ଓଡିଶା

odisha

ETV Bharat / state

ପହଞ୍ଚି ପାରୁନି ମୌଳିକ ସୁବିଧା, ବିକାଶ ବାଟ ଖୋଜୁଛି ଅପହଞ୍ଚ ଫିରୋଜାବାଦ ଗ୍ରାମ - ଅପହଞ୍ଚ ସରକାରୀ ଯୋଜନା

ରାଜ୍ୟର ଅନ୍ୟତମ ଆଗୁଆ ଯାଜପୁର ଜିଲ୍ଲାର କୋରେଇ ନିର୍ବାଚନ ମଣ୍ଡଳୀରେ ଗାଁକୁ ଯିବା ପାଇଁ ନାଁ ଅଛି ରାସ୍ତା ନାଁ ରହିଛି କୌଣସି ମୌଳିକ ସୁବିଧା । ଅଧିକ ପଢନ୍ତୁ

ଅପହଞ୍ଚ ଫିରୋଜାବାଦ
ଅପହଞ୍ଚ ଫିରୋଜାବାଦ

By

Published : May 5, 2023, 8:13 PM IST

ଅପହଞ୍ଚ ଫିରୋଜାବାଦ

ଯାଜପୁର: ରାଜ୍ୟ ସରକାର ଗାଁର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି l ମାତ୍ର ଏମିତି ଏକ ଗାଁ ଅଛି ଯେଉଁଠି ଗାଁକୁ ଯିବାକୁ ନାଁ ଅଛି ରାସ୍ତା ନାଁ ଅଛି ମୌଳିକ ସୁବିଧା । କେବଳ ଯିବା ଆସିବା ପାଇଁ ବିଲ ହିଡ଼ ହେଉଛି ସାହା ଭରସା । ଏହି ଗାଁକୁ ଯେତେବେଳେ ପ୍ରାକୃତିକ ଦୁର୍ବିପାକ, କିମ୍ବା ଅସୁବିଧା ମାଡି ଆସେ ସେହି ସମୟରେ କେବଳ ଭଗବାନ ହିଁ ଭରସା । ଗାଁରେ କେବେ ଅଗ୍ନିକାଣ୍ଡ ସମୟରେ ନା ଆସିପାରେ ଦମକଳ ଗାଡି, ରୋଗୀଙ୍କୁ ନେବା ପାଇଁ ନା ଆସେ ଆମ୍ବୁଲାନ୍ସ । ଏହି ଗାଁର ନାଁ ଶୁଣିଲେ ଖଣ୍ଡେ ବାଟରୁ ଅଟକି ଯାଆନ୍ତି ଅଗ୍ନିଶମ ଗାଡି ଓ ଆମ୍ବୁଲାନ୍ସ । ଏହି ସମସ୍ୟା କୌଣସି ଉପାନ୍ତ ଅଞ୍ଚଳର ସମସ୍ୟା ନୁହେଁ ବରଂ ରାଜ୍ୟର ଅନ୍ୟତମ ଆଗୁଆ ଯାଜପୁର ଜିଲ୍ଲାର କୋରେଇ ନିର୍ବାଚନ ମଣ୍ଡଳୀରେ । ଏଭଳି ସମସ୍ୟା ଦେଇ ଗତି କରୁଛନ୍ତି କୋରେଇ ବ୍ଳକ ତଣ୍ଡରା ପଞ୍ଚାୟତର ଫିରୋଜାବାଦ ଗ୍ରାମବାସୀ l ଏହି ଗ୍ରାମବାସୀ ବର୍ଷବର୍ଷ ଧରି ଏଭଳି ସମସ୍ୟା ଦେଇ ଗତି କରୁଛନ୍ତି ।

ଏହା ମଧ୍ୟ ପଢନ୍ତୁ-Concentrix In Bhubaneswar: କନସେନଟ୍ରିକ୍ସ କଷ୍ଟମର ଏକ୍ସପିରିଏନ୍ସ ସେଣ୍ଟର ଉଦଘାଟିତ

ଫିରୋଜବାଦ ଗାଁରେ 15ରୁ ଊର୍ଦ୍ଧ୍ବ ପରିବାର ବସବାସ କରିଥାନ୍ତି । କିନ୍ତୁ ଆଜି ପର୍ଯ୍ୟନ୍ତ ଗାଁକୁ ରାସ୍ତା ଖଣ୍ଡିଏ ନାହିଁ । ପକା ସଡ଼କ ଦୁରେ ଥାଉ କଚ୍ଚା ରାସ୍ତା ଖଣ୍ଡିଏ ବି ନାହିଁ । ଖାଲି ଏତିକି ନୁହେଁ ଏହି ଗାଁର ପିଲା ପାଠ ପଢିବାକୁ ନାଁ ଅଛି ଅଙ୍ଗନବାଡି କେନ୍ଦ୍ର ନାଁ ସ୍କୁଲ l ଏହି ଗାଁର ପିଲାଏ ପାଠ ପଢିବାକୁ ହେଲେ ଗାଁ ଠାରୁ ଦୁଇ କିଲୋମିଟର ଦୂରକୁ ଯିବାକୁ ପଡେ l ମାତ୍ର ବର୍ଷା ଦିନେ ପିଲାଙ୍କ ପାଠ ପଢା ସମ୍ପୂର୍ଣ ବନ୍ଦ l ବିଶେଷ ଭାବରେ ଗାଁଟି ଖରସ୍ରୋତା ନଦୀ କୂଳରେ ଅବସ୍ଥିତ ଥିବାରୁ ସାମାନ୍ୟ ବନ୍ୟା ଆସିଲେ ଲୋକଙ୍କ ମଧ୍ୟରେ ଭାଲେଣି ପଡ଼େ ।

ଏହା ମଧ୍ୟ ପଢନ୍ତୁ-Cyclone Mocha: କେଉଁଠି ଲ୍ୟାଣ୍ଡଫଲ୍ କରିବ ସମ୍ଭାବ୍ୟ ବାତ୍ୟା ମୋଚା, କେତେ ରହିବ ପବନ ବେଗ ?

ସବୁଠାରୁ ବଡ଼ କଥା ହେଲା ଗାଁକୁ କୌଣସି ବଡ଼ ଧରଣର ବିପଦ ଆପଦରେ ଦମକଳ ଗାଡି, ଆମ୍ବୁଲାନ୍ସ, ପୋଲିସ ଗାଡି ଆସି ପାରେନି । ନିର୍ବାଚନ ଆସିଲେ ଏହି ଗାଁକୁ ଭୋଟ ପାଇଁ ନେତାଙ୍କ ଭିଡ଼ ଜମେ ଆଉ ଏହି ସମସ୍ୟା ଦୂର କରିବାକୁ ନେତାମାନେ ପ୍ରତିଶୃତି ଦିଅନ୍ତୁ । ମାତ୍ର ଭୋଟ୍‌ ସରିଲେ ଏହି ଗାଁ ଲୋକଙ୍କ ସମସ୍ୟାକୁ କିଏ ବା ବୁଝେ l ସେପଟେ ଗାଁକୁ ରାସ୍ତା ନିର୍ମାଣ ପାଇଁ ସରକାରୀ ଯାଗା ନାହିଁ । ଯଦି ଗାଁ ଲୋକ ଜମି ପ୍ରଦାନ କରିବେ ନିଶ୍ଚିତ ରାସ୍ତା ନିର୍ମାଣ ହେବ ବୋଲି ବିଡ଼ିଓ କହିଛନ୍ତି l ତେବେ ଦେଶ ସ୍ୱାଧୀନତା ପରେ ବି ମୌଳିକ ସୁବିଧାରୁ ଏହି ଗାଁର ଶତାଧିକ ଲୋକ ବଞ୍ଚିତ ଥିବା ବେଳେ ଏହି ଗାଁର ସମସ୍ୟା କେବେ ଦୂର ହେଉଛି ତାହା ଦେଖିବାକୁ ବାକି ରହିଲା l

ଇଟିଭି ଭାରତ, ଯାଜପୁର

ABOUT THE AUTHOR

...view details