ଓଡିଶା

odisha

ETV Bharat / state

ଚିକିତ୍ସା ଅବହେଳାରୁ ନବଜାତର ମୃତ୍ୟୁ ଅଭିଯୋଗ - ଯାଜପୁର ଜିଲା

ଚିକିତ୍ସା ଅବହେଳାରୁ ନବଜାତ ଶିଶୁର ମୃତ୍ୟୁ ଅଭିଯୋଗ ପରେ ଏଡିଏମଓ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

PHOTO
jajpur

By

Published : Dec 19, 2019, 6:37 PM IST

ଯାଜପୁର: ଯାଜପୁର ଜିଲା ସଦର ମହକୁମା ଡାକ୍ତରଖାନାରେ ଚିକିତ୍ସା ଅବହେଳାରୁ ନବଜାତ ଶିଶୁପୁତ୍ରର ମୃତ୍ୟୁ ଅଭିଯୋଗ ହୋଇଛି । ଘଟଣା ଅନୁସାରେ ଦାନଗଦି ବ୍ଲକ ନିଉ ସିଆରିଆ ଗ୍ରାମର ସଲ୍ଲାଉଦ୍ଦିନଙ୍କ ପତ୍ନୀଙ୍କ ପ୍ରସବ ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ । ୩ ଦିନ ପର୍ଯ୍ୟନ୍ତ ଡାକ୍ତରଖାନାରେ ରହିବା ପରେ ମଧ୍ୟ କୌଣସି ଚିକିତ୍ସା କରାଯାଇନଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ପରେ ଏକ ମୃତ ଶିଶୁ ଜନ୍ମ ହୋଇଥିଲେ ମଧ୍ୟ ଡାକ୍ତର ଜାଣିଶୁଣି ଚିକିତ୍ସା ନ କରିବା ଫଳରେ ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ରୋଗୀଙ୍କ ସଂପର୍କୀୟ । ଏନେଇ ମହିଳାଙ୍କ ସ୍ବାମୀ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି । ସେପଟେ ଘଟଣାର ତଦନ୍ତ କରାଯିବ ଓ ରିପୋର୍ଟ ଆସିବା ପରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଯାଜପୁର ଏଡିଏମଓ କହିଛନ୍ତି ।


ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା , ଇଟିଭି ଭାରତ

ABOUT THE AUTHOR

...view details