ଓଡିଶା

odisha

ଶ୍ରୀମନ୍ଦିର ସୁରକ୍ଷା ନିମନ୍ତେ ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ରାଜ୍ୟ ସରକାର ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ ନାଁରେ ବେଆଇନ ଖନନ, ବେଆଇନ ପରିକ୍ରମା ପ୍ରକଳ୍ପ ନିର୍ମାଣ କରିବା ପ୍ରତିବାଦରେ ଶତାଧିକ କର୍ମୀ ଗଣଧାରଣା ଦେବା ସହିତ ବିକ୍ଷୋଭ ପଦର୍ଶନ କରିଥିଲେ l ଅଧିକ ପଢନ୍ତୁ

By

Published : Jun 1, 2022, 9:55 PM IST

Published : Jun 1, 2022, 9:55 PM IST

ଶ୍ରୀମନ୍ଦିର ସୁରକ୍ଷା ନିମନ୍ତେ ବିଶ୍ବହିନ୍ଦୁ ପରିଷଦର ସୁକିନ୍ଦା ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ
ଶ୍ରୀମନ୍ଦିର ସୁରକ୍ଷା ନିମନ୍ତେ ବିଶ୍ବହିନ୍ଦୁ ପରିଷଦର ସୁକିନ୍ଦା ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଯାଜପୁର: ରାଜ୍ୟ ସରକାର ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ ନାଁରେ ବେଆଇନ ଖନନ, ବେଆଇନ ପରିକ୍ରମା ପ୍ରକଳ୍ପ ନିର୍ମାଣ କରିବା ପ୍ରତିବାଦରେ ଶତାଧିକ କର୍ମୀ ଗଣଧାରଣା ଦେବା ସହିତ ବିକ୍ଷୋଭ ପଦର୍ଶନ କରିଥିଲେ l ରାଜ୍ୟ ସରକାର ASIର ବିନା ଅନୁମତିରେ ଶ୍ରୀମନ୍ଦିର ପରିସରରେ ଅବୈଧ ଖନନ କାର୍ଯ୍ୟ, ଆଧ୍ୟାତ୍ମିକ ସ୍ଥଳୀକୁ ପର୍ଯ୍ୟଟନ ସ୍ଥଳୀରେ ପରିଣତ କରିବା ଓ ସୌନ୍ଦର୍ଯ୍ୟକରଣ ନାଁରେ ସହ ସହ ବର୍ଷର ଐତିହ୍ୟ ସଂସ୍କୃତି ପରମ୍ପାରାକୁ ନଷ୍ଟ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି l

ଶ୍ରୀମନ୍ଦିର ସୁରକ୍ଷା ନିମନ୍ତେ ବିଶ୍ବହିନ୍ଦୁ ପରିଷଦର ସୁକିନ୍ଦା ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଯାହାର ପ୍ରତିବାଦରେ ଶ୍ରୀମନ୍ଦିର ସୁରକ୍ଷା ନିମନ୍ତେ ବିଶ୍ୱ ହିନ୍ଦୁ ପରିଷଦ ସୁକିନ୍ଦା ପକ୍ଷରୁ ଆଜି(ବୁଧବାର) ଅପରାହ୍ନରେ ସୁକିନ୍ଦା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଶାନ୍ତିପୂର୍ଣ୍ଣ ଗଣ ସମାବେଶ ସହିତ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ପରେ ବ୍ଲକ ପରିସରରୁ ଏକ ରାଲି ବାହାରି ସୁକିନ୍ଦା ବଜାର ପରିକ୍ରମା କରିଥିଲା । ଏହି ପ୍ରତିବାଦ ସଭାରେ ଶ୍ରୀମନ୍ଦିର ସୁରକ୍ଷା ମଞ୍ଚର ସଂଯୋଜକ ଚକ୍ରଧର ମହାଳିକ, ସହ ସଂଯୋଜକ ପଦ୍ମନାଭ ମଲ୍ଲିକ, ଜିଲ୍ଲା ବଜରଙ୍ଗ ଦଳର ସଦସ୍ୟ ଜିଜ୍ଞାଶୁ ସାହୁ ଓ ବିଶ୍ବହିନ୍ଦୁ ପରିଷଦର ପ୍ରୀତି ଚୋରାଶିଆ ପ୍ରମୁଖ ଯୋଗ ଦେଇଥିଲେ ।

ଇଟିଭି ଭାରତ, ଯାଜପୁର

ABOUT THE AUTHOR

...view details