ଓଡିଶା

odisha

ETV Bharat / state

ଭିସାଷ୍ଟିଲ କାରଖାନାରେ ଶ୍ରମିକ ଛଟେଇ ପ୍ରତିବାଦରେ ଉତ୍ତେଜନା - jajpur

ରାତି ଅଧିଆ ଶ୍ରମିକ ଛଟେଇ ନେଇ ଭିସାଷ୍ଟିଲ କାରଖାନାରେ ଉତ୍ତେଜନା । ପୋଲିସ ଫୋର୍ସ ମୁତ୍ତୟନ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

By

Published : Jul 13, 2019, 11:58 PM IST

ଯାଜପୁର: କଳିଙ୍ଗନଗର ଭିସାଷ୍ଟିଲ କାରଖାନାରେ ଜୋର ଧରିଛି ଆନ୍ଦୋଳନ। ରାତିଅଧିଆ ଶ୍ରମିକ ଛଟେଇ ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି କାରଖାନାର ଶ୍ରମିକ ଆଉ ସ୍ଥାନୀୟ ଯୁବକ। କାରଖାନା ଫାଟକ ଆଗରେ ଶ୍ରମିକ ଧାରଣା ଦେବାସହ ଭଙ୍ଗାରୁଜା କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ଆନ୍ଦୋଳନକାରୀ ମାନେ ଟାଇମ ମେସିନ ଭାଙ୍ଗିଦେବା ସହ ସୁରକ୍ଷା କର୍ମୀଙ୍କୁ ଆକ୍ରମଣ କରିଛନ୍ତି । କାରଖାନା କତ୍ତୃପକ୍ଷ ଓ ଠିକା ସଂସ୍ଥାର ମଧୁଚନ୍ଦ୍ରିକା ଯୋଗୁଁ ବାରମ୍ବାର ଶ୍ରମିକ ମାନେ ନିର୍ଯ୍ୟାତନାର ଶିକାର ହେଉଥିବା ଛଟେଇ ଶ୍ରମିକ ମାନେ ଅଭିଯୋଗ କରିଛନ୍ତି । ପରିସ୍ଥିତି ନିୟନ୍ତ୍ରଣ ପାଇଁ ବ୍ୟାପକ ପୋଲିସ ମୁତୟନ କରାଯାଇଥିବାବେଳେ । ଆନ୍ଦୋଳନ ଯୋଗୁଁ କାରଖାନାରେ ଉତ୍ପାଦନ ବାଧାପ୍ରାପ୍ତ ହୋଇଛି ।

ସୂଚନା ଅନୁଯାୟୀ ଗତ କିଛି ଦିନ ତଳେ 60ଜଣ ଶ୍ରମିକଙ୍କୁ ଚାକିରୀରୁ ଛଟେଇ କରିବା ପରେ ଗତକାଲି(ଶୁକ୍ରବାର) ଆଉ ଦୁଇଜଣଙ୍କୁ ଛଟେଇ କରି ଗେଟପାସ ରଦ୍ଦ କରାଯାଇଥିଲା। ଯାହାକୁ ନେଇ ଉତେଜନା ପରିସ୍ଥିତି ଲାଗିରହିଛି। ସେପଟେ କ୍ୟାମେରା ଆଗରେ ମୁହଁ ଖୋଲିବାକୁ ମନାକରିଦେଇଛନ୍ତି କାରଖାନା କତ୍ତୃପକ୍ଷ। ତେବେ ସମସ୍ୟାର ସମାଧାନ ନ ହେଲେ ଆନ୍ଦୋଳନ ବ୍ୟାପକ ହେବ ବୋଲି କହିଛନ୍ତି ଆନ୍ଦୋଳନକାରୀ ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details