ଓଡିଶା

odisha

ETV Bharat / state

ଜମିବାଡି ବିବାଦକୁ କେନ୍ଦ୍ର କରି ଗଣ୍ଡଗୋଳ, ପ୍ରତିବାଦରେ ଗ୍ରାମବାସୀଙ୍କ ଆନ୍ଦୋଳନ - ଯାଜପୁର ଖବର

ଯାଜପୁର ଜିଲ୍ଲା କୁଆଖିଆ ଥାନା ଗନ୍ଧଣ ଗ୍ରାମରେ ଜମିବାଡି ବିବାଦକୁ କେନ୍ଦ୍ର କରି ଗଣ୍ଡଗୋଳ । ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ଧାରଣାରେ ବସିଛନ୍ତି ଗ୍ରାମବାସୀ । ଅଧିକ ପଢନ୍ତୁ...

ଜମିବାଡି ବିବାଦକୁ କେନ୍ଦ୍ର କରି ଗଣ୍ଡଗୋଳ, ପ୍ରତିବାଦରେ ଗ୍ରାମବାସୀଙ୍କ ଆନ୍ଦୋଳନ
ଜମିବାଡି ବିବାଦକୁ କେନ୍ଦ୍ର କରି ଗଣ୍ଡଗୋଳ, ପ୍ରତିବାଦରେ ଗ୍ରାମବାସୀଙ୍କ ଆନ୍ଦୋଳନ

By

Published : Oct 15, 2020, 7:04 PM IST

ଯାଜପୁର: ଜମିବାଡି ବିବାଦକୁ କେନ୍ଦ୍ର କରି ଗଣ୍ଡଗୋଳ । ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ଧାରଣାରେ ବସିଛନ୍ତି ଗ୍ରାମବାସୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ଯାଜପୁର ଜିଲ୍ଲା କୁଆଖିଆ ଥାନା ଗନ୍ଧଣ ଗ୍ରାମରେ । ଗ୍ରାମର ଉଭୟ ପୁରୁଷ ଓ ମହିଳା ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ ।

ଜମିବାଡି ବିବାଦକୁ କେନ୍ଦ୍ର କରି ଗଣ୍ଡଗୋଳ, ପ୍ରତିବାଦରେ ଗ୍ରାମବାସୀଙ୍କ ଆନ୍ଦୋଳନ

ସୂଚନା ଅନୁସାରେ, ଗନ୍ଧଣ ଗ୍ରାମରେ ଅନାବାଦି ଓ ଗୋଚର ଜମିକୁ ନେଇ ସେହି ଗ୍ରାମର ଅନାଦି ରାୟ ସାମନ୍ତଙ୍କ ପରିବାର ଓ ଗ୍ରାମବାସୀଙ୍କ ମଧ୍ୟରେ ଦୀର୍ଘଦିନରୁ ତିକ୍ତତା ଲାଗି ରହିଥିଲା । ଅନାଦି ରାୟ ସାମନ୍ତ ସ୍ଥାନୀୟ ରସୁଲପୁର ତହସିଲ କାର୍ଯ୍ୟାଳୟରେ ଚାକିରି କରିଥିବା ଜଣାପଡିଛି । ତେବେ ଏହି ଜମିବାଡି ବିବାଦକୁ ନେଇ ଗତ ୯ ତାରିଖ ଦିନ ଗ୍ରାମର ମନୋଜ ନାୟକ ନାମକ ଜଣେ ବ୍ୟକ୍ତିଙ୍କୁ ଅନାଦି ରାୟ ସାମନ୍ତ ଓ ତାଙ୍କର ୨ ପୁଅ ମରଣାନ୍ତକ ଆକ୍ରମଣ କରି ଲହୁଲୁହାଣ କରି ଦେଇଥିଲେ । ଏନେଇ କୁଆଖିଆ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ତେବେ ଅଭିଯୋଗକୁ ୭ ଦିନ ବିତିଯାଇଥିଲେ ସୁଦ୍ଧା ଅଦ୍ୟାବଧି ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ । ପୋଲିସ ଓ ଅଭିଯୁକ୍ତଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁଁ ଅଭିଯୁକ୍ତମାନେ ଗାଁରେ ଖୁଲମଖୁଲା ବୁଲୁଛନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ତେଣୁ ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବା ଦାବିରେ ଗନ୍ଧଣ ଗ୍ରାମବାସୀ କୁଆଖିଆ ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣାରେ ବସିଛନ୍ତି ।

ଅଭିଯୁକ୍ତଙ୍କୁ ଗିରଫ କରାନଯିବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ଗ୍ରାମବାସୀ କହିଛନ୍ତି । ଯଥାଶୀଘ୍ର ଦାବି ପୂରଣ ନହେଲେ ନ୍ୟାୟ ପାଇଁ ଆଗକୁ ପୋଲିସ ଡିଜି ଓ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରସ୍ଥ ହେବେ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି । ସେପଟେ ଏନେଇ ପୋଲିସର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details