ଯାଜପୁର:ଜାରି ରହିଥିବା ପ୍ରବଳ ବର୍ଷାରେ ଭୁଶୁଡ଼ିଲା ବଡ଼ଚଣା ବ୍ଲକ ସିହା ଠାରେ ନିର୍ମାଣଧୀନ ଉତ୍କଳ ବିଶ୍ଵବିଦ୍ୟାଳୟ ଦ୍ଵିତୀୟ ଗ୍ରାମୀଣ କ୍ୟାମ୍ପସର ପାଚେରୀ । ୨ଦିନ ଧରି ଅବିଶ୍ରାନ୍ତ ବର୍ଷା ଲାଗି ରହିଥିବାରୁ ଏଭଳି ସ୍ଥିତି ଉପୁଜିଛି । ଫଳରେ କ୍ୟାମ୍ପସର ବିଶାଳ ପାଚେରୀ ସମ୍ପୂର୍ଣ୍ଣ ଭୁଶୁଡି ପଡିଛି ।
ପ୍ରବଳ ବର୍ଷାରେ ଭୁଶୁଡ଼ିଲା ଉତ୍କଳ ବିଶ୍ଵବିଦ୍ୟାଳୟ ଗ୍ରାମୀଣ କ୍ୟାମ୍ପସର ନିର୍ମାଣଧୀନ ପାଚେରୀ - heavy rains an at jajpur
ପ୍ରବଳ ବର୍ଷାରେ ବଡ଼ଚଣା ବ୍ଲକ ସିହା ଠାରେ ନିର୍ମାଣଧୀନ ଉତ୍କଳ ବିଶ୍ଵବିଦ୍ୟାଳୟ ଦ୍ଵିତୀୟ ଗ୍ରାମୀଣ କ୍ୟାମ୍ପସର ପାଚେରୀ ଭୁଶୁଡି ପଡିଲା । ଅଧିକ ପଢନ୍ତୁ...
ପ୍ରବଳ ବର୍ଷାରେ ଭୁଶୁଡ଼ିଲା ଉତ୍କଳ ବିଶ୍ଵବିଦ୍ୟାଳୟର ନିର୍ମାଣଧୀନ ଗ୍ରାମୀଣ କ୍ୟାମ୍ପସ ପାଚେରୀ
ବର୍ଷା ଜଳ ନିଷ୍କାସନର ସୁବିଧା ନ ଥିବା ଯୋଗୁ ପାଣି ଜମିରହି ପାଚେରୀ ଭୁଶୁଡି ପଡିଥିବା ଜଣାପଡିଛି । ଏପଟେ ପାଚେରୀ କାମ ନିମ୍ନମାନର କାମ ହୋଇଥିବା ଯୋଗୁଁ ଏଭଳି ଘଟଣା ଘଟିଥିବା ମଧ୍ୟ ଅଭିଯୋଗ ହୋଇଛି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ