ଓଡିଶା

odisha

ETV Bharat / state

ଫ୍ଲାଇଂ ସ୍କ୍ବାର୍ଡର ଚଢାଉ,୯୬ ବୋତଲ ବିଦେଶୀ ମଦ ଜବତ

ଯାଜପୁର ଟାଉନ୍ ଥାନା ମୋଟରଙ୍ଗାପାଳ ଅଞ୍ଚଳରୁ ବିପୁଳ ପରିମାଣର ବିଦେଶୀ ମଦ ଜବତ । ନିର୍ବାଚନ ପୂର୍ବରୁ ଅବକାରୀ ବିଭାଗର ଫ୍ଲାଇଂ ସ୍କ୍ବାର୍ଡ ପକ୍ଷରୁ ଏହି ଚଢ଼ାଉ କରାଯାଇଛି ।

By

Published : Apr 28, 2019, 4:46 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା,ଯାଜପୁର

ଯାଜପୁର : ଚଳିତ ସାଧାରଣ ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି । ସେପଟେ ମଦ୍ୟପମାନଙ୍କ ପ୍ରକୋପ ହ୍ରାସ କରିବା ପାଇଁ ଚୋରାମଦ କାରବାର ଉପରେ ପୋଲିସ୍ ଓ ଅବକାରୀ ବିଭାଗ ତୀକ୍ଷ୍ଣ ନଜର ରଖିଛି । ଯାଜପୁର ଟାଉନ୍ ଥାନା ମୋଟରଙ୍ଗାପାଳ ଅଞ୍ଚଳରୁ ବିପୁଳ ପରିମାଣର ବିଦେଶୀ ମଦ ଜବତ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା,ଯାଜପୁର

ନିର୍ବାଚନ ପୂର୍ବରୁ ଅବକାରୀ ବିଭାଗର ଫ୍ଲାଇଂ ସ୍କ୍ବାର୍ଡ ପକ୍ଷରୁ ଏହି ଚଢ଼ାଉ କରାଯାଇଛି । ଚଢ଼ାଉ ସମୟରେ ଘଟଣାସ୍ଥଳରୁ ୯୬ ବୋତଲ ବିଦେଶୀ ମଦ ଜବତ ହୋଇଥିବା ସୂଚନା ମିଳିଛି । ତେବେ ଏହି ଘଟଣାରେ କେହି ଅଭିଯୁକ୍ତ ଗିରଫ ହୋଇପାରିନଥିବା ଜଣାପଡିଛି । ଚଢ଼ାଉ ଦଳରେ ଅବକାରୀ ବିଭାଗ ଓ ସ୍ଥାନୀୟ ପୋଲିସ ସାମିଲ ହୋଇଥିଲେ ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଯାଜପୁର

For All Latest Updates

ABOUT THE AUTHOR

...view details