ଓଡିଶା

odisha

By

Published : Oct 17, 2019, 10:18 PM IST

ETV Bharat / state

ଭିଏଲଡବ୍ଲ୍ୟୁ ସ୍ମିତାଙ୍କ ଆତ୍ମହତ୍ୟା ଘଟଣା, ସରପଞ୍ଚଙ୍କ ସ୍ବାମୀ ସମେତ 5 ଅଟକ

ଭିଏଲଡବ୍ଲ୍ୟୁ ସ୍ମିତାରାଣୀ ବିଶ୍ବାଳଙ୍କ ମୃ୍ତ୍ୟୁର ରହସ୍ୟ ଉପରୁ ଉଠୁଛି ପରଦା । ଏହି ମାମଲାରେ ହରିଦାସପୁର ସରପଞ୍ଚଙ୍କ ସ୍ବାମୀ ରୂପେସ୍ ଭଦ୍ରଙ୍କ ସମେତ ଥାନାରେ 5 ଅଟକ । ପୋଲିସର ଅଧିକା ତଦନ୍ତ ଜାରି ।

ଭିଏଲଡବ୍ଲ୍ୟୁ ସ୍ମିତାଙ୍କ ଆତ୍ମହତ୍ୟା ଘଟଣା, 5 ଅଟକ


ଯାଜପୁର: ହରିଦାସପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ମିତାରାଣୀ ବିଶ୍ବାଳଙ୍କ ମୃତ୍ୟୁକୁ ନେଇ ଲାଗି ରହିଛି ସସପେନ୍ସ । ଏହା ହତ୍ୟା ନା ଆତ୍ମହତ୍ୟା ତାକୁ ନେଇ ଚାଲିଛି ନାନା କଳ୍ପନା ଜଳ୍ପନା । ଏପଟେ ଏହି ଘଟଣାରେ ପୋଲିସ ସରପଞ୍ଚଙ୍କ ସ୍ବାମୀ ରୂପେସ ଭଦ୍ରଙ୍କ ସମେତ 5ଜଣଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।

ଭିଏଲଡବ୍ଲ୍ୟୁ ସ୍ମିତାଙ୍କ ଆତ୍ମହତ୍ୟା ଘଟଣା, 5 ଅଟକ

ପୁରା ଘଟଣା ଏମିତି, ଗତ ବୁଧବାର ସ୍ମିତା ଭତ୍ତା ବାଣ୍ଟିବାକୁ ଯାଇଥିଲେ । ତାଙ୍କ ସହ ଉପସ୍ଥିତ ଥିଲେ ସରପଞ୍ଚଙ୍କ ସ୍ବାମୀ ରୂପେସ୍ ଭଦ୍ର ଓ ତାଙ୍କର କେତେକ ସହକର୍ମୀ । ଭତ୍ତା ବଣ୍ଟନ ଶେଷ ହେବାପରେ ସ୍ମିତାରାଣୀଙ୍କୁ ସେମାନେ ଲଞ୍ଚ୍ କରିବାକୁ ଗେଷ୍ଟହାଉସକୁ ନିମନ୍ତ୍ରଣ କରିଥିଲେ । ସେଠାରେ ସ୍ମିତାରାଣୀ ଦୁଇ ମହଲାରେ ଥିବା ବାଥରୁମକୁ ଯିବାକୁ କହି କୋଠରୀରୁ ଆଉ ବାହାରି ନଥିଲେ । ଦୀର୍ଘ ସମୟ ଧରି ସେ କୋଠରୀରୁ ନ ବାହାରିବାରୁ ସମସ୍ତଙ୍କ ସନ୍ଦେହ ହୋଇଥିଲା । ଏହାପରେ କବାଟ ତାଡିବାରୁ ତାଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ ସମସ୍ତ ।

ଅନ୍ୟପଟେ ସ୍ମିତା ଆତ୍ମହତ୍ୟା କରିଥିବା କଥାକୁ ସହଜରେ ବିଶ୍ବାସ କରି ପାରୁନାହାନ୍ତି ତାଙ୍କ ସ୍ବାମୀ । ସ୍ମିତାଙ୍କ ସ୍ବାମୀ ସୁଶିଲ କହିଛନ୍ତି ଯେ, ସ୍ମିତା କେବେ ବି ଆତ୍ମହତ୍ୟା କରିପାରିବେ ନାହିଁ । ତାଙ୍କୁ ବିଭିନ୍ନ ଅନିୟିତତା କାମ ପାଇଁ ମାନସିକ ଚାପ ଦିଆଯାଉଥିଲା । ସେପଟେ ସ୍ମିତାଙ୍କ ଶରୀରରେ ଅନେକ କ୍ଷତ ଚିହ୍ନ ଥିବାରୁ ତାଙ୍କ ଆତ୍ମହତ୍ୟା କରିବା କଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଏପଟେ ପଞ୍ଚାୟତ ଅଧିକାରୀ ସ୍ମିତାରାଣୀଙ୍କ ସହ ଭତ୍ତା ବାଣ୍ଟିବାକୁ ସରପଞ୍ଚଙ୍କ ବଦଳରେ ତାଙ୍କ ସ୍ବାମୀ ଯିବା ଏବଂ ବନ୍ଧୁ ଯିବା । ପରବର୍ତ୍ତୀ ସମୟରେ ତାଙ୍କୁ ଲଞ୍ଚ୍ ଖାଇବାକୁ ନିମନ୍ତ୍ରଣ କରିଥିବା ବେଳେ ଗେଷ୍ଟ ହାଉସରେ ଏପରି ଘଟିବା ଘଟଣାକୁ ଅଧିକ ରହସ୍ୟ ଆଡକୁ ଟାଣି ନେଇଛି ।

ଏଠି ପ୍ରଶ୍ନ ଉଠୁଛି । ସମସ୍ତେ ଉପସ୍ଥିତ ଥାଇ ସ୍ମିତା ଆତ୍ମହତ୍ୟା କଲେ ସମସ୍ତେ ଜାଣି ପାରିଲେ ନାହିଁ କେମିତି ? ସେ ଯଦି ଆତ୍ମହତ୍ୟା କରିଛନ୍ତି ଶରୀରରେ କ୍ଷତ ଚିହ୍ନ କିପରି ସୃଷ୍ଟି ହେଲା ? ଆଉ ସ୍ମିତାଙ୍କ ସହ ଭତ୍ତା ବାଣ୍ଟିବାକୁ ସରପଞ୍ଚ ନ ଯାଇ ତାଙ୍କ ସ୍ବାମୀ କାହିଁକି ଯାଇଥିଲେ ? ପୋଲିସ ଘଟଣାର ତଦନ୍ତ ପରେ ହିଁ ପ୍ରକୃତ ସତ୍ୟାସତ୍ୟ ସାମ୍ନାକୁ ଆସିବ ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details