ଓଡିଶା

odisha

ETV Bharat / state

ମାଙ୍କଡକୁ ଦେଖି ଛାତରୁ ଖସି ପଡିଲେ ମହିଳା

ମୃତକ ଜଣକ ହେଲେ ବିଂଝାରପୁର ଥାନା ଭଅଁରା ପଞ୍ଚାୟତ ରାଇପୁର ଗ୍ରାମର ଅରୁଣ ସ୍ବାଇଁଙ୍କ ପତ୍ନୀ ଜୟନ୍ତୀ ସ୍ବାଇଁ ।

By

Published : Jan 4, 2020, 4:40 AM IST

women death
ଛାତରୁ ଖସି ପଡିଲେ ମହିଳା

ଯାଜପୁର: ଛାତରୁ ଖସି ପଡି ମହିଳାଙ୍କ ମୃତ୍ୟୁ ଅଭିଯୋଗ । ମୃତକ ଜଣକ ହେଲେ ବିଂଝାରପୁର ଥାନା ଭଅଁରା ପଞ୍ଚାୟତ ରାଇପୁର ଗ୍ରାମର ଅରୁଣ ସ୍ବାଇଁଙ୍କ ପତ୍ନୀ ଜୟନ୍ତୀ ସ୍ବାଇଁ । ଜୟନ୍ତୀ ସକାଳୁ ଗାଧୋଇ ସାରିଲା ପରେ ଛାତ ଉପରକୁ ଲୁଗା ଶୁଖାଇବା ପାଇଁ ଯାଇଥିଲେ ।

ଛାତରୁ ଖସି ପଡିଲେ ମହିଳା

ସେହି ସମୟରେ ତାଙ୍କୁ ଏକ ମାଙ୍କଡ ଗୋଡାଇଥିଲା । ସେ ଦୌଡି ପଳାଇ ଆସୁଥିବା ବେଳେ ଛାତ ଉପରୁ ତଳକୁ ଖସି ପଡିଥିଲେ । ତାଙ୍କୁ ଘଟଣାସ୍ଥଳରୁ ପରିବାର ଲୋକେ ତୁରନ୍ତ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା । ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details