ଯାଜପୁର: ବୁଣାକାରଙ୍କ ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ପଦଯାତ୍ରା । ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଗୋପାଳପୁର ଗାଁରୁ ଗତକାଲିଠୁ(ସୋମବାର) ଏହି ପଦଯାତ୍ରାର ଶୁଭାରମ୍ଭ ହୋଇଛି । ଏହି ପଦଯାତ୍ରା ନବୀନ ନିବାସ ଅଭିମୁଖେ ଯିବାର କାର୍ଯ୍ୟକ୍ରମ ରହିଛି । ଓଡିଶା ବୁଣାକାର ସଂଘର ଆହ୍ବାନକ୍ରମେ ବାହାରିଥିବା ଏହି ପଦଯାତ୍ରାରେ ଶତାଧିକ ମହିଳା ଓ ପୁରୁଷ ବୁଣାକାରମାନେ ସାମିଲ ହୋଇଛନ୍ତି ।
ବିଶେଷ କରି ଫନି ବାତ୍ୟା ଓ ଗତବର୍ଷ ବନ୍ୟାରେ ବୁଣାକାରମାନଙ୍କୁ ଘୋଷଣା ମୁତାବକ କ୍ଷତି ପୂରଣ ଦିଆନଯିବା, କୋଭିଡ ମହାମାରୀ ପରିପ୍ରେକ୍ଷୀରେ ସ୍ପେଶାଲ ପ୍ୟାକେଜ ଘୋଷଣା କରାଯିବା, ବୁଣାକାରମାନଙ୍କ ପାଇଁ ତନ୍ତଶାଳା ନିର୍ମାଣ ସହ କର୍ମଶାଳା ଦେବାର ବ୍ୟବସ୍ଥା କରାଯିବା, ୫୦ ବର୍ଷରୁ ଉର୍ଦ୍ଧ୍ବ ବୁଣାକାରଙ୍କୁ ମାସିକ ଭତ୍ତା ପ୍ରଦାନ କରିବା, ବନ୍ଦ ହୋଇଥିବା ସ୍ବାସ୍ଥ୍ୟବୀମା ଯୋଜନା ଏବଂ ମହାତ୍ମାଗାନ୍ଧୀ ବୁଣାକାର ବୀମା ଯୋଜନାକୁ କାର୍ଯ୍ୟକାରୀ କରିବା ଆଦି ୧୧ ଦଫା ଦାବି ନେଇ ବୁଣାକାର ସଂଘ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସେମାନଙ୍କ ଦୁଃଖ ଜଣାଇବ ବୋଲି କର୍ମକର୍ତ୍ତାମାନେ ସୂଚନା ଦେଇଛନ୍ତି ।