ଯାଜପୁର: ପ୍ରତିଶୃତି ଦେଇଛନ୍ତି ସରକାର । 2024 ସୁଦ୍ଧା ସମସ୍ତ ଗ୍ରାମୀଣ ଅଞ୍ଚଳରେ ଟ୍ୟାପ୍ ଯୋଗେ ପହଞ୍ଚିବ ପାଣି କିନ୍ତୁ ଏ ପ୍ରତିଶୃତି ମିଥ୍ୟା ପ୍ରହେଳିକା ପରି ଲାଗେ ଯେତେବେଳେ ବର୍ଷ ବର୍ଷ ଧରି ଲୋକେ ମାଇଲ ମାଇଲ ବାଟ ଚାଲି ପାଣି ଆଣନ୍ତି । ଆଉ ପ୍ରତିବର୍ଷ ଗ୍ରୀଷ୍ମ ଆରମ୍ଭରୁ ଏପରି ଚିତ୍ର ସାମ୍ନାକୁ ଆସେ । ସେତେବେଳେ ସରକାର ନୁହେଁ ବରଂ ଦେବଦୂତ ସାଜି ଅସହାୟଙ୍କ ସାହାଯ୍ୟ ପାଇଁ ଆଗେଇ ଆସନ୍ତି ସାଧାରଣ ଜନତା । ସେମିତି ଜଣେ ଦେବଦୂତ ହେଉଛନ୍ତି ଲିଟୁ ଭଞ୍ଜ, ଯିଏ ନିଜେ ଜଣେ କ୍ଷୁଦ୍ର ଚାଷୀ ମାତ୍ର ଯାଜପୁର ଜିଲ୍ଲା କୋରେଇ ବ୍ଲକ୍ ମାଦଳା ଗ୍ରାମବାସୀଙ୍କ ପାଇଁ ଦେବଦୂତ । ଚାଷ ପାଇଁ କରିଥିବା ଛୋଟ ନନ୍ଦ କୂଅରୁ ଦୀର୍ଘ 10 ବର୍ଷ ହେବ ମାଦଳା ଗ୍ରାମବାସୀଙ୍କୁ ଯୋଗେଇ ଆସୁଛନ୍ତି ପାଣି । ଖରା ହେଉ କି ବର୍ଷା, ମାଦଳା ଗ୍ରାମର ପ୍ରାୟ 80 ପରିବାର ପ୍ରାୟ 2 କିଲୋମିଟର ଚାଲି ଚାଲି ଆସି ଲିଟୁ ଭଞ୍ଜଙ୍କର ଏହି ଛୋଟ କୂଅରୁ ପାଣି ନେଇ ଯାଆନ୍ତି ।
ଶୁଣୁନାହାଁନ୍ତି ସରକାର: 10 ବର୍ଷ ହେବ ନନ୍ଦ କୂଅରୁ ପାଣି ପିଉଛନ୍ତି 80 ପରିବାର - water problem in jajpur
ପ୍ରତିଶୃତି ଦେଇଛନ୍ତି ସରକାର । 2024 ସୁଦ୍ଧା ସମସ୍ତ ଗ୍ରାମୀଣ ଅଞ୍ଚଳରେ ଟ୍ୟାପ୍ ଯୋଗେ ପହଞ୍ଚିବ ପାଣି । କିନ୍ତୁ ଏ ପ୍ରତିଶୃତି ମିଥ୍ୟା ପ୍ରହେଳିକା ପରି ଲାଗେ ଯେତେବେଳେ ବର୍ଷ ବର୍ଷ ଧରି ଲୋକେ ମାଇଲ ମାଇଲ ବାଟ ଚାଲି ପାଣି ଆଣନ୍ତି । ଆଉ ପ୍ରତିବର୍ଷ ଗ୍ରୀଷ୍ମ ଆରମ୍ଭରୁ ଏପରି ଚିତ୍ର ସାମ୍ନାକୁ ଆସେ । ଅଧିକ ପଢନ୍ତୁ...
10 ବର୍ଷ ହେବ ନନ୍ଦ କୂଅ ଉପରେ ନିର୍ଭରଶୀଳ 80 ପରିବାର
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ