ଓଡିଶା

odisha

ETV Bharat / state

ଅନ୍ଧବିଶ୍ବାସ ଘେରରେ ଆଦିବାସୀ ସମ୍ପ୍ରଦାୟ, କୋରୋନାରୁ ରକ୍ଷା କରିବେ ଠାକୁରାଣୀ - ଆଦିବାସୀ ସମ୍ପ୍ରଦାୟ

ଆମେ ମାସ୍କ ପିନ୍ଧିବୁନି, ଆମର ଠାକୁର ଅଛନ୍ତି। ଆମର କିଛି ହବନି। ଏଭଳି ରୋକଠୋକ ବାଣୀ ଶୁଣାଇଛନ୍ତି ନଗଡାବାସୀ । ଗ୍ରାଉଣ୍ଡରିପୋର୍ଟ ପାଇଁ ଇଟିଭି ଭାରତ ନଗଡାକୁ ଯାଇ ତଥ୍ୟ ସଂଗ୍ରହ କରିବା ସମୟରେ ନଗଡ଼ାବାସୀ ଆମ ପ୍ରତିନିଧିଙ୍କୁ ଏଭଳି ପ୍ରତିକ୍ରିୟା ଦେଇଛନ୍ତି । ଦେଖନ୍ତୁ ଇଟିଭି ଭାରତର ଏଗାର ହଜାର ଫୁଟ ଉପରେ ଥିବା ଅପହଞ୍ଚର ଇଲାକାରୁ ଏହି ଗ୍ରାଉଣ୍ଡ ରିପୋର୍ଟ...

ଅନ୍ଧବିଶ୍ବାସ ଘେରରେ ଆଦିବାସୀ ସମ୍ପ୍ରଦାୟ, କୋରୋନାରୁ ଭଲ କରିବେ ଠାକୁରାଣୀ
ଅନ୍ଧବିଶ୍ବାସ ଘେରରେ ଆଦିବାସୀ ସମ୍ପ୍ରଦାୟ, କୋରୋନାରୁ ଭଲ କରିବେ ଠାକୁରାଣୀ

By

Published : May 25, 2021, 7:47 PM IST

ଯାଜପୁର: ଆମେ ମାସ୍କ ପିନ୍ଧିବୁନି, ଆମର ଠାକୁର ଅଛନ୍ତି। ଆମର କିଛି ହବନି। ଏଭଳି ରୋକଠୋକ ବାଣୀ ଶୁଣାଇଛନ୍ତି ନଗଡାବାସୀ । ଅପହଞ୍ଚ ଓ ଅପପୃଷ୍ଟିର ଇଲାକା ଭାବେ ପରିଚିତ ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ନଗଡାରେ ଦେଖିବାକୁ ମିଳିଛି ଏଭଳି ଘଟଣା । ପାହାଡରେ ପୂଜା ପାଉଥିବା ଖଣ୍ଡୁରାଇ ଠାକୁରାଣୀ କୃପାରୁ ତାଙ୍କୁ କୋଭିଡ ଛୁଇଁ ପାରିବନି ବୋଲି ବିଶ୍ବାସ ରଖି ମାସ୍କ ପିନ୍ଧୁନାହାନ୍ତି ଏହି ଆଦିବାସୀ ଜନଜାତି ।

ଅନ୍ଧବିଶ୍ବାସ ଘେରରେଅନ୍ଧବିଶ୍ବାସ ଘେରରେ ଆଦିବାସୀ ସମ୍ପ୍ରଦାୟ ଆଦିବାସୀ ସମ୍ପ୍ରଦାୟ

ଦେଶରେ ବର୍ତ୍ତମାନ ମାସ୍କ ବିନା ଘରୁ ବାହାରିବା ଅସମ୍ଭବ ହୋଇପଡିଥିବା ବେଳେ ଏମିତି ବି ଗାଁ ରହିଛି ଯେଉଁଠି ପୂର୍ବଭଳି ବଞ୍ଚୁଛନ୍ତି ଲୋକେ । ଏହି ଗ୍ରାମକୁ ଗଲେ କୋରୋନା ଭଳି କିଛି ରୋଗ ବର୍ତ୍ତମାନ ଦେଶବାସୀଙ୍କୁ ଗ୍ରାସ କରିଛି ବୋଲି ବୋଧ ହୋଇନଥାଏ । ଏହି ଅଞ୍ଚଳର ଲୋକମାନେ କୋରୋନାର କେବଳ ନାଁ ଶୁଣିଛନ୍ତି, ଏହାର ଭୟାବହତାଠାରୁ ଏମାନେ ସମ୍ପୂର୍ଣ୍ଣ ଅଜ୍ଞ । ପାହାଡ ଉପରେ ଏହି ଜନଜାତି ରହୁଥିବା ବେଳେ କେବଳ ଟାଉଟର ଓ ଠକ ଲୋକଙ୍କୁ କୋରୋନା ହେବ ବୋଲି ଏଠାକାର ଗ୍ରାମବାସୀମାନେ କହିଛନ୍ତି ।

ଆଦିବାସୀ ସମ୍ପଦ୍ରାୟର ଲୋକେ 3ଟି ଭାଗରେ ବିଭକ୍ତ ହୋଇ ନଗଡା, ମଝି ନଗଡା ଓ 11 ହଜାର ଫୁଟ ଉଚ୍ଚରେ ଥିବା ତଳ ନଗଡାରେ ବସବାସ କରୁଛନ୍ତି । ସବୁ ଦିନ ପରି ମହମାରୀ କାଳରେ ମଧ୍ୟ ଏମାନେ ଚିରାଚରିତ ଢଙ୍ଗରେ ଜୀବନଯାପନ କରୁଛନ୍ତି । କେବଳ ତଳକୁ ବଜାର ଯିବା ସମୟରେ ମାସ୍କ ପିନ୍ଧୁଛନ୍ତି ଅନ୍ୟ ସମୟରେ ଏମାନେ ପୂର୍ବଭଳି କାର୍ଯ୍ୟ କରୁଛନ୍ତି । ଏହି ଗ୍ରାମବାସୀମାନେ ନିଜ ଅଞ୍ଚଳରେ କୌଣସି ଗୋଟିଏ ବି କୋଭିଡ ନିୟମ ମାନୁଥିବାରୁ କୋରୋନା ଭୟରେ ଗ୍ରାମରେ ପଶୁନାହାନ୍ତି ସ୍ବାସ୍ଥ୍ୟ ବିଭାଗର ଅଧିକାରୀ ।

ଫଳରେ ସଚେତନତା ବାର୍ତ୍ତା ଅଭାବରୁ ମହାମାରୀ ସମ୍ପର୍କରେ ଆଜି ଅଜ୍ଞ ଏହି ଜନଜାତି । ତେବେ ପାହାଡର ଖଣ୍ଡୁରାଇ ଠାକୁରାଣୀଙ୍କ ଦୟାରୁ ସେମାନଙ୍କୁ କୋରୋନା ଛୁଇଁ ପାରିବନି ବୋଲି କହିଛନ୍ତି ସେଠାକାର ଖୋଦ ନିର୍ବାଚିତ ୱାର୍ଡମେମ୍ବର । ଆମେ ତୁଙ୍ଗା ବେଙ୍ଗା ଖାଇ ରହୁଛୁ, ସେଇଟା ଆମର ଦେଶୀ ମେଡିସିନ। ପାହାଡର ଖଣ୍ଡୁରାଇ ଠାକୁର ଅଛନ୍ତି, ଆମର କିଛି ହେବନାହିଁ ବୋଲି ସେଠାକାର ଲୋକମାନେ କହିଛନ୍ତି । କୋରୋନା ମହାମାରୀ ସମୟରେ ଏଭଳି ଅନ୍ଧବିଶ୍ବାସର ବଶବର୍ତ୍ତୀ ହୋଇଛନ୍ତି ଏଠାକାର ଗ୍ରାମବାସୀ । ତେବେ ସରକାର ସଚେତନତାଧର୍ମୀ ବାର୍ତ୍ତା ପ୍ରଚାର କଲେ ଏଠାକାର ଗ୍ରାମବାସୀ କୋରୋନା ସମ୍ପର୍କରେ ଜାଣି ମାସ୍କ ପିନ୍ଧିବେ ବୋଲି ଆଶା କରାଯାଉଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details