ଓଡିଶା

odisha

By

Published : Apr 25, 2021, 5:29 PM IST

ETV Bharat / state

ବକେୟା ଦରମା ଦାବିରେ ରେଳ ଧାରଣାରେ ବସିଲେ ଶ୍ରମିକ

କଳିଙ୍ଗନଗର ଶିଳ୍ପାଞ୍ଚଳର ଅନ୍ତର୍ଗତ ନୀଳାଚଳ ଇସ୍ପାତ୍ କର୍ମଚାରୀଙ୍କ ଧାରଣା। କମ୍ପାନୀ ଦରମା ବାକି ରଖିଥିବା ଅଭିଯୋଗ । ଅଧିକ ପଡନ୍ତୁ....

ବକେୟା ଦରମା ଦାବିରେ ରେଳ ଧାରଣାରେ ବସିଲେ ଶ୍ରମିକ
ବକେୟା ଦରମା ଦାବିରେ ରେଳ ଧାରଣାରେ ବସିଲେ ଶ୍ରମିକ

ଯାଜପୁର: କଳିଙ୍ଗନଗର ଶିଳ୍ପାଞ୍ଚଳର ଅନ୍ତର୍ଗତ ନୀଳାଚଳ ଇସ୍ପାତ୍ କର୍ତ୍ତୃପକ୍ଷଙ୍କ ଚୁକ୍ତି ଖିଲାପ, ୧୦ମାସର ବକେୟା ଦରମା ଦାବିରେ ଧାରଣା ଦେଇଥିବା ଦେଖିବାକୁ ମିଳିଛି । ନୀଳାଚଳ ଇସ୍ପାତ୍ କାରଖାନା ପରିସରରେ ଦାନଗଦୀ ତହସିଲ୍ ଅନ୍ତର୍ଗତ ନଡିଆଭଙ୍ଗା ମୌଜାରେ ଥିବା ରେଳଲାଇନ୍ ଉପରେ ଧାରଣାରେ ବସି ରହିଛନ୍ତି କାରଖାନାର ଶ୍ରମିକ କର୍ମଚାରୀ । ଶ୍ରମିକ ଓ କର୍ମଚାରୀମାନେ ,ଗତକାଲି ସକାଳ ଠାରୁ ଏଠାରେ ଧାରଣାରେ ବସିରହିଥିଲେ ହେଁ ରାତି ପର୍ଯ୍ୟନ୍ତ ଏହାର ସମାଧାନ ହୋଇପାରିନଥିବା ଦେଖାଯାଇଛି । ଆଜି ମଧ୍ୟ ଧାରଣା ବଳବତ୍ତର ରଖିଛନ୍ତି ଶ୍ରମିକ। ଦରମା ନମିଳିବା ପର୍ଯ୍ୟନ୍ତ ଅହୋରାତ୍ର ଧାରଣା ଜାରି ରହିବ ବୋଲି କର୍ମଚାରୀ ସଂଘ ତରଫରୁ ଚେତାବନୀ ଦିଆଯାଇଛି ।

ବକେୟା ଦରମା ଦାବିରେ ରେଳ ଧାରଣାରେ ଶ୍ରମିକଙ୍କ ଧାରଣା

ସୂଚନା ଅନୁସାରେ କାରଖାନା ଭିତରେ ଗଚ୍ଛିତ ଥିବା ଗୋଟିଏ ରାକ୍ ଉତ୍ପାଦିତ ଦ୍ରବ୍ୟ ବିକ୍ରି କରାଯାଇ ୧୫ ଦିନର ଦରମା ଏବଂ ପିଏଫ ଜମା କରିବାକୁ ଜିଲ୍ଲା ପ୍ରଶାସନ ଉପସ୍ଥିତରେ କମ୍ପାନୀ କର୍ତ୍ତୁପକ୍ଷଙ୍କ ସହ ଚୁକ୍ତି ହୋଇଥିଲା । କମ୍ପାନୀ କର୍ତ୍ତୃପକ୍ଷ ମଧ୍ୟ ସହମତି ପ୍ରକାଶ କରିଥିଲା ।ମାତ୍ର ୨ ରାକ୍ ଯାଇ ୩ ରାକ ପାଇଁ ଲୋଡିଙ୍ଗ ଚାଲିଥିବା ବେଳେ ଏଯାଏ ଶ୍ରମିକ କର୍ମଚାରୀଙ୍କୁ ସେହି ଦରମା ଦିଆଯାଇନଥିବା ଅଭିଯୋଗ ହୋଇଛି । ଏଥିପାଇଁ ସମସ୍ତ ଶ୍ରମିକ ୟୁନିୟନ ଓ ମିଳିତ ମଞ୍ଚ ପକ୍ଷରୁ କର୍ମଚାରୀମାନେ ଅହରାତ୍ର ଧାରଣାରେ ବସିରହିଛନ୍ତି । ସମସ୍ୟାର ସମାଧାନ ନହେବା ଯାଏ ଧାରଣା ପ୍ରତ୍ୟାହୃତ ହେବ ନାହିଁ ବୋଲି ଶ୍ରମିକ ସଂଗଠନ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details