ଓଡିଶା

odisha

ETV Bharat / state

ସହି ପାରିଲେନି ପୋଲିସର ନିର୍ଯାତନା, ଯୁବକ ଜୀବନ ହାରିଥିବା ଅଭିଯୋଗ

ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅନ୍ତର୍ଗତ ମଲ୍ଲିପୁର ଗ୍ରାମର ପୋଲିସର ନିର୍ଯାତନା ସହି ନ ପାରି ଜଣେ ଯୁବକ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

suicide for harassment of  police
suicide for harassment of police

By

Published : May 31, 2023, 4:40 PM IST

ସହି ପାରିଲେନି ପୋଲିସର ନିର୍ଯାତନା

ଯାଜପୁର:ପୋଲିସର ନିର୍ଯାତନା ସହି ନ ପାରି ଯୁବକଙ୍କ ଆତ୍ମହତ୍ୟା ଅଭିଯୋଗ । ଘଟଣାକୁ କେନ୍ଦ୍ର କରି ଗାଁ ରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି । ଉତ୍ୟକ୍ତ ଗ୍ରାମବାସୀ ଥାନା ଅଧିକାରୀଙ୍କୁ ଘେରାଉ କରିଥିଲେ । ପରିସ୍ଥିତି ଅଣାୟତ ହେବାରୁ ଘଟଣାସ୍ଥଳରେ ଅତିରିକ୍ତ ଏସ୍‌ପିଙ୍କ ସମେତ ପୋଲିସ ବାହିନୀ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାସୁଝା କରିଥିବା ଜଣାପଡିଛି । ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅନ୍ତର୍ଗତ ମଲ୍ଲିପୁର ଗ୍ରାମର ଉଗ୍ରେସନ ବାରିକଙ୍କ ପୁଅ ସରୋଜଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା । ସରୋଜଙ୍କ ଆତ୍ମହତ୍ୟା ପାଇଁ ମଙ୍ଗଳପୁର ପୋଲିସକୁ ଦାୟୀ କରିଛନ୍ତି ଗ୍ରାମବାସୀ ।

ମଙ୍ଗଳପୁର ଥାନା ଅଧିକାରିଣୀ ରୀନା ରାଣୀ ସାହୁଙ୍କ ନାଁ'ରେ ସଙ୍ଗିନ ଅଭିଯୋଗ କରିଛନ୍ତି ଗ୍ରାମବାସୀ । ସରୋଜଙ୍କ ନଛେନ୍ଦ୍ରପୁର ଗ୍ରାମର ଜଣେ ଝିଅ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଏହାକୁ ନେଇ ଉଭୟଙ୍କ ପରିବାର ମଧ୍ୟରେ ମତାନ୍ତର ହେବା ସହ ମଙ୍ଗଳପୁର ଥାନାରେ ଅଭିଯୋଗ ହୋଇଥିଲା । ମଙ୍ଗଳପୁର ଥାନା ଅଧିକାରୀ ମୃତ ସରୋଜଙ୍କ ପରିବାରକୁ ଥାନାକୁ ଡକାଇ ବାରମ୍ବାର ମାନସିକ ଚାପ ପକାଉଥିଲେ । ଯାହା ଫଳରେ ସରୋଜ ଆତ୍ମହତ୍ୟା କରିଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଘଟଣା ସମ୍ପର୍କରେ ଖବର ପାଇ ମଙ୍ଗଳପୁର ଥାନା ଅଧିକାରୀ ଘଟଣାସ୍ଥଳକୁ ଯାଇଥିବା ବେଳେ ଗ୍ରାମବାସୀ ତାଙ୍କୁ ଘେରାଉ କରିବା ସହିତ ଅଟକ ରଖିଥିଲେ । ଖବର ପାଇ ଯାଜପୁର ଏସଡିପିଓ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରୁଥିବା ଜଣାପଡ଼ିଛି । ଅନ୍ୟପଟେ ତୁରନ୍ତ ଥାନା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।

ପ୍ରକାଶ ଥାଉକି, ଗତ ୨୭ ତାରିଖ ଦିନ ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ରାଇହରି ଗ୍ରାମରେ‌ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର ହୋଇଥିଲା ଜଣେ ପୂର୍ବତନ ମହିଳା ସରପଞ୍ଚଙ୍କ ମୃତଦେହ । ମୃତ ମହିଳା ଜଣକ ରାଇହରି ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ଗୀର୍ଥ ସୋରେନ । ଗୀର୍ଥଙ୍କ ବୟସ 40 ବର୍ଷ ହୋଇଥିବା ଜଣାପଡ଼ିଥିଲା । ୨୭ ତାରିଖ ସନ୍ଧ୍ୟା ସମୟରେ ଘରେ କେହି ନ ଥିବାବେଳେ ପୂର୍ବତନ ମହିଳା ସରପଞ୍ଚ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଇଛି । ପରିବାର ଲୋକେ ଘରକୁ ଆସିବା ପରେ ଏକ ଓଢ଼ଣୀ ସାହାଯ୍ୟରେ ତାଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ। ତେବେ ଏ ସମ୍ପର୍କରେ ପରିବାର ଲୋକେ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ପୋଲିସକୁ ଖବର ଦେଇଥିଲେ । ଖବର ପାଇ ରାଇରଙ୍ଗପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଥିବା ବେଳେ ମୃତଦେହକୁ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଡାକ୍ତରଖାନାକୁ ପଠାଇଥିଲା ପୋଲିସ ।

ଇଟିଭି ଭାରତ, ଯାଜପୁର

ABOUT THE AUTHOR

...view details