ଯାଜପୁର : ଜିଲ୍ଲାରେ ଜାରି ରହିଛି ଅନ୍ତିମ ସପ୍ତାହର ୪୮ ଘଣ୍ଟିଆ ସଟଡାଉନ କଟକଣା । ଆଜି ହେଉଛି ୪ର୍ଥ ତଥା ଶେଷ ସପ୍ତାହର ଶେଷ ରବିବାର । ଶନିବାର ୬ଟାରୁ ସୋମବାର ସକାଳ ୬ଟା ପର୍ଯ୍ୟନ୍ତ ଜାରି ରହିବ ଏହି କଟକଣା । କଟକଣା ଯୋଗୁଁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଯାନବାହାନ ଚଳାଚଳ ବନ୍ଦ ରହିବା ସହିତ ଦୋକାନ ବଜାର ସମ୍ପୂର୍ଣ୍ଣ ରୂପେ ବନ୍ଦ ରହିଛି।
ସଟ ଡାଉନରେ ଯାଜପୁର, ଖାଁ ଖାଁ ରାସ୍ତା ଘାଟ
ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ଜୁନ ମାସରେ 11ଟି ଜିଲ୍ଲାରେ ସପ୍ତାହିକ ସଟଡାଉନ ଘୋଷଣା କରିଥିଲେ । ଆଜି ଜୁନ ମାସର ଶେଷ ସପ୍ତାହିକ ହୋଇଥିବାରୁ ଯାଜପୁରରେ ନିୟମକୁ କଡାକଡି କରାଯାଇଛି । ଅଧିକ ପଢନ୍ତୁ...
ସଟ ଡାଉନରେ ଯାଜପୁର, ଖାଁ ଖାଁ ରାସ୍ତା ଘାଟ
ଜିଲ୍ଲାର ବିଭିନ୍ନ ଛକରେ ପୋଲିସ ମୁତୟନ ହେବ ସହିତ କେବଳ ଜରୁରୀ ସେବାରେ ନିୟୋଜିତ ବ୍ୟକ୍ତି ବା ଯାନବାହାନ କିଛି ରାସ୍ତାରେ ଯାତାୟାତ କରୁଥିବା ଦେଖିବାକୁ ମିଳିଛି। ସେପଟେ ଆଜି ପୁଣି ଜିଲ୍ଲାରୁ ଆଉ ୪୧ଜଣ ଚିହ୍ନଟ ହୋଇଥିବା ବେଳେ ଜଣେ ସୁସ୍ଥ ମଧ୍ୟ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୪୬ ପହଞ୍ଚିଛି । ସେଥିରୁ ୩୪୨ ଜଣ ସୁସ୍ଥ ହୋଇ ସାରିଛନ୍ତି। ସଂକ୍ରମିତଙ୍କ ମଧ୍ୟରେ ୧୦୪ଟି ମାମଲା ସକ୍ରିୟ ରହିଛି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ