସମ୍ପର୍କରେ ଧର୍ମଶାଳା ଥାନାରେ ପରିବାର ପକ୍ଷରୁ ଅଭିଯୋଗ ହେବା ପରେ ଯାଜପୁର ରୋଡ ଏସଡିପିଓ ଚିନ୍ମୟ ସାହୁ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି।

ଅନ୍ୟପଟରେ ବିଶ୍ବଭୂଷଣ ଚଢୁଥିବା ଲୁନାଟି ଗତକାଲି ଗଣ୍ଡଗୋଳ ସମୟରେ ଆରୁହା ହାଟର ଏକ କ୍ୟାବିନ ପାଖରେ ଥିବା ପୋଲିସ ଠାବ କରିଛି। ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ ଘନୀଭୂତ ହୋଇଥିବା ବେଳେ ପୋଲିସ ଘଟଣାର ତଦନ୍ତ ଜାରି ରହିଛି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା,ଇଟିଭି ଭାରତ

ABOUT THE AUTHOR

...view details